/odisha-reporter/media/media_files/2026/02/14/abhisek-2026-02-14-20-57-08.jpg)
ଅସୁସ୍ଥତା ହେତୁ ଚଳିତ ଟିଟ୍ୱେଣ୍ଟି ବିଶ୍ୱକପ୍ରେ ନାମିବିୟା ବିପକ୍ଷ ମ୍ୟାଚ୍ ଖେଳି ନଥିବା ଅଭିଷେକ ଶର୍ମା ଆସନ୍ତାକାଲି ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ରେ ଖେଳି ପାରନ୍ତି। ଏନେଇ ସଙ୍କେତ ଦେଇଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ।
ଆଜି ଅନୁଷ୍ଠିତ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଯଦି ପାକିସ୍ତାନ ଚାହୁଁଛି ଅଭିଷେକ ଶର୍ମା ଖେଳନ୍ତୁ, ତା’ହେଲେ ସେ ଖେଳିବେ।
ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଘା କହିଥିଲେ ଯେ ସେ ଚାହୁଁଛନ୍ତି ଅଭିଷେକ ଶର୍ମା ତାଙ୍କ ଦଳ ବିପକ୍ଷରେ ଖେଳନ୍ତୁ। ପାକିସ୍ତାନ ଭାରତର ସର୍ବଶ୍ରେଷ୍ଠ ଟିମ୍ ସହିତ ଖେଳିବାକୁ ଚାହୁଁଛି ବୋଲି ସେ କହିଥିଲେ।
ଅଭିଷେକଙ୍କୁ ନେଇ ଆଘା କହିଥିଲେ, ଆମେ ସମସ୍ତେ ଜାଣନ୍ତି ଯେ ସେ ଜଣେ ଭଲ ଖେଳାଳି। ମୁଁ ବାସ୍ତବରେ ଆଶା କରୁଛି ଯେ ସେ ଆସନ୍ତାକାଲି ଖେଳନ୍ତୁ। ଆମେ ଚାହୁଁଛୁ ତାଙ୍କର (ଭାରତର) ସର୍ବଶ୍ରେଷ୍ଠ ଟିମ୍ ବିପକ୍ଷରେ ଖେଳିବାକୁ ଚାହୁଁଛୁ। ମୁଁ ଆଶା କରୁଛି ସେ ସୁସ୍ଥ ହୋଇଯିବେ ଓ ଆସନ୍ତାକାଲି ଖେଳି ପାରିବେ।
ପାକିସ୍ତାନ ଅଧିନାୟକଙ୍କ ଏହି ମନ୍ତବ୍ୟ ଉପରେ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟା ଚାହିଁବାରୁ ସୂର୍ଯ୍ୟକୁମାର ଯାଦବ ହସି ଦେଇ କହିଥିଲେ ଯେ ଯଦି ପାକିସ୍ତାନ ଚାହୁଁଛି ଅଭିଷେକ ଶର୍ମା ଖେଳନ୍ତୁ, ତା’ହେଲେ ସେ ଖେଳିବେ।
ଅଭିଷେକ ଶର୍ମା ଖେଳିବେ କି ନାହିଁ, ତା’ର କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଅଭିଷେକ ଶର୍ମା ଚୂଡ଼ାନ୍ତ ଏକାଦଶରେ ରହିବେ କି ନାହିଁ, ତାହା ଆସନ୍ତାକାଲି ସ୍ପଷ୍ଟ ହେବ। ଯାହା ଜଣାପଡ଼ୁଛି, ସଞ୍ଜୁ ସାମସନଙ୍କୁ ବସାଇ ଏହି ବାମହାତୀ ବ୍ୟାଟରଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ।
ଚଳିତ ଟିଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ୟୁଏସ୍ଏ ବିପକ୍ଷରେ ଖେଳିଥିଲା। ଅସୁସ୍ଥତା ସତ୍ତ୍ୱେ ସେହି ମ୍ୟାଚ୍ରେ ଅଭିଷେକ ଖେଳିଥିଲେ। କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ନାମିବିୟା ବିପକ୍ଷ ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା। ତେବେ ଏବେ ସେ ପୂରା ସୁସ୍ଥା ଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
