Advertisment

କେକ୍ ନ କାଟିବା ପଛର ରହସ୍ୟ ଖୋଲିଲେ ରାହାଣେ

ନୂଆଦିଲ୍ଲୀ: ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ ପରେ ଭାରତୀୟ କ୍ରିକେଟର ଆଜିଙ୍କ୍ୟା ରାହାଣେଙ୍କ କ୍ରେଜ ବଢ଼ିବାରେ ଲାଗିଛି। ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି। ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବଢ଼ିବାରେ ଲାଗିଛି। ଅଧିନାୟକ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। ରାହାଣେଙ୍କ ନେତୃତ୍ୱରେ ୨-୧ରେ ସିରିଜ ହାତେଇଛି ଟିମ ଇଣ୍ଡିଆ। ଏହି ସଫଳତା ହାସଲ କରିବା ପରେ ସେ ଭାରତ ଫେରିଥିଲେ। ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା […]

ଅଦ୍ୟତନ ହୋଇଛି
କେକ୍ ନ କାଟିବା ପଛର ରହସ୍ୟ ଖୋଲିଲେ ରାହାଣେ

rahane

Advertisment

ନୂଆଦିଲ୍ଲୀ: ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ ପରେ ଭାରତୀୟ କ୍ରିକେଟର ଆଜିଙ୍କ୍ୟା ରାହାଣେଙ୍କ କ୍ରେଜ ବଢ଼ିବାରେ ଲାଗିଛି। ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି। ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବଢ଼ିବାରେ ଲାଗିଛି। ଅଧିନାୟକ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। ରାହାଣେଙ୍କ ନେତୃତ୍ୱରେ ୨-୧ରେ ସିରିଜ ହାତେଇଛି ଟିମ ଇଣ୍ଡିଆ। ଏହି ସଫଳତା ହାସଲ କରିବା ପରେ ସେ ଭାରତ ଫେରିଥିଲେ। ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ଏବଂ କଙ୍ଗାରୁ ଚିତ୍ର ଥିବା ଏକ କେକ୍ କାଟିବା ପାଇଁ କୁହାଯାଇଥିଲା କିନ୍ତୁ ସେ କେକ୍ କାଟି ନଥିଲେ।  ଏହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ତେବେ କାହିଁକି କେକ୍ କାଟି ନଥିଲେ, ନିକଟରେ ତା’ର ଖୁଲାସା କରିଛନ୍ତି ରାହାଣେ।publive-image

Advertisment

ଏକ ସାକ୍ଷାତାକାର ସମୟରେ ସେ କହିଛନ୍ତି, କଙ୍ଗାରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ। ତେଣୁ ସେ ଏପରି କରିପାରିବେ ନାହିଁ। ବିପକ୍ଷ ଦଳକୁ ସମ୍ମାନ ଦେବା ଆବଶ୍ୟକ। କ୍ରିକେଟ ମ୍ୟାଚରେ ଜିତିବା ପରେ ବି ବିପକ୍ଷ ଦଳ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। ନିଜ ପ୍ରତିଦ୍ୱନ୍ଦି ସହ ଅନ୍ୟ ଦେଶ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ । ଏହି କାରଣ ଯୋଗୁଁ ସେ କେକ୍ କାଟିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।

Advertisment


ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତ ଦମଦାର ବିଜୟ ହାସଲ କରିବା ପରେ ରାହାଣେ ମୁମ୍ବାଇ ଦାଦର ସ୍ଥିତ ନିଜ ଘରକୁ ଫେରିଥିଲେ। ତାଙ୍କ ପଡୋଶୀମାନେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହାସହ ଏକ କେକ୍ ମଧ୍ୟ ଆଣିଥିଲେ । ଉକ୍ତ କେକରେ କଙ୍ଗାରୁ ଚିତ୍ର ତିଆରି ହୋଇଥିଲା। ରାହାଣେ ଏହାକୁ ଦେଖି କେକ୍ କାଟିବା ପାଇଁ ମନା କରିଦେଇଥିଲେ। ରାହାଣେଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ରାହାଣେଙ୍କ ଏଭଳି ନିଷ୍ପତ୍ତି ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।

Cricket Ajinkya Rahane
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe