/odisha-reporter/media/post_attachments/uploads/2015/09/Jayaram-AFP380.jpg)
Jayaram
ସିଓଲ: ସମସ୍ତଙ୍କୁ ଚକିତ କରି ଶନିବାର ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଅଜୟ ଜୟରାମ କୋରିଆ ଓପନ୍ ସୁପର୍ ସିରିଜର ପୁରୁଷ ଏକକ ଫାଇନାଲରେ ପହଞ୍ଚିଥିଲେ। ତେବେ ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ସେ ହାରିଯାଇଛନ୍ତି। ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ଚୀନର ଚେନ୍ ଲଙ୍ଗଙ୍କଠାରୁ ସେ ୨୧-୧୪, ୨୧-୧୩ରେ ହାରି ଯାଇଛନ୍ତି। ୪୦ ମିନିଟ ଧରି ଏହି ମ୍ୟାଚ୍ ଚାଲିଥିଲା।
ଗତକାଲି ସେମି ଫାଇନାଲରେ ଅଜୟ ବିଶ୍ୱର ସାତ ନମ୍ବର ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେଇର ଚଉ ତିଏନ ଚେନଙ୍କୁ ୨୧-୧୯, ୨୧-୧୫ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।
ବେଙ୍ଗାଲୁରୁର ୨୭ ବର୍ଷୀୟ ଅଜୟ ଚଳିତ ସିଜିନରେ ଚଉ ତିଏନ ଚେନଙ୍କଠାରୁ ଦୁଇ ଥର ହାରିଥିଲେ। ଜର୍ମାନ ଓ ୟୁଏସ ଓପନରେ ସେ ତିଏନ ଚେନଙ୍କଠାରୁ ହାରି ଯାଇଥିଲେ। କିନ୍ତୁ ଗତକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଶ୍ୱର ୩୨ ନମ୍ବର ମାନ୍ୟତାପ୍ରାପ୍ତ ଅଜୟ ତାଙ୍କୁ ମାତ୍ର ୪୩ ମିନିଟରେ ପରାସ୍ତ କରିଥିଲେ।
ଜୟରାମ ଚଳିତ ସଜିନରେ ମାଲେସିଆ ମାଷ୍ଟରର୍ସ ଗ୍ରାଣ୍ଡ୍ ପ୍ରିକ୍ସ ଗୋଲ୍ଡ, ସ୍ୱିସ୍ ଓପନ୍ ଗ୍ରାଣ୍ଡ ପ୍ରିକ୍ସ ଗୋଲ୍ଡ ଓ ରୁଷିଆନ୍ ଓପନ୍ ଗ୍ରାଣ୍ଡ୍ ପ୍ରିକ୍ସରେ ସେମିଫାଇନାଲରେ ପହଞ୍ଚିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
