Advertisment

ନିରାଶ କଲେ ବକ୍ସର ଅମିତ ପଙ୍ଘଲ, ପ୍ରଥମ ରାଉଣ୍ଡରୁ ବିଦା

ଥମ ମ୍ୟାଚ୍‌ରେ ପରାସ୍ତ ହୋଇ ଅମିତ ୨୦୨୪ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ୨୦୨୨ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଅମିତ ପ୍ରଥମ ରାଉଣ୍ଡରେ ହାରିଥିଲେ।

Amit Panghal

Amit Panghal

Advertisment

ଟୋକିଓ ଭଳି ପ୍ୟାରିସ ଅଲିମ୍ପିକ୍ସରେ ବି ନିରାଶ କରିଛନ୍ତି ଷ୍ଟାର ବକ୍ସର ଅମିତ ପଙ୍ଘଲ। ସେ ପ୍ରଥମ ମ୍ୟାଚ୍‌ରେ ହିଁ ପରାସ୍ତ ହୋଇ ୨୦୨୪ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ୨୦୨୨ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଅମିତ ପ୍ରଥମ ରାଉଣ୍ଡରେ ହାରିଥିଲେ। 

Advertisment

ଆଜି ବକ୍ସିଂର ୫୧ କେଜି ବର୍ଗର ପ୍ରଥମ ମୁକାବିଲାରେ ଅମିତଙ୍କ ମୁକାବିଲା ଜାମ୍ବିଆର ପ୍ୟାଟ୍ରିକ ଚିନାମ୍ବାଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ଚିନାମ୍ବା ନିଜର ଦବଦବା ଦେଖାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ଚିନାମ୍ବାଙ୍କୁ ହରାଇ ଅମିତ ସ୍ୱର୍ଣ୍ଣ ଜିତିଥିଲା। ଲାଗୁଥିଲା ଏହାର ପୁନରାବୃତ୍ତି ପ୍ୟାରସରେ ହେବ। କିନ୍ତୁ ଚିନାମ୍ବା ଏହାର ପ୍ରତିଶୋଧ ନେଇଛନ୍ତି।

ପ୍ରଥମ ସେଟରେ ଚିନାମ୍ବାଙ୍କ ସପକ୍ଷରେ ୩ ଓ ଅମିତଙ୍କ ସପକ୍ଷରେ ୨ ଜଣ ଅମ୍ପାୟାର ରାୟ ଦେଇଥିଲେ। ଦ୍ୱିତୀୟ ସେଟରେ ମଧ୍ୟ ସାମନ ରାୟ ଆସିଥିଲା। ଶେଷ ବାଉଟରେ ଅମିତ ଅଲଆଉଟ ଆଟାକ କରିଥିଲେ।

Advertisment

ହେଲେ ଚିନାମ୍ବା ବେଶ ଚମତ୍କାର ଢଙ୍ଗରେ ଏହାକୁ ଅଟକାଇ ଦେଇଥିଲେ। ଏପରି ସେ ଗୋଟିଏ ମୁଥାରେ ଅମିତଙ୍କ ମୁଣ୍ଡକୁ ଫୁଲାଇ ଦେଇଥିଲେ। ଶେଷରେ ୪:୧ ସ୍ଲିଟ ନିଷ୍ପତ୍ତିରେ ଚିନାମ୍ବାଙ୍କୁ ବିଜେତା ଘୋଷଣା କରାଯାଇଥିଲା।

Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe