Advertisment

ସେମିରେ ହାରିଗଲେ ରେସଲର ଅମନ, ବ୍ରୋଞ୍ଜ ପାଇଁ ଖେଳିବେ

ପୁରୁଷ ୫୭ କେଜି ବର୍ଗର ସେମି ଫାଇନାଲରେ ଜାପାନର ଷ୍ଟାର ତଥା ୧ ନଂ ସିଡ୍‌ ରେଇ ହିଗୁଚିଙ୍କ ଠାରୁ ୦-୧୦ରେ ପରାସ୍ତ ହୋଇଛନ୍ତି ଅମନ।

author-image
Hemant Lenka
Aman Sehrawat

Aman Sehrawat

ରେସଲିଂରେ ଖୁସି ଆଣି ଦେଇଥିବା ଅମନ ଶେରାୱତ ସେମି ଫାଇନାଲରେ ନିରାଶ କରିଛନ୍ତି। ସେ ପୁରୁଷ ୫୭ କେଜି ବର୍ଗର ସେମି ଫାଇନାଲରେ ଜାପାନର ଷ୍ଟାର ତଥା ୧ ନଂ ସିଡ୍‌ ରେଇ ହିଗୁଚିଙ୍କ ଠାରୁ ୦-୧୦ରେ ପରାସ୍ତ ହୋଇଛନ୍ତି।

Advertisment

ପ୍ରି-କ୍ୱାର୍ଟର ଓ କ୍ୱାର୍ଟର ଫାଇନାଲରେ ଅମନ ନିଜର ପ୍ରତିଦ୍ୱିନ୍ଦ୍ୱୀଙ୍କୁ ଟେକ୍ନିକାଲ ସୁପରିୟରିଟିରେ ହରାଇଥିଲେ। ଏବେ ସେ ସେମିଫାଇନାଲରେ ମ୍ୟାଚ୍‌ର ଅଢ଼େଇ ମିନିଟ ମଧ୍ୟରେ ଜାପାନ ହିଗୁଚିଙ୍କୁ ଠାରୁ ଟେକ୍ନିକାଲ ସୁପରିୟରିଟି ହାରିଛି। ୧୦ ପଏଣ୍ଟ ବ୍ୟବଧାନ ହୋଇଗଲା ପରେ ଜଣେ ଖେଳାଳିଙ୍କୁ ବିଜୟୀ ଘୋଷଣା କରାଯାଏ। ସେହି ଆଧାରରେ ହିଗୁଚିଙ୍କୁ ବିଜେତା ଘୋଷଣା କରାଯାଇଛି।

ଅମନ ସେମିରେ ହାରିଥିବା ବେଳେ ଏବେ ବ୍ରୋଞ୍ଜ ପଦକ ଜିତିବା ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି। ସେ ଦ୍ୱିତୀୟ ସେମିରେ ହାରିଥିବା ଡିଟି କ୍ରୁଜଙ୍କଙ୍କ ସହ ଲଢ଼େଇ କରିବେ। ଏହି ମ୍ୟାଚ୍‌ ଆସନ୍ତାକାଲି ରାତି ୧୦.୪୫ରେ ଖେଳାଯିବ।

Advertisment
Paris Olympics 2024 Paris Olympics Olympics 2024