/odisha-reporter/media/post_attachments/uploadimage/library/16_9/16_9_0/Anandkumar_1758002958.jpg)
Anandkumar
ଭାରତକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଛନ୍ତି ୨୨ ବର୍ଷୀୟ ଆନନ୍ଦକୁମାର ଭେଲକୁମାର। ଦେଶ ପାଇଁ ଆନନ୍ଦ ଆଣିଛନ୍ତି ଅପୂର୍ବ ଆନନ୍ଦ। ସେ ଦେଶର ପ୍ରଥମ ସ୍ପିଡ ସ୍କେଟର ଭାବେ ବିଶ୍ୱ ଚାମ୍ପିୟନଶିପରେ ଜିତିଛନ୍ତି ଐତିହାସିକ ସ୍ୱର୍ଣ୍ଣ।
ଚାଇନାରେ ଅନୁଷ୍ଠିତ ବିଶ୍ୱ ସ୍କେଟିଂ ଚାମ୍ପିୟନଶିପରେ ଆନନ୍ଦଙ୍କୁ ଏପରି ସଫଳତା ମିଳିଛି। ସେ ଫାଇନାଲରେ ଇଟାଲୀର ଡୁକିଓ ମାର୍ସିଲିଙ୍କୁ ୧୦୦୦ ମିଟର ସ୍ପ୍ରିଣ୍ଟରେ ମାତ ଦେଇଛନ୍ତି। ଏହି ରେସକୁ ଭାରତର ଆନନ୍ଦ କୁମାର ମାତ୍ର ୧ ମିନିଟ ୨୪ ସେକେଣ୍ଡ ୯୨୪ ମିଲିସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।
ତାଙ୍କର ଏହି ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ ଆନନ୍ଦକୁମାର ଭେଲକୁମାରଙ୍କ ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି।
ଐତିହାସିକ ସ୍ୱର୍ଣ୍ଣ ଜିତିବାର ଦିନକ ପୂର୍ବରୁ ଆନନ୍ଦକୁମାର ୫୦୦ ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଏହି ରେସକୁ ୪୩.୦୭୨ ସେକେଣ୍ଡରେ ଶେଷ କରିଥିଲେ। କେବଳ ଆନନ୍ଦ କୁମାର ନୁହନ୍ତି, ଭାରତର ଏହି ଐତିହାସିକ ମୁହୂର୍ତ୍ତରେ ଚାରଚାନ୍ଦ ଲଗାଇଛନ୍ତି ଜୁନିୟର ବର୍ଗର କ୍ରିଶ ଶର୍ମା। ସେ ଜୁନିୟର ବର୍ଗର ୧୦୦୦ ମିଟିର ସ୍ପ୍ରିଣ୍ଟରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
🔥🔥🔥🔥🇮🇳🇮🇳
⚡⚡REVOLUTIONARY ! MASSIVE ! MONUMENTAL ! COLOSSAL !! 💥💥💥💥
ANANDKUMAR VELKUMAR IS THE WORLD CHAMPION 🏆 🇮🇳
He won GOLD🥇in 1000m Sprint in World Speed Skating Ch'ships 🏆
Velkumar is now 2x World's + Jr World's medalist
THIS SHOULD REACH EVERY INDIAN 🇮🇳… pic.twitter.com/rJc1Oj4aCn
— SPORTS ARENA🇮🇳 (@SportsArena1234) September 15, 2025
ଆନନ୍ଦ କୁମାର ବ୍ୟକ୍ତିଗତ ଭାବେ ଦୁଇଟି ପଦକ ଜିତିଥିବାରୁ ଏହି କ୍ରୀଡ଼ାରେ ଭାରତ ଧୀରେଧୀରେ ନିଜର ଆଧିପତ୍ୟ ବିସ୍ତାର କରୁଥିବା ସଙ୍କେତ ମିଳିଛି। ଚଳିତ ବର୍ଷ ଚେଙ୍ଗଡୁରେ ଅନୁଷ୍ଠିତ ୱାର୍ଲ୍ଡ ଗେମ୍ସର ୧୦୦୦ ମିଟର ସ୍ପ୍ରିଣ୍ଟରେ ଆନନ୍ଦ ବ୍ରୋଞ୍ଜ ପଦକ ହାତେଇ ଥିଲେ।
୨୦୨୩ ଏସିଆନ ଗେମ୍ସର ୩୦୦୦ ମିଟର ସ୍ପ୍ରିଣ୍ଟରେ ଭାରତର ରିଲେ ଟିମ ବ୍ରୋଞ୍ଜ ପଦକ ଜିତିଥିଲା। ଏହି ଟିମରେ ମଧ୍ୟ ଆନନ୍ଦ ରହିଥିଲେ। ୪ ବର୍ଷ ତଳେ ଆୟୋଜିକ ଜୁନିୟର ବିଶ୍ୱ ଚାମ୍ପିୟନଶିପର ୧୫ କିମି ଏଲିମିନେସନରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ଆନନ୍ଦ।
Proud of Anandkumar Velkumar for winning the Gold at the Senior Men’s 1000m Sprint in the Speed Skating World Championships 2025. His grit, speed and spirit have made him India’s first World Champion in skating. His accomplishment will inspire countless youngsters.… pic.twitter.com/uewup1bGir
— Narendra Modi (@narendramodi) September 16, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
