Advertisment

ଆଜି ରାଜକୋର୍ଟରେ ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ସିରିଜ ଅଗ୍ରଣୀ ଲକ୍ଷ୍ୟରେ ଉଭୟ ଦଳ

ରାଜକୋଟ: ରାଜକୋଟରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯିବ । ଗାନ୍ଧୀ-ମାଣ୍ଡେଲା ଫ୍ରେଣ୍ଡସିପ ସିରିଜର ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାନପୁରରେ ଦକ୍ଷିଣ ଆଫ୍ରିକା ଓ ଇନ୍ଦୋରରେ ଭାରତ ବିଜୟୀ ହେବା ଫଳରେ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ଏହି ମ୍ୟାଚ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ନେବାକୁ ଯୋଜନା କରିଛନ୍ତି । ଦ୍ୱିତୀୟ ଏକଦିବସୀୟ ଜିତି ପରାଜୟ ଧାରା ଭାଙ୍ଗିଥିବା […]

author-image
Rakesh Mallick
ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ

ind-vs-Sa

ରାଜକୋଟ: ରାଜକୋଟରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯିବ । ଗାନ୍ଧୀ-ମାଣ୍ଡେଲା ଫ୍ରେଣ୍ଡସିପ ସିରିଜର ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାନପୁରରେ ଦକ୍ଷିଣ ଆଫ୍ରିକା ଓ ଇନ୍ଦୋରରେ ଭାରତ ବିଜୟୀ ହେବା ଫଳରେ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ଏହି ମ୍ୟାଚ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ନେବାକୁ ଯୋଜନା କରିଛନ୍ତି ।

Advertisment

ଦ୍ୱିତୀୟ ଏକଦିବସୀୟ ଜିତି ପରାଜୟ ଧାରା ଭାଙ୍ଗିଥିବା ଟିମ ଇଣ୍ଡିଆ ଖେଳାଳୀଙ୍କ ମନୋବଳ ଊର୍ଦ୍ଧ୍ୱରେ ରହିଛି । ସେପଟେ ଗତ ମ୍ୟାଚର ପ୍ରଭାବୀ ପ୍ରଦର୍ଶନ ବଳରେ କ୍ୟାପଟେନ କୁଲ ସମାଲୋଚକଙ୍କୁ ଦୃଢ ଜବାବ ଦେଇଛନ୍ତି। ବୋଲରଙ୍କ ସଫଳତା ମଧ୍ୟ ତାଙ୍କୁ ବେଶ ଉତ୍ସାହିତ କରିଛନ୍ତି । ଏହି ଯୁବଦଳକୁ ନେଇ ପୁଣି ଥରେ ପ୍ରୋଟିଆଜ ଟିମକୁ ଚକମା ଦେବା ଲକ୍ଷ୍ୟରେ ରହିଛନ୍ତି ଧୋନୀ। ଅନ୍ୟପକ୍ଷେ ଗୁଜରାଟରେ ଦେଖାଦେଇଥିବା ପଟେଲ ଆନ୍ଦୋଳନର ପ୍ରଭାବ ଏହି ମ୍ୟାଚ୍ ଉପରେ ପଡିବା ଆଶଙ୍କ। ଦେଖାଯାଇଛି। ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ପଟେଲ ସମ୍ପ୍ରଦାୟର ନେତା ହାର୍ଦ୍ଦିକ ପଟେଲ ଏହି ମ୍ୟାଚ କରାଇ ନ ଦେବାକୁ ଧମକ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜକୋଟରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବାକୁ ବନ୍ଦ କରି ଦିଆଯାଇଛି।