ଆଜି କୋହଲି-ସ୍ମିଥ୍ ମୁକାବିଲା

ନୂଆଦିଲ୍ଲୀ: ଆଜି ଆବୁଧାବିରେ ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ହେବ ରୋମାଞ୍ଚକର ଲଢେ଼ଇ। ଚଳିତ ଆଇପିଏଲ ସିଜିନରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍। ଉଭୟଙ୍କ ପାଇଁ ଏହା ହେଉଛି ସିଜିନର ଚତୁର୍ଥ ମ୍ୟାଚ୍। ଦୁଇ ଦଳ ସେମାନଙ୍କ ତିନିଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ଟେବଲରେ ଆଗ ପଛ ହୋଇ ଅଛନ୍ତି। ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ବିଜୟ […]

Virat-Smith

Virat-Smith

Subrat Kumar Nayak
  • Published: Saturday, 03 October 2020
  • Updated: 03 October 2020, 01:53 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଆବୁଧାବିରେ ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ହେବ ରୋମାଞ୍ଚକର ଲଢେ଼ଇ। ଚଳିତ ଆଇପିଏଲ ସିଜିନରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍। ଉଭୟଙ୍କ ପାଇଁ ଏହା ହେଉଛି ସିଜିନର ଚତୁର୍ଥ ମ୍ୟାଚ୍। ଦୁଇ ଦଳ ସେମାନଙ୍କ ତିନିଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ଟେବଲରେ ଆଗ ପଛ ହୋଇ ଅଛନ୍ତି।

ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ବିଜୟ ସହ ସ୍ମିଥଙ୍କ ରାଜସ୍ଥାନ ରୟାଲସ ଟୁର୍ଣ୍ଣାମେଣ୍ଟରେ ଅଭିୟାନ ଆରମ୍ଭ କରିଥିଲେ ହେଁ ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ଶୋଚନୀୟ ଭାବେ ହାରିଥିଲା। ଏହି ପରାଜୟ ଦଳୀୟ ମନୋବଳ ଉପରେ କିଛିଟା ନକରାତ୍ମକ ପ୍ରଭାବ ଅବଶ୍ୟ ପକାଇଥିବ। ତେବେ ଅଧିନାୟକ ସ୍ମିଥଙ୍କ ସ୍ଥିର ପ୍ରଦର୍ଶନ ଓ ସାମସନଙ୍କ ବିସ୍ଫୋରଣ କ୍ଷମତା ଦଳକୁ କୌଣସି ମୁହୂର୍ତ୍ତରେ ବାଉନସ ବ୍ୟାକ କରିବାରେ ସକ୍ଷମ। ଗତ ମ୍ୟାଚରେ ଦଳକୁ ଫେରିଥିବା ଜୋସ୍ ବଟଲରଙ୍କ ବ୍ୟାଟ୍ ଏଯାଏ ନିରବ ରହିଛି। ପୁଣି ମଧ୍ୟକ୍ରମରେ ଭେଟେରାନ୍ ରବିନ୍ ଉତ୍ଥାପ୍ପା ନିଜ ଉପସ୍ଥିତି ଜାହିର କରିବାକୁ ସୁଯୋଗ ଖୋଜିବେ। କିନ୍ତୁ ଦଳର ମୂଲ୍ୟବାନ ସଂପତ୍ତି ସାଜିଥିବା ଜୋଫ୍ରା ଆର୍ଚରଙ୍କ ପ୍ରଦର୍ଶନ ଉପରେ ପୁଣି ସମସ୍ତଙ୍କ ନଜର ରହିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ବିପକ୍ଷ ଡେଥ୍ ଓଭରରେ ବିଜୟଲାଭ କରି ନିଜ ମନୋବଳକୁ ଉଚ୍ଚା ରଖିଛି। ବିଶେଷ କରି ଯୁବ ପ୍ରତିଭା ନଭଦୀପ ସଇନିଙ୍କ ବେଗ, ନିୟନ୍ତ୍ରଣ ସମସ୍ତଙ୍କୁ ପ୍ରଭାବିତ କରିଛି। ଆରୋନ ଫିଞ୍ଚ ନିଜ ଫର୍ମ ବଜାୟ ରଖିଛନ୍ତି ଏବଂ ମଧ୍ୟକ୍ରମରେ ଏବି ଡିଭିୟଲର୍ସ ତାଙ୍କ ପୁରୁଣା ରୂପକୁ ଫେରିବା ଆରସିବି ପାଇଁ ପ୍ଲସ ପଏଣ୍ଟ ହୋଇଛି। ସେହିପରି ୟଜୁବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର ଓ ଆଡାମ୍ ଜାମ୍ପାଙ୍କ ସ୍ପିନ୍ ତ୍ରିମୂର୍ତ୍ତିମିଳିତ ଭାବେ ଭଲ ପ୍ରଦର୍ଶନ ଦେବା ଆରମ୍ଭ କରିଛନ୍ତି। ଶିଭମ ଦୁବେ ଦଳୀୟ ସନ୍ତୁଳନକୁ ଶିଖରରେ ରଖିଥିବାବେଳେ ଅଧିନାୟକ କୋହଲିଙ୍କ ବ୍ୟାଟ୍ ଆଜିର ମ୍ୟାଚରେ ନିଜ ଚମକ ଫେରି ପାଇବାକୁ ନିଶ୍ଚୟ ଉଦ୍ୟମ କରିବ। ନିଜ ଚତୁର୍ଥ ମ୍ୟାଚରେ ତୃତୀୟ ବିଜୟ ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିଥିବାରୁ ଆଜି ମୋଟାମୋଟି ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos