Advertisment

CWG 2030: ଭାରତକୁ ଫେରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅହମଦାବାଦକୁ ମିଳିଲା ଆୟୋଜନ ଅଧିକାର

୨୦୩୦ରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାକୁ ୧୦୦ ବର୍ଷ ପୂରିବାକୁ ଯାଉଛି। ଏହି ୧୦୦ ବର୍ଷ ପୂର୍ତ୍ତି ଅବସରରେ ଇଭେଣ୍ଟର ଆୟୋଜନ କରିବାକୁ ଭାରତ ସରକାର ଚାହୁଁଥିଲେ। ଏଥିପାଇଁ ଭାରତର ସରକାର ବିଧିବଦ୍ଧ ଭାବେ ଆବେଦନ ଦାଖଲ କରିଥିଲେ।

CWG

ରାଜ୍ୟଗୋଷ୍ଠୀ କ୍ରୀଡ଼ା

Advertisment

ଭାରତର କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଅନୁଷ୍ଠିତ ହେବ। ଗୁଜରାଟର ଅହମଦାବାଦକୁ ଆୟୋଜକ ସହର ଭାବେ ଆଜି ବିଧିବଦ୍ଧ ଅନୁମତି ମିଳିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୭୪ ଜଣିଆ କମିଟି ଅହମଦାବାଦ ନାଁ ଉପରେ ମୋହର ମାରିଛନ୍ତି। ଏହାର ଅର୍ଥ ଦୀର୍ଘ ୨୦ ବର୍ଷ ପରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେରିଛି। 

Advertisment

୨୦୩୦(CWG 2030)ରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାକୁ ୧୦୦ ବର୍ଷ ପୂରିବାକୁ ଯାଉଛି। ଏହି ୧୦୦ ବର୍ଷ ପୂର୍ତ୍ତି ଅବସରରେ ଇଭେଣ୍ଟର ଆୟୋଜନ କରିବାକୁ ଭାରତ ସରକାର ଚାହୁଁଥିଲେ। ଏଥିପାଇଁ ଭାରତର ସରକାର ବିଧିବଦ୍ଧ ଭାବେ ଆବେଦନ ଦାଖଲ କରିଥିଲେ।

ଭାରତର ଆବେଦନ ପରେ ଅହମଦାବାଦ(Ahmedabad )ର କ୍ରୀଡ଼ା ଭିତ୍ତିଭୂମିକୁ ଯାଞ୍ଚ କରାଯାଇଥିଲା। ଶେଷରେ ଆଜି ୭୪ ଦେଶର କମିଟି ଭାରତର ଆୟୋଜନ ଅଧିକାରୀକୁ ଅନୁମତି ଦେଇଛି। ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସାଧାରଣ ମହାସଭାରେ ଏପରି ନିଷ୍ପତ୍ତି ହୋଇଛି। ୨୦୩୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୭୪ଟି ଦେଶ ଭାଗନେବେ।  

Advertisment

ନିକଟରେ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ଅନଔପଚାରିକ ଭାବେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ମହାସଂଘ ବା ସିଜିଏଫ ସହ ହୋଷ୍ଟିଂ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲା। ନୂଆଦିଲ୍ଲୀ ଓ ଅହମଦାବାଦରେ ଥିବା କ୍ରୀଡ଼ା ଭିତ୍ତିଭୂମିର ଉଦାହରଣ ଦେଇ ଭାରତ ସରକାର ୨୦୩୦ରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିବାକୁ ଚାହୁଁଥିବା ସିଜିଏଫକୁ ଅନଔପଚାରିକ ଭାବେ ଜଣାଇଥିଲେ। ସିଜିଏଫ ସହ ଆଲୋଚନା କରିବା ପରେ ଭାରତ ସରକାର ବିଧିବଦ୍ଧ ଭାବେ ହୋଷ୍ଟିଂ ଅଧିକାରୀ ପାଇବା ପାଇଁ ମାର୍ଚ୍ଚ ୩୧ ପୂର୍ବରୁ ଆବେଦନ କରିଥିଲେ। 

ଭାରତ ଏଯାଏ କେବଳ ଗୋଟିଏ ଥର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଛି। ୨୦୧୦ରେ ଦିଲ୍ଲୀରେ ଏହା ଆୟୋଜନ ହୋଇଥିଲା। ଭାରତ ମଧ୍ୟ ଏହି କ୍ରୀଡ଼ା ମହାକୁମ୍ଭରେ ଦମଦାର ପ୍ରଦର୍ଶନ କରିଥିଲା। ୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୩୮ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୩୬ଟି ବ୍ରୋଞ୍ଜ ସହ ମୋଟ ୧୦୧ ପଦକ ଜିତିଥିଲା। ପଦକ ଜିତିବା ତାଲିକାରେ ମଧ୍ୟ ଦେଶ ୨ ନମ୍ବରେ ରହିଥିଲା।

୧୯୩୦ରୁ ପ୍ରତି ୪ ବର୍ଷରେ ଥରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେଉଛି। ଭାରତ ପ୍ରଥମ ସଂସ୍କରଣରେ ଭାଗ ନେଇ ନଥିଲା। ସେହିପରି ୧୯୫୦, ୧୯୬୨, ୧୯୮୬ରେ ମଧ୍ୟ ଭାରତରୁ କେହି ବି ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନଥିଲେ। ୨୦୨୬ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବ।

Ahmedabad CWG 2030
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe