Advertisment

ଆଜିଠୁ ଭାରତ-ଜାପାନ ହକି ଟେଷ୍ଟ୍

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଆରମ୍ଭ ହେଉଛି ଭାରତ-ଜାପାନ ହକି ଟେଷ୍ଟ୍ ସିରିଜ୍। ୪ ମ୍ୟାଚ୍ ବିଶିଷ୍ଟ ଏଇ ସିରିଜର ଆଜି ପ୍ରଥମ ମ୍ୟାଚ୍। ସନ୍ଧ୍ୟା ୭ଟାରେ ଏଇ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଭଲ ଅଭ୍ୟାସ କରିଛନ୍ତି। ୱାର୍ଲଡ ହକି ଲିଗ୍ ସେମି ଫାଇନାଲ ପାଇଁ ଭାରତର ଏହା ପ୍ରସ୍ତୁତି ପର୍ବ ବୋଲି କୁହାଯାଉଛି। ତେଣୁ ତା’ପୂର୍ବରୁ ଏହି ଟେଷ୍ଟ୍ ସିରିଜରେ ଭାରତ ଭଲ […]

author-image
Rakesh Mallick
ଆଜିଠୁ ଭାରତ-ଜାପାନ ହକି ଟେଷ୍ଟ୍

indianhocke

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଆରମ୍ଭ ହେଉଛି ଭାରତ-ଜାପାନ ହକି ଟେଷ୍ଟ୍ ସିରିଜ୍। ୪ ମ୍ୟାଚ୍ ବିଶିଷ୍ଟ ଏଇ ସିରିଜର ଆଜି ପ୍ରଥମ ମ୍ୟାଚ୍। ସନ୍ଧ୍ୟା ୭ଟାରେ ଏଇ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଭଲ ଅଭ୍ୟାସ କରିଛନ୍ତି। ୱାର୍ଲଡ ହକି ଲିଗ୍ ସେମି ଫାଇନାଲ ପାଇଁ ଭାରତର ଏହା ପ୍ରସ୍ତୁତି ପର୍ବ ବୋଲି କୁହାଯାଉଛି। ତେଣୁ ତା’ପୂର୍ବରୁ ଏହି ଟେଷ୍ଟ୍ ସିରିଜରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଦଳର ଅଧିନାୟକ ସର୍ଦ୍ଧାର ସିଂହ ଆଶା କରିଛନ୍ତି।

Advertisment

ହକି ଇଣ୍ଡିଆ ଘୋଷଣା କରିଥିବା ୨୪ଜଣିଆ ଚୂଡାନ୍ତ ଦଳରେ ଏକମାତ୍ର ଓଡ଼ିଆ ଭାବେ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ୩୦ ଜଣିଆ ସମ୍ଭାବ୍ୟ ଦଳରେ ମଧ୍ୟ ବୀରେନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କୌଣସି ଓଡ଼ିଆ ଖେଳାଳି ସ୍ଥାନ ପାଇ ନଥିଲେ। ପରେ ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରସ୍ତୁତି ଶିବିର ଶେଷରେ ସମ୍ଭାବ୍ୟ ଦଳରୁ ୬ଜଣ ଖେଳାଳିଙ୍କୁ ବାଦ ଦିଆଯାଇଥିଲା। ଚୂଡାନ୍ତ ୨୪ ଜଣିଆ ଭାରତୀୟ ଦଳରେ ୮ଜଣ ରକ୍ଷଣ ଭାଗ, ୮ଜଣ ପୁୂରୋଭାଗ,୬ଜଣ ମଧ୍ୟଭାଗ ଏବଂ ୨ଜଣ ଗୋଲ ରକ୍ଷକଙ୍କୁ ନିଆଯାଇଛି। ବିଶ୍ୱ ଲିଗ ସେମିଫାଇନାଲକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ବଡ ଦଳ ଘୋଷଣା କରିଛି। ବିଶ୍ୱଲିଗ ସେମିଫାଇନାଲ ପୂର୍ବରୁ ପରୀକ୍ଷାନିରୀକ୍ଷା କରିବା ପାଇଁ ହକି ଇଣ୍ଡିଆ ବଡ ଦଳ ଘୋଷଣା କରିଛି।

ସିରିଜର ପରବର୍ତ୍ତୀ ମ୍ୟାଚଗୁଡ଼ିକ ଯଥାକ୍ରମେ ୫,୭ ଓ ୯ ତାରିଖରେ ଖେଳାଯିବ। ମ୍ୟାଚ୍ ଦେଖିବା ଲାଗି କୌଣସି ଏଣ୍ଟ୍ରି ଫି ରଖାଯାଇନଥିବାରୁ ଷ୍ଟାଡିୟମରେ ବେଶ୍ ଗହଳି ଆଶା କରାଯାଉଛି।

Advertisment