Advertisment

ବିଶ୍ୱକପ୍‌ରେ ବିପର୍ଯ୍ୟୟ ସୃଷ୍ଟିକଲା ଆଫ୍‌ଗାନିସ୍ତାନ, ହାରିଲା ଇଂଲଣ୍ଡ

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆଫ୍‌ଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା।

Afghanistan

Afghanistan

Advertisment

ବିଶ୍ୱକପ୍‌ କ୍ରିକେଟରେ ବଡ଼ ବିପର୍ଯ୍ୟୟ ସୃଷ୍ଟିକଲା ଆଫଗାନିସ୍ତାନ। ବିଶ୍ୱ ବିଜେତା ଟିମ୍‌କୁ ହରାଇ ବିଜୟ ସ୍ୱାଦ ଚାଖିଛି। ୬୯ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି ଆଫଗାନିସ୍ତାନ। ଆଜି ଯାଏଁ କ୍ରିକେଟର କୌଣସି ଫର୍ମାଟରେ ଇଂଲଣ୍ଡକୁ ଆଫଗାନିସ୍ତାନ କେବେବି ହରାଇ ନଥିଲା।

Advertisment

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆଫ୍‌ଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ୨୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଜନ୍ନି ବେଷ୍ଟୋ ଓ ଡାୱିଡ୍‌ ମଲାନ୍‌। ୨ ରନ୍‌ କରିଥିବା ବେଳେ ପ୍ରଥମ ଓଭରରେ ଫଜଲହକ୍‌ ଫାରୁକିଙ୍କ ବଲ୍‌ରେ LBW ହୋଇଥିଲେ। ତା’ପ ବ୍ୟାଟିଂ କରିବାକୁ ଆସିଥିଲେ ଜୋ ରୁଟ୍‌। ସେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ। ୧୧ ରନ୍‌ କରି ମୁଜିବ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇ ପେଭିଲ୍ୟନ୍‌ ଫେରିଥିଲେ। ତା’ପରେ ପାଳି ସମ୍ଭାଳିବାକୁ ଆସିଥିଲେ ହ୍ୟାରି ବ୍ରୁକ୍‌ । ସେ ଧୌର୍ଯ୍ୟର ସହ ଆଫଗାନ୍‌ ବୋଲରଙ୍କୁ ଫେସ୍‌ କରିଥିଲେ। ମଲାନ୍‌ଙ୍କ ସହିତ ମିଶି କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ। ହେଲେ ମହମ୍ମଦ ନବିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ମଲାନ୍‌। ବ୍ୟକ୍ତିଗତ ଭାବେ ସେ ୩୨ ରନ୍‌ କରି ଆଉଟ୍‌ ହୋଇଥିଲେ।

ମଲାନ୍‌ଙ୍କ ଆଉନ୍‌ ପରେ ପାଳି ସମ୍ଭାଳିବାକୁ ଆସିଥିଲେ ଅଧିନାୟକ ଜୋସ୍‌ ବଟଲର। ସେ ମଧ୍ୟ କ୍ରିଜ୍‌ରେ ବେଶୀ ସମୟ ରହି ପାରିନଥିଲେ। ମାତ୍ର ୯ ରନ୍‌ କରିଥିବା ବେଳେ ନବୀନ୍‌ ଉଲ୍‌ ହକ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ବଟର ଆଉଟ୍‌ ହେବା ପରେ ହ୍ୟାରି ବ୍ରୁକ୍‌ଙ୍କୁ ସାଥ୍‌ ଦେବା ପାଇଁ ଆସିଥିଲେ ଲିଭିଂଷ୍ଟୋନ୍‌। ସେ ମାତ୍ର ୧୦ ରନ୍‌ କରି ରାସିଦ୍‌ ଖାନ୍‌ଙ୍କ ଶିକାର ବନିଥିଲେ। ତା’ପରେ ସାମ୍‌ କରନ୍‌ ୧୦, କ୍ରିସ୍‌ ୱକ୍ସ ୯ ରନ୍‌, ହ୍ୟାରି ବ୍ରୋକ୍‌ ୬୬, ଅଦିଲ୍‌ ରାସିଦ୍‌ ୨୦, ମାର୍କ ଉଡ୍‌ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ୨୧୫ ରନ୍‌ରେ ଇଂଲିଶ ଟିମ୍‌ ଅଲ୍‌ ଆଉଟ୍‌ ହୋଇଯାଇଥିଲା।

Advertisment

ଆଫଗାନିସ୍ତାନ ୬୯ ରନ୍‌ରେ ଡେଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ମାତଦେଇ ଇତିହାସ ସୃଷ୍ଟି କରିଛି।

Cricket Afghanistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe