Advertisment

କୋରିଆ ଓପନ୍ ଫାଇନାଲରେ ଅଜୟ ଜୟରାମ

ସିଓଲ: ସମସ୍ତଙ୍କୁ ଚକିତ କରି ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଅଜୟ ଜୟରାମ କୋରିଆ ଓପନ୍ ସୁପର୍ ସିରିଜର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଆଜି ସେମି ଫାଇନାଲରେ ଅଜୟ ବିଶ୍ୱର ସାତ ନମ୍ବର ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେଇର ଚଉ ତିଏନ ଚେନଙ୍କୁ ୨୧-୧୯, ୨୧-୧୫ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ମାତ୍ର ୪୩ ମିନିଟରେ ସେ ଚଉ ତିଏନ୍ ଚେନଙ୍କୁ ହରାଇ ଦେଇଥିଲେ। ବେଙ୍ଗାଲୁରୁର ୨୭ ବର୍ଷୀୟ ଅଜୟ ଚଳିତ ସିଜିନରେ ଚଉ ତିଏନ ଚେନଙ୍କଠାରୁ ଦୁଇ ଥର […]

author-image
Rakesh Mallick
କୋରିଆ ଓପନ୍ ଫାଇନାଲରେ ଅଜୟ ଜୟରାମ

ajay

ସିଓଲ: ସମସ୍ତଙ୍କୁ ଚକିତ କରି ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଅଜୟ ଜୟରାମ କୋରିଆ ଓପନ୍ ସୁପର୍ ସିରିଜର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଆଜି ସେମି ଫାଇନାଲରେ ଅଜୟ ବିଶ୍ୱର ସାତ ନମ୍ବର ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେଇର ଚଉ ତିଏନ ଚେନଙ୍କୁ ୨୧-୧୯, ୨୧-୧୫ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ମାତ୍ର ୪୩ ମିନିଟରେ ସେ ଚଉ ତିଏନ୍ ଚେନଙ୍କୁ ହରାଇ ଦେଇଥିଲେ।

Advertisment

ବେଙ୍ଗାଲୁରୁର ୨୭ ବର୍ଷୀୟ ଅଜୟ ଚଳିତ ସିଜିନରେ ଚଉ ତିଏନ ଚେନଙ୍କଠାରୁ ଦୁଇ ଥର ହାରିଥିଲେ। ଜର୍ମାନ ଓ ୟୁଏସ ଓପନରେ ସେ ତିଏନ ଚେନଙ୍କଠାରୁ ହାରି ଯାଇଥିଲେ। କିନ୍ତୁ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଶ୍ୱର ୩୨ ନମ୍ବର ମାନ୍ୟତାପ୍ରାପ୍ତ ଅଜୟ ତାଙ୍କୁ ମାତ୍ର ୪୩ ମିନିଟରେ ପରାସ୍ତ କରିଥିଲେ।

ଫାଇନାଲରେ ଅଜୟ ଭେଟିବେ ବିଶ୍ୱର ଏକ ନମ୍ବର ଚୀନର ଚେନ୍ ଲଙ୍ଗଙ୍କ ସହିତ। ୨୦୧୧ରେ ଅଜୟ ଥାଇଲାଣ୍ଡରେ ଚେନଙ୍କୁ ହରାଇଥିଲେ। ସେହିପରି ୨୦୧୩ରେ ସେ ଚେନଙ୍କୁ ଜାପାନରେ ହରାଇଥିଲେ। ଏଣୁ ଏହାକୁ ମନେ ପକାଇ ଆତ୍ମ ବିଶ୍ୱାସର ସହିତ ସେ ଫାଇନାଲ୍ ଖେଳିବାକୁ ଓହ୍ଲାଇବେ ବୋଲି କୁହାଯାଉଛି।

Advertisment

ଜୟରାମ ଚଳିତ ସଜିନରେ ମାଲେସିଆ ମାଷ୍ଟରର୍ସ ଗ୍ରାଣ୍ଡ୍ ପ୍ରିକ୍ସ ଗୋଲ୍ଡ, ସ୍ୱିସ୍ ଓପନ୍ ଗ୍ରାଣ୍ଡ ପ୍ରିକ୍ସ ଗୋଲ୍ଡ ଓ ରୁଷିଆନ୍ ଓପନ୍ ଗ୍ରାଣ୍ଡ୍ ପ୍ରିକ୍ସରେ ସେମିଫାଇନାଲରେ ପହଞ୍ଚିଥିଲେ।