Advertisment

ପଦକ ବିଜେତା ଅମନଙ୍କ ସହ କଥା ହେଲେ ମୋଦି

ମୋଦିଙ୍କ ସହ କଥା ହେବା ବେଳେ ଅମନ କହିଛନ୍ତି ଯେ “ଅଲିମ୍ପିକ୍ସ ୨୦୨୮ରେ ମୁଁ ନିଶ୍ଚିତ ସ୍ୱର୍ଣ୍ଣ ଆଣିବି। ଏହା ଆପଣଙ୍କୁ ମୋର ପ୍ରତିଶ୍ରୁତି।”

PM

PM

Advertisment

ଶୁକ୍ରବାର ରାତିରେ ଭାରତ ପାଇଁ ରେସଲିଂରେ ପଦକ ଜିତିଥିବା ଯୁବ ତାରକା ଅମନ ଶେହରାୱତଙ୍କ ସହ ଫୋନରେ ଆଜି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୱାୟନାଡ ଯାଇ ସେଠାକାର ଭୂସ୍ଖଳନ ସ୍ଥିତି ମୋଦି ସମୀକ୍ଷା କରିଥିଲେ।

Advertisment

ଏହି ସମୟରେ ସେହି ଠାରୁ ହିଁ ସେ ଅମନଙ୍କୁ ଫୋନ କରି ବ୍ରୋଞ୍ଜ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଅମନଙ୍କ ଜୀବନ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମୋଦି କହିଛନ୍ତି।

୨୧ ବର୍ଷୀୟ ଅମନଙ୍କୁ ଫୋନ କରି ମୋଦି କହିଛନ୍ତି ଯେ “ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଶୁଭକାମନା। ଆପଣ ନିଜ ନାଁ ଅନୁସାରେ ପୂରା ଦେଶର ମନକୁ ଜିତି ନେଇଛନ୍ତି। ଆପଣଙ୍କ ଜୀବନ ଯାତ୍ରା ଦେଶବାସୀଙ୍କ ପାଇଁ ପ୍ରେରଣାଦାୟୀ।”

Advertisment

୧୧ ବର୍ଷ ବୟସରେ ଅମନ ତାଙ୍କ ବାପା ମା’ଙ୍କୁ ହରାଇଥିଲେ। ଏବେ ୨୧ ବର୍ଷ ବୟସରେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ସେ ଦେଶର ସର୍ବକନିଷ୍ଠ ରେସଲ ଭାବେ ଅଲିମ୍ପିକ୍ସରେ ପଦକ ଜିତି ପାରିଛନ୍ତି।

ମୋଦିଙ୍କ ସହ କଥା ହେବା ବେଳେ ଅମନ କହିଛନ୍ତି ଯେ “ଅଲିମ୍ପିକ୍ସ ୨୦୨୮ରେ ମୁଁ ନିଶ୍ଚିତ ସ୍ୱର୍ଣ୍ଣ ଆଣିବି। ଏହା ଆପଣଙ୍କୁ ମୋର ପ୍ରତିଶ୍ରୁତି।”

ଜୁଲାଇ ୧୬ରେ ୨୧ ବର୍ଷ ବୟସରେ ପାଦ ଦେଇଥିବା ଅମନ ବ୍ରୋଞ୍ଜ ପଦକ ମ୍ୟାଚରେ କ୍ରୁଜଙ୍କୁ ୧୩-୫ ହରାଇଥିଲେ। ତାଙ୍କ ପୂର୍ବରୁ ଏତେ କମ ବୟସରେ କେହି ବି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତି ପାରି ନଥିଲେ।

ତାଙ୍କ ପୂର୍ବରୁ ପିଭି ସିନ୍ଧୁ ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ବ୍ୟାଡମିଣ୍ଟନରୁ ହାସଲ କରିଥିଲେ। ଏହି ସମୟରେ ତାଙ୍କ ବୟସ ୨୧ ବର୍ଷ ଗୋଟିଏ ମାସ ଓ ୧୪ ଦିନ ଥିଲା। ଅମନ ୨୧ ବର୍ଷ ଗୋଟିଏ ମାସରେ ପଦକ ଜିତିଛନ୍ତି।

PM Modi Paris Olympics 2024 Olympics 2024 Aman Sehrawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe