Advertisment

ଅମନଙ୍କୁ ବ୍ରୋଞ୍ଜ, ନିରାଶ କଲେ ବଜରଙ୍ଗ

ଭାରତର ପଦକ ସଂଖ୍ୟା ୯୫ରେ ପହଞ୍ଚି ଥିବା ବେଳେ ତା’ ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ରହିଛି।

Bajarang

Bajarang

Advertisment

୨୦୨୦ ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ ଚଳିତ ଏସୀୟ କ୍ରୀଡ଼ାରେ ନିରାଶ କରିଛନ୍ତି। ସେ ବ୍ରୋଞ୍ଜ ପଦକ ମଧ୍ୟ ଜିତିବାକୁ ସକ୍ଷମ ହୋଇନାହାନ୍ତି।

Advertisment

ଆଜି ସକାଳେ ୬୫ କେଜି ଫ୍ରୀଷ୍ଟାଇଲ ବର୍ଗର ସେମି ଫାଇନାଲରେ ୱାର୍ଲ୍ଡ ଚାମ୍ପିୟନ ରହମାନ ଅମୌଜାଦ ଖଲିଲଙ୍କଠାରୁ ୮-୧ରେ ହାରି ଯାଇଥିଲେ ବଜରଙ୍ଗ ପୁନିଆ।

ଏହା ପରେ ଅପରାହ୍ନରେ ବ୍ରୋଞ୍ଜ ପାଇଁ କରିଥିଲେ ଲଢ଼େଇ। ହେଲେ ସେଥିରେ ବି ହାରି ଯାଇଥିଲେ। ବ୍ରୋଞ୍ଜ ପଦକ ପାଇଁ ସେ ଜାପାନର କାଇକି ୟାମାଗୁଚିଙ୍କ ବିପକ୍ଷରେ ଖେଳିଥିଲେ। ତେବେ ତାଙ୍କଠାରୁ ୧୦-୦ରେ ହାରିଥିଲେ ବଜରଙ୍ଗ।

Advertisment

ଅନ୍ୟପକ୍ଷରେ ଅମନ ଶେରାୱତ କୁସ୍ତିରେ ଭାରତକୁ ଦେଇଛନ୍ତି ବ୍ରୋଞ୍ଜ। ୫୭ କେଜି ଫ୍ରୀଷ୍ଟାଇଲ ବର୍ଗରେ ସେ ଚୀନର ଲିଉ ମିଙ୍ଗୁଙ୍କୁ ୧୧-୦ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ବ୍ରିଜ୍‌ରେ ଭାରତୀୟ ପୁରୁଷ ଦଳ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ବ୍ରିଜ୍ ଇଭେଣ୍ଟରେ ଭାରତକୁ ଏହି ପଦକ ମିଳିଛି। ପୁରୁଷ ହକିରେ ଭାର ଆଜି ଜାପାନକୁ ୫-୧ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି।

ଭାରତର ପଦକ ସଂଖ୍ୟା ୯୫ରେ ପହଞ୍ଚି ଥିବା ବେଳେ ତା’ ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ରହିଛି। ଏହା ସହିତ ଭାରତ ୧୦୦ ପଦକ ଜିତିବା ମଧ୍ୟ ପକ୍କା ହୋଇଯାଇଛି। କାରଣ କ୍ରିକେଟ୍‌ରୁ ଗୋଟିଏ, କବାଡ଼ିରୁ ୨ଟି, ବ୍ୟାଡମିଣ୍ଟନରୁ ଗୋଟିଏ ଓ ତୀରନ୍ଦାଜୀରୁ ୩ଟି ପଦକ ଆସିବା ନିଶ୍ଚିତ ହୋଇଯାଇଛି।

Asian Games Asian Games 2023 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe