Advertisment

ଓମାନ୍ ଓପନ୍ ଫାଇନାଲରେ ଶରତ କମଲ୍‌

ମସ୍କାଟ୍‌: ଭାରତର ଷ୍ଟାର୍ ପ୍ୟାଡଲର୍ ଅଚନ୍ତା ଶରତ କମଲ୍ ଚଳିତ ଆଇଟିଟିଏଫ୍ ଚ୍ୟାଲେଞ୍ଜର୍ ପ୍ଲସ୍ ଓମାନ୍ ଓପନ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍ ଶରତ ସେମିଫାଇନାଲରେ ରୁଷର କିରିଲ୍ ସ୍କାଚକୋଭଙ୍କୁ ୧୧-୧୩, ୧୧-୧୩, ୧୩-୧୧, ୧୧-୯, ୧୩-୧୧, ୮-୧୧, ୧୧-୭ ଗେମରେ ପରାସ୍ତ କରିଛି। ଏହି ମୁକାବିଲା ଜିତିବା ପାଇଁ ଶରତଙ୍କୁ ୧ ଘଣ୍ଟା ୮ ମିନିଟ୍ ସମୟ ଲାଗିଥିଲା। ୩୭ ବର୍ଷୀୟ ଏହି ଭେଟେରାନ୍ ଫାଇନାଲରେ ଟପ୍ ସିଡ୍ ପର୍ତ୍ତୁଗାଲ୍ […]

ଓମାନ୍ ଓପନ୍ ଫାଇନାଲରେ ଶରତ କମଲ୍‌

sharath

Advertisment

ମସ୍କାଟ୍‌: ଭାରତର ଷ୍ଟାର୍ ପ୍ୟାଡଲର୍ ଅଚନ୍ତା ଶରତ କମଲ୍ ଚଳିତ ଆଇଟିଟିଏଫ୍ ଚ୍ୟାଲେଞ୍ଜର୍ ପ୍ଲସ୍ ଓମାନ୍ ଓପନ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍ ଶରତ ସେମିଫାଇନାଲରେ ରୁଷର କିରିଲ୍ ସ୍କାଚକୋଭଙ୍କୁ ୧୧-୧୩, ୧୧-୧୩, ୧୩-୧୧, ୧୧-୯, ୧୩-୧୧, ୮-୧୧, ୧୧-୭ ଗେମରେ ପରାସ୍ତ କରିଛି।

Advertisment

ଏହି ମୁକାବିଲା ଜିତିବା ପାଇଁ ଶରତଙ୍କୁ ୧ ଘଣ୍ଟା ୮ ମିନିଟ୍ ସମୟ ଲାଗିଥିଲା। ୩୭ ବର୍ଷୀୟ ଏହି ଭେଟେରାନ୍ ଫାଇନାଲରେ ଟପ୍ ସିଡ୍ ପର୍ତ୍ତୁଗାଲ୍ ଖେଳାଳି ମାର୍କସ୍ ଫ୍ରିଟାସଙ୍କୁ ଭେଟିବେ। ୨୦୧୦ ପରେ ଶରତ ପ୍ରଥମଥର ପାଇଁ ଆଇଟିଟିଏଫ୍ ଇଭେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ଏହା ପୂର୍ବରୁ ସେ ୨୦୧୦ରେ ଇଜିପ୍ଟ ଓପନ ଟାଇଟଲ୍ ଜିତିଥିଲେ। ଚଳିତ ଓପନରେ ଶରତଙ୍କ ଫାଇନାଲ୍ ପ୍ରତିଦ୍ୱନ୍ଦ୍ୱୀ ଫ୍ରିଟାସ ସେମିରେ ଭାରତର ହରମୀତ ଦେଶାଇଙ୍କୁ ୫-୧୧, ୧୧-୯, ୬-୧୧, ୬-୧୧, ୧୧-୮, ୧୩-୧୧, ୧୧-୩ ଗେମରେ ହରାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe