Advertisment

ବକ୍ସିଂ: ଫାଇନାଲ୍‌ରେ ଅମିତ୍‌, ସେମିଫାଇନାଲ୍‌ ଖେଳିଲେନି ବିକାଶ

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ବିକ୍ସିଂ ଇଭେଣ୍ଟ୍‌ରେ ଭାରତକୁ ମିଶ୍ରିତ ଫଳ ମିଳିଛି। ୪୯ କେଜି ବର୍ଗରେ ଭାରତର ଅମିତ୍‌ ପାନଘହଲ ଫାଇନାଲ୍‌ରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। କିନ୍ତୁ ଭାରତର ଷ୍ଟାର ବକ୍ସର ବିକାଶ କ୍ରିଷ୍ଣନ ଆହତ ସମସ୍ୟା ଯୋଗୁ ୭୫ କେଜି ବର୍ଗର ସେମିଫାଇନାଲ ଲଢ଼େଇରୁ ବଞ୍ଚିତ ହୋଇଛନ୍ତି। ଏବେ ଅମିତ ଚଳିତ ଏସିଆନ୍‌ ଗେମ୍ସର ଏକମାତ୍ର ଭାରତୀୟ ବକ୍ସର ଭାବେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଦେଶ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ବକ୍ସିଂ: ଫାଇନାଲ୍‌ରେ ଅମିତ୍‌, ସେମିଫାଇନାଲ୍‌ ଖେଳିଲେନି ବିକାଶ

amit-boxer

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ବିକ୍ସିଂ ଇଭେଣ୍ଟ୍‌ରେ ଭାରତକୁ ମିଶ୍ରିତ ଫଳ ମିଳିଛି। ୪୯ କେଜି ବର୍ଗରେ ଭାରତର ଅମିତ୍‌ ପାନଘହଲ ଫାଇନାଲ୍‌ରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। କିନ୍ତୁ ଭାରତର ଷ୍ଟାର ବକ୍ସର ବିକାଶ କ୍ରିଷ୍ଣନ ଆହତ ସମସ୍ୟା ଯୋଗୁ ୭୫ କେଜି ବର୍ଗର ସେମିଫାଇନାଲ ଲଢ଼େଇରୁ ବଞ୍ଚିତ ହୋଇଛନ୍ତି।

Advertisment

ଏବେ ଅମିତ ଚଳିତ ଏସିଆନ୍‌ ଗେମ୍ସର ଏକମାତ୍ର ଭାରତୀୟ ବକ୍ସର ଭାବେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଦେଶ ତାଙ୍କଠାରୁ ନିଶ୍ଚିତ ଭାବେ ସ୍ୱର୍ଣ୍ଣ ପଦକ ଆଶା କରିବ।

ଆଜିର ସେମିଫାଇନାଲ୍‌ ମ୍ୟାଚ ଅମିତ ଓ ଫିଲିପାଇନ୍ସର କାର୍ଲୋ ପାଲାମଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ରାଉଣ୍ଡରେ କାର୍ଲୋ ଘନଘନ ଆକ୍ରମଣ କରି ଅମିତଙ୍କୁ ପଞ୍ଚ୍‌ ପରେ ପଞ୍ଚ ମାରିଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ଅମିତ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ। ନିର୍ଣ୍ଣାୟକ ତୃତୀୟ ରାଉଣ୍ଡରେ ଦୁଇ ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଶେଷରେ ଅମିତ୍‌ ହିଁ କାର୍ଲୋଙ୍କୁ ୩-୨ରେ ହରାଇ ଫାଇନାଲ୍‌ ଟିକେଟ୍‌ ପକା କରିଥିଲେ।

Advertisment

ହରିଆଣାର ଏହି ଯୁବ ବକ୍ସର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ସେହିପରି ସେ ବୁଲଗେରିଆଠାରେ ଅନୁଷ୍ଠିତ ହୋଇଥିବା ବକ୍ସିଂ ଟୂର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।