Advertisment

ଆଣ୍ଡ୍ରିୟୁ ସାଇମଣ୍ଡସ ଓ ମାଇକେଲ କ୍ଲରର୍କଙ୍କ ବନ୍ଧୁତ୍ୱରେ ବିଷ ଭରିଛି ଆଇପିଏଲ୍ ଟଙ୍କା

ନୂଆଦିଲ୍ଲୀ: ବନ୍ଧୁତାରେ ବିଷ ଭରିଦେଲା ଆଇପିଏଲ୍ ଟଙ୍କା। ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ ଏନେଇ ରବିବାର କହିବା ପରେ ବିତର୍କ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଅନ୍ୟତମ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ମାଇକେଲ କ୍ଲାରର୍କଙ୍କ ସହ ତାଙ୍କ ବନ୍ଧୁତ୍ୱରେ ସମ୍ପର୍କରେ ଏହି ବିଷ ଭରି ହୋଇଛି। ୨୦୦୮ ମସିହା ଆଇପିଏଲ୍ ଡେକାନ ଚାର୍ଜର ପକ୍ଷରୁ ତାଙ୍କୁ ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଦେଇ କିଣା ଯାଇଥିଲା। ତାଙ୍କୁ ପ୍ରାୟ ୧.୩୫ ମିଲିୟନ ଡଲାର ମୂଲ୍ୟ ଦେଇ କିଣାଯାଇଥିଲା। […]

author-image
Niranjan Mishra
ଅଦ୍ୟତନ ହୋଇଛି
ଆଣ୍ଡ୍ରିୟୁ ସାଇମଣ୍ଡସ ଓ ମାଇକେଲ କ୍ଲରର୍କଙ୍କ ବନ୍ଧୁତ୍ୱରେ ବିଷ ଭରିଛି ଆଇପିଏଲ୍ ଟଙ୍କା

clark-symonds

ନୂଆଦିଲ୍ଲୀ: ବନ୍ଧୁତାରେ ବିଷ ଭରିଦେଲା ଆଇପିଏଲ୍ ଟଙ୍କା। ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ ଏନେଇ ରବିବାର କହିବା ପରେ ବିତର୍କ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଅନ୍ୟତମ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ମାଇକେଲ କ୍ଲାରର୍କଙ୍କ ସହ ତାଙ୍କ ବନ୍ଧୁତ୍ୱରେ ସମ୍ପର୍କରେ ଏହି ବିଷ ଭରି ହୋଇଛି। ୨୦୦୮ ମସିହା ଆଇପିଏଲ୍ ଡେକାନ ଚାର୍ଜର ପକ୍ଷରୁ ତାଙ୍କୁ ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଦେଇ କିଣା ଯାଇଥିଲା। ତାଙ୍କୁ ପ୍ରାୟ ୧.୩୫ ମିଲିୟନ ଡଲାର ମୂଲ୍ୟ ଦେଇ କିଣାଯାଇଥିଲା। ଭିଭିଏସ୍ ଲକ୍ଷ୍ମଣ, ଆଡାମ ଗିଲିକ୍ରିଷ୍ଟ, ସହିଦ ଆଫ୍ରିଦି, ହର୍ସେଲ ଗିବ୍ସ ଷ୍ଟାର ପ୍ଲେୟାରଙ୍କ ତାଲିକାରେ ତାଙ୍କ ନାମ ରହିଥିଲା। ଆଇପିଏଲ୍ ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ବହୁ ମୂଲ୍ୟ ମିଳିବା କ୍ଲାରର୍କଙ୍କ ଇର୍ସା ବଢ଼ାଇ ଥିଲା। ଯାହା ତାଙ୍କ ସହ ବନ୍ଧୁତ୍ୱରେ ଫାଟ ସୃଷ୍ଟି କରିଥିଲା।

Advertisment

ସେ କହିଛନ୍ତି, ଯେତେବେଳେ ଅଷ୍ଟ୍ରେଲିୟ ଦଳରେ କ୍ଲାରର୍କ ଆସିଥିଲେ ଦୁହିଁଙ୍କ ବନ୍ଧୁତ୍ୱ ଖୁବ୍ ନିବିଡ ହୋଇଥିଲା। ତାଙ୍କ ସହ ବ୍ୟାଟିଂ କରିବାରେ ଅନେକ ସମୟ କଟିଛି। ଦେଶକୁ ବିଶ୍ୱକପ୍ ଦେଇଛନ୍ତି। ହେଲେ ମାଥ୍ୟୁ ହେଡେନ ଆଇପିଏଲ୍ ଖେଳି ବଡ ଅର୍ଥ ରୋଜଗାର କରିବାକୁ କହିବା ପରେ ସେ ଏହି କ୍ରିକେଟରେ ଭାଗ ନେଇଥିଲେ। ହେଲେ ଏଠାରୁ ମିଳିଥିବା ପ୍ରଚୁର ଟଙ୍କା କ୍ଲରର୍କଙ୍କ ସହ ବନ୍ଧୁତ୍ୱରେ ଫାଟ ସୃଷ୍ଟି କରିଥିଲା। ଅର୍ଥ ଭଲ ହୋଇଥିଲେ ହେଁ ଏହା ଅନେକ ସମୟରେ ସମ୍ପର୍କରେ ବିଷ ଘୋଳି ଦିଏ। ଯାହା ଏଠାରେ ପ୍ରମାଣିତ ହୋଇଛି।

ସୂଚନା ଥାଉକି, ୨୦୦୮ ମସିହା ଆଇପିଏଲ୍ କ୍ରିକେଟ ଉଦଘାଟନି ମ୍ୟାଚରେ ସାଇମଣ୍ଡସ ମାତ୍ର ୪ଟି ମ୍ୟାଚ ଖେଳିଥିଲେ। ଯେଉଁଥିରେ ମୋଟ ୧୬୧ ରନ୍ କରିଥିବା ବେଳେ ଗୋଟିଏ ମ୍ୟାଚରେ ଅପରାଜିତ ୧୧୭ ରନ କରିଥିଲେ। ଦଳ ଏହି ସିଜିନରେ ଚାମ୍ପିୟନ ହୋଇଥିଲା। ଏ ସବୁ ସତ୍ତ୍ୱେ ସାଇମଣ୍ଡସ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। କ୍ଲାରର୍କ ପୁଣେ ଓ୍ୱରିୟରର୍ସ ନିମେନ୍ତ ପ୍ରତିନିଧିତ୍ୱ କରିଥିଲେ। କ୍ଲାରର୍କ ଆଇପିଏଲରେ ମାତ୍ର ୬ଟି ମ୍ୟାଚ ଖେଳି ୯୮ ରନ କରିଥିବା ବେଳେ ସାଇମଣ୍ଡସ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଛନ୍ତି ଏବଂ ୨୦ ଓ୍ୱିକେଟ ମଧ୍ୟ ନେଇଛନ୍ତି।

Advertisment