Advertisment

ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ

ସାଉଥାମ୍ପଟନ୍‌ (ଓଡ଼ିଶା ରିପୋର୍ଟର): ସାଉଥାମ୍ପଟନ୍‌ରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୬୦ ରନ୍‌ରେ ପରାସ୍ତ କରି ୫ଟିକିଆ ସିରିଜ୍‌କୁ ୩-୧ରେ ଜିତି ନେଇଛି। ସିରିଜ୍‌ରେ ଆଉ ଗୋଟିଏ ମ୍ୟାଚ୍‌ ଖେଳାଯିବାକୁ ବାକି ରହିଛି। ଇଣ୍ଡିଆ ଶେଷ ମ୍ୟାଚ୍‌ଟିକୁ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ତେବେ ଚତୁର୍ଥ ମ୍ୟାଚ୍‌ର ସ୍କୋର୍‌ କାର୍ଡ ଉପରେ ଆସନ୍ତୁ ନଜର ପକାଇନେବା ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ଟାର୍ଗେଟ୍‌ ଦେଇଥିଲା ଏହି ମ୍ୟାଚ୍‌ରେ ଟସ୍‌ ଜିତିବା ପରେ ଇଂଲଣ୍ଡ […]

ଅଦ୍ୟତନ ହୋଇଛି
ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ

aj

Advertisment

ସାଉଥାମ୍ପଟନ୍‌ (ଓଡ଼ିଶା ରିପୋର୍ଟର): ସାଉଥାମ୍ପଟନ୍‌ରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୬୦ ରନ୍‌ରେ ପରାସ୍ତ କରି ୫ଟିକିଆ ସିରିଜ୍‌କୁ ୩-୧ରେ ଜିତି ନେଇଛି। ସିରିଜ୍‌ରେ ଆଉ ଗୋଟିଏ ମ୍ୟାଚ୍‌ ଖେଳାଯିବାକୁ ବାକି ରହିଛି। ଇଣ୍ଡିଆ ଶେଷ ମ୍ୟାଚ୍‌ଟିକୁ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ।

Advertisment

ତେବେ ଚତୁର୍ଥ ମ୍ୟାଚ୍‌ର ସ୍କୋର୍‌ କାର୍ଡ ଉପରେ ଆସନ୍ତୁ ନଜର ପକାଇନେବା

[caption id="attachment_270905" align="aligncenter" width="880"]publive-image photo-aajtak[/caption]

ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ଟାର୍ଗେଟ୍‌ ଦେଇଥିଲା

ଏହି ମ୍ୟାଚ୍‌ରେ ଟସ୍‌ ଜିତିବା ପରେ ଇଂଲଣ୍ଡ ପ୍ରଥମେ ବ୍ୟଟିଂ  କରି ୨୪୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ମୋଇନ୍‌ ଅଲ୍ଲୀ ୪୦ ଓ ସାମ୍ କରାନ୍‌ ସର୍ବାଧିକ ୭୪ ରନ୍‌ କରିଥିବା ବେଳେ ଆଲିଷ୍ଟର୍‌ କୁକ୍‌ ୧୭ ରନ୍‌, ଷ୍ଟୋକ୍‌ ୨୩, ଜୋସ୍ ବଟଲର୍‌ ୨୧ ଷ୍ଟୁଆର୍ଟ ବ୍ରଡ୍‌ ୧୭ ରନ୍‌ କରିଥିଲେ।

Advertisment

ଟିମ୍‌ ଇଣ୍ଡିଆ ପକ୍ଷରୁ ଯଶପ୍ରୀତ୍‌ ବୁମ୍ରା ସର୍ବାଧିକ ୩ ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା, ମହମ୍ମଦ ଶାମୀ ଓ ଅଶ୍ବିନ ଦୁଇଟି ଲେଖାଏ ୱିକେଟ୍‌ ନେଇଥିଲେ।

ଯବାବରେ ଇଣ୍ଡିଆ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ପ୍ରଥମ ପାଳିରେ ୨୭୩ ରନ୍‌ କରି ଇଂଲଣ୍ଡ ଠାରୁ ୨୭ ରନ୍‌ ଆଗୁଆ ରହିଥିଲା। ଇଣ୍ଡିଆ ପକ୍ଷରୁ ପୁଜାରା ୧୩୨ କରି  ଅପରାଜିତ ରହିଥିଲେ। କୋହଲି ୪୬ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟଟ୍‌ସମ୍ୟାନ୍‌ ବଡ଼ ସ୍କୋର୍‌ କରିପାରି ନଥିଲେ।

[caption id="attachment_270906" align="aligncenter" width="893"]publive-image photo- aajtak[/caption]

୨୪୫ ରନ୍‌ର ଟାର୍ଗେଟ୍‌ ଦେଲା ଇଂଲଣ୍ଡ

ଦ୍ୱିତୀୟ ପାଳିରେ ଘରୋଇ ଦଳ ୨୭୧ ରନ୍‌ କରି ଇଣ୍ଡିଆକୁ ୨୪୫ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହି ଟାର୍ଗେଟ୍‌କୁ ପିଛା କରି ଟିମ୍‌ ଇଣ୍ଡିଆ ଦ୍ୱିତୀୟ ପାଳିରେ ମାତ୍ର ୧୮୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ କୋହଲି ୫୮ ଓ ରାହାଣେ ୫୧ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍‌ ବଡ଼ ସ୍କୋର୍‌ କରିବାରେ ସଫଳ ହୋଇ ନଥିଲେ।

[caption id="attachment_270907" align="aligncenter" width="834"]publive-image photo-aajtak[/caption]

ଦ୍ୱିତୀୟ ପାଳିରେ ଇଂଲଣ୍ଡ ପକ୍ଷରୁ କେଟନ୍‌ ଜେନିଙ୍ଗ୍ସ ୩୬, ରୁଟ୍‌ ୪୮, ଷ୍ଟୋକ୍‌ସ ୩୦  ଓ ସାମ୍‌ କରାନ୍‌ ୪୬ ରନ୍‌ କରିଥିଲେ। ଭାରତ ପକ୍ଷରୁ ଶାମୀ ସର୍ବାଧିକ ୪ ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଦୁଇଟି ୱିକେଟ୍‌ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe