Advertisment

ଡି'ଭିଲିୟର୍ସଙ୍କ ଛକା ପାଇଁ ଅଟକିଗଲା ଟ୍ରାଫିକ୍

ଶାରଜା: ଆଇପିଏଲରେ ଗର୍ଜିଛି ମିଷ୍ଟର୍ ୩୬୦ କୁହାଯାଉଥିବା ଏବି ଡି’ଭିଲିୟର୍ସଙ୍କ ବ୍ୟାଟ୍। ସୋମବାର ୨୮ତମ ମ୍ୟାଚରେ ଡି’ଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଛି। ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ଡି’ଭିଲିୟର୍ସ ଛକା ବର୍ଷା କରିଥିଲେ। ତାଙ୍କର ଏହି ଛକା ବର୍ଷା କାରଣରୁ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ରୋକିବାକୁ ପଡ଼ିଥିଲା। https://twitter.com/watsonmpaul/status/1315678865549914112?s=20 ଡି’ଭିଲିୟର୍ସ ମାତ୍ର ୩୩ ବଲରେ ୭୩ ରନର ଇନିଂସ୍ ଖେଳିଛନ୍ତି। […]

ଡି'ଭିଲିୟର୍ସଙ୍କ ଛକା ପାଇଁ ଅଟକିଗଲା ଟ୍ରାଫିକ୍

ab-1

Advertisment

ଶାରଜା: ଆଇପିଏଲରେ ଗର୍ଜିଛି ମିଷ୍ଟର୍ ୩୬୦ କୁହାଯାଉଥିବା ଏବି ଡି'ଭିଲିୟର୍ସଙ୍କ ବ୍ୟାଟ୍। ସୋମବାର ୨୮ତମ ମ୍ୟାଚରେ ଡି'ଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଛି। ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ଡି'ଭିଲିୟର୍ସ ଛକା ବର୍ଷା କରିଥିଲେ। ତାଙ୍କର ଏହି ଛକା ବର୍ଷା କାରଣରୁ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ରୋକିବାକୁ ପଡ଼ିଥିଲା।

Advertisment

https://twitter.com/watsonmpaul/status/1315678865549914112?s=20

ଡି'ଭିଲିୟର୍ସ ମାତ୍ର ୩୩ ବଲରେ ୭୩ ରନର ଇନିଂସ୍ ଖେଳିଛନ୍ତି। ଏହି ବିସ୍ଫୋରକ ଇନିଂସ୍ ମଧ୍ୟରେ ସେ ୫ ଚୌକା ଓ ୬ ଛକା ମାରିଛନ୍ତି। ତାଙ୍କ ଦ୍ବାରା ମରାଯାଇଥିକା କିଛି ଛକା ଷ୍ଟାଡିୟମ ବାହାରକୁ ମଧ୍ୟ ଯାଇଥିଲା। ତେବେ ଡି'ଭିଲିୟର୍ସ ବ୍ୟାଟିଂ କରୁଥିବା ବେଳେ ଦୁଇଥର ବଲ୍ ଷ୍ଟାଡିୟମ ବାହାରକୁ ଗୋଟିଏ ଦିଗରେ ଯାଇଥିଲା।

https://twitter.com/Ashish_ark_31/status/1315709085447200768?s=20

ସେ କମଲେଶ ନାଗରକୋଟିଙ୍କ ବଲରେ ଲଙ୍ଗ୍-ଅନ୍ ଉପରେ ଦୁଇଟି ଛକା ମାରିଥିଲେ ଏବଂ ଦୁଇଥର ଯାକ ବଲ୍ ଶାରଜାର ବ୍ୟସ୍ତବହୁଳ ସଡ଼କରେ ଚାଲୁଥିବା କାର୍ ଉପରେ ପଡ଼ିଥିଲା। ଡି'ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଶାରଜାର ଟ୍ରାଫିକ୍ ମଧ୍ୟ କିଛି ସମୟ ପାଇଁ ଧିମା ପଡ଼ିଯାଇଥିଲା। ଏପରିକି ଗୋଟିଏ ପଟେ ଟ୍ରାଫିକ୍ ମଧ୍ୟ ବନ୍ଦ ହୋଇଯାଇଥିଲା।

Advertisment
IPL2020 Royal Challengers Bangalore AB De Villiers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe