Advertisment

ପାକ୍‌ ଟେଷ୍ଟ ଦଳକୁ ଫେରିଲେ ଅମୀର

କରାଚି: ଆସନ୍ତା ମାସରୁ ୪ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ। ଏହି ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଏହି ଦଳରେ ସାମିଲ୍‌ ହୋଇଛନ୍ତି ମ୍ୟାଚ୍‌ ଫିକ୍ସିଂ କରି ୬ ବର୍ଷ ବାସନ୍ଦ ହୋଇଥିବା ମହମ୍ମଦ ଅମୀର।  ସେ ଆସନ୍ତା କିଛି ଦିନ ମଧ୍ୟରେ ଇଂଲଣ୍ଡର ଭିସା ପାଇପାରନ୍ତି। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଇଂଲଣ୍ଡକୁ ଅନୁରୋଧ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୦ ଅଗଷ୍ଟରେ ଇଂଲଣ୍ଡ […]

author-image
Rakesh Mallick
ଲଡ୍ସ ଅନର ବୋର୍ଡରେ ପୁଣି ଥରେ ମୋ ନାଁ ଦେଖିବାକୁ ଚାହୁଁଛି: ଆମୀର

Mohammad Amir

କରାଚି: ଆସନ୍ତା ମାସରୁ ୪ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ। ଏହି ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଏହି ଦଳରେ ସାମିଲ୍‌ ହୋଇଛନ୍ତି ମ୍ୟାଚ୍‌ ଫିକ୍ସିଂ କରି ୬ ବର୍ଷ ବାସନ୍ଦ ହୋଇଥିବା ମହମ୍ମଦ ଅମୀର।  ସେ ଆସନ୍ତା କିଛି ଦିନ ମଧ୍ୟରେ ଇଂଲଣ୍ଡର ଭିସା ପାଇପାରନ୍ତି। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଇଂଲଣ୍ଡକୁ ଅନୁରୋଧ କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ୨୦୧୦ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ ମ୍ୟାଚ୍‌ ଫିକ୍ସିଂ କରିବା ଅଭିଯୋଗରେ ତତ୍‌କାଳୀନ ପାକିସ୍ତାନ ଅଧିନାୟକ ସଲମାନ୍‌ ବଟ୍‌, ବୋଲିଂରେ କ୍ୟାରିୟର ଆରମ୍ଭ କରୁଥିବା ମହମ୍ମଦ ଅସିଫ୍‌ ଓ ମହମ୍ମଦ ଅମୀର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅର୍ଥ ବଦଳରେ ନୋ-ବଲ୍‌ ପକାଇଥିଲେ ପାକିସ୍ତାନ ଏହି ୨ ଫାଷ୍ଟ ବୋଲର।

ଏହି ଦଳରେ ମିଶ୍‌ବା ଉଲ୍‌ ହକ୍‌(ଅଧିନାୟକ), ମହମ୍ମଦ ହଫିଜ୍‌,ଶାନ୍‌ ମାସୁଦ୍‌, ସାମୀ ଅସ୍‌ଲମ୍‌, ଅଝାର ଅଲ୍ଲୀ, ୟୁନିସ୍‌ ଖାନ୍‌, ଅଶଦ ଶାଫିକ୍‌, ଇଫ୍ଟିହାର ଅହମ୍ମଦ, ସରଫରାଜ୍‌ ଅହମ୍ମଦ, ମହମ୍ମଦ ରିଜ୍‌ୱାନ୍‌, ୟସୀର ଶାହ, ଜୁଲ୍‌ଫିକର ବାବର, ମହମ୍ମଦ ଅମୀର, ୱାହାବ୍‌ ରିଆଜ୍‌, ରାହାତ୍‌ ଅଲ୍ଲୀ, ସୋହାଲି ଖାନ୍‌ ଓ ଇମ୍ରାନ୍‌ ଖାନ୍ ପ୍ରମୁଖ ସ୍ଥାନ ପାଇଛନ୍ତି।

Advertisment