Advertisment

ଓମାନରେ ଇତିହାସ; ପ୍ରଥମ ଥର ଇମର୍ଜିଂ ଏସିଆ କପ୍ ଜିତିଲା ଆଫଗାନିସ୍ତାନ

ପ୍ରଥମ ଥର ପାଇଁ ଏସିସି ପୁରୁଷ ଇମର୍ଜିଂ ଏସିଆ କପ୍ 2024 ଚାମ୍ପିୟନ ହୋଇଛି ଆଫଗାନିସ୍ତାନ। ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ‘ଏ’କୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ ‘ଏ’।

author-image
Debadatta Aryashrestha
Emerging Teams Asia Cup 2024 Final

Emerging Teams Asia Cup 2024 Final

କ୍ରିକେଟରେ ନୂଆ ଇତିହାସ। ପ୍ରଥମ ଥର ପାଇଁ ଏସିସି ପୁରୁଷ ଇମର୍ଜିଂ ଏସିଆ କପ୍ 2024 ଚାମ୍ପିୟନ ହୋଇଛି ଆଫଗାନିସ୍ତାନ। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ କେବଳ 133 ରନ କରିପାରିଥିଲା ଶ୍ରୀଲଙ୍କା ‘ଏ’। ଜବାବରେ ଆଫଗାନିସ୍ତାନ ‘ଏ’ କେବଳ 18.1 ଓଭରରେ ଲକ୍ଷ୍ୟ ହାସଲ କରି ଇତିହାସ ରଚିଛି।

Advertisment

ଓମାନରେ ଇମର୍ଜିଂ ଏସିଆ କପ୍ 2024 ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆଫଗାନିସ୍ତାନ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ଖେଳାଯାଇଥିଲା। ଆଫଗାନିସ୍ତାନ ‘ଏ’ ଦଳ ଏହି ମ୍ୟାଚକୁ 7 ୱିକେଟରେ ଜିତିନେଇଛି। ଆଫଗାନିସ୍ତାନ ଦଳ ପ୍ରଥମ ଥର ପାଇଁ ଇମର୍ଜିଂ ଏସିଆ କପ୍ ଟାଇଟଲ୍ ଜିତିଛି। ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ହରାଇ ଆଫଗାନିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା।

ଆଫଗାନିସ୍ତାନ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ ମାତ୍ର 133 ରନ୍ ସଂଗ୍ରହ କରିଥିଲା ଏବଂ ଆଫଗାନିସ୍ତାନକୁ ଇତିହାସ ରଚିବା ପାଇଁ କେବଳ 134 ରନର ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ କେବଳ 18.1 ଓଭରରେ 3 ୱିକେଟ୍ ହରାଇ ଏହି ଟାର୍ଗେଟକୁ ହାସଲ କରିନେଇଥିଲା। ଆଫଗାନିସ୍ତାନ କ୍ରିକେଟ୍ ଇତିହାସରେ ଏହା ଏକ ଐତିହାସିକ ବିଜୟ।

Advertisment
Afghanistan Cricket Emerging Asia Cup 2024 AFG Vs SL