ଓଭାଲ୍: ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଅମ୍ପାୟାର୍ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଇଂଲଣ୍ଡ ଦ୍ରୁତ ବୋଲର୍ ଜେମ୍ସ୍ ଆଣ୍ଡର୍ସନ୍ଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଆଣ୍ଡରସନ୍ଙ୍କ ମ୍ୟାଚ୍ ଫି'ର ୧୫ ପ୍ରତିଶତ ଅର୍ଥ କାଟି ଦେଇଛି।
କିଆ ଓଭାଲ୍ଠାରେ ଚାଲିଥିବା ସିରିଜ୍ର ପଞ୍ଚମ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ପ୍ରଥମ ଇନିଂସ୍ ବ୍ୟାଟିଂବେଳେ ଏହି ଘଟଣା ଘଟିଥିଲା। ଇନିଂସର ୨୯ତମ ଓଭରରେ ଆଣ୍ଡରସନ୍ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲିଙ୍କ ବିପକ୍ଷରେ ଏକ ଲେଗ୍ ବିଫୋର୍ ଆବେଦନ କରିଥିଲେ।
ତେବେ ଅମ୍ପାୟାର୍ କୁମାର୍ ଧର୍ମସେନା ଏହି ଆବେଦନକୁ ଖାରଜ କରିଦେବା ପରେ ଏଥିରେ ଅସନ୍ତୁଷ୍ଟ ଆଣ୍ଡରସନ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ଉତ୍ତେଜିତ ଅବସ୍ଥାରେ ଅମ୍ପାୟାର୍ ଧର୍ମସେନାଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ପରେ ତାଙ୍କଠାରୁ ନିଜ କ୍ୟାପ୍କୁ ଛଡ଼ାଇ ନେଇଥିଲେ।
ଆଣ୍ଡରସନ୍ଙ୍କ ଏପରି ଆଚରଣକୁ ନିୟମ ଉଲ୍ଲଘଂନ ଦର୍ଶାଇ ଆଇସିସି ଏଥିପାଇଁ ତାଙ୍କୁ ଦଣ୍ଡିତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Accident
ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ
କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ପୁଅର SUV କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
National
ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁ ମୃତ୍ୟୁ ଘଟଣା, ଜଣାପଡିଲା ଅଗ୍ନିକାଣ୍ଡର କାରଣ
ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁଙ୍କର ମୃତ୍ୟୁ ଘଟିଥିଲା।