Advertisment

ତୀରନ୍ଦାଜି କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡ଼ି

୪ର୍ଥ ସେଟରେ ଅଙ୍କିତା କ୍ରମାଗତ ୧୦ ପଏଣ୍ଟ ହିଟ୍‌ କରିଥିଲେ। ଧୀରଜ ମଧ୍ୟ ୯ରୁ କମ ପଏଣ୍ଟ ହାସଲ କରି ନଥିଲେ।

paris

paris

Advertisment

ପ୍ୟାରିସ ଅଲିମ୍ପିକ୍ସରୁ କ୍ରମାଗତ ତୀରନ୍ଦାଜିରେ ଖରାପ ଖବର ଦେଇଥିବା ଭାରତୀୟ ଖେଳାଳି ଏଥର କିଛିଟା ମାନ ବଢ଼ାଇଛନ୍ତି। ତୀରନ୍ଦାଜିର ମିକ୍ସଡ ଇଭେଣ୍ଟରେ ଭାରତ ଏବେ କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛି। ଆଉ କିଛି ଘଣ୍ଟା ପରେ କ୍ୱାର୍ଟର ଫାଇନାଲ ଲଢ଼େଇ ଆରମ୍ଭ ହେବ। ଭାରତ ପାଇଁ ଧୀରଜ ଓ ଅଙ୍କିତା ଭକତ ଦମଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି।

Advertisment

ପୁରୁଷ ଟିମ ଇଭେଣ୍ଟ ଓ ମହିଳା ଟିମ ଇଭେଣ୍ଟରେ ଉଭୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଭାରତ ଉଭୟ ବର୍ଗର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ।

କିନ୍ତୁ ଏବେ ମିକ୍ସଡ ଟିମର ୧/୮ ଏଲିମିନେସନ ରାଉଣ୍ଡରେ ଧୀରଜ-ଅଙ୍କିତା ଯୋଡ଼ି ଦମ ଦେଖାଇଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲରେ ଭାରତର ମୁକାବିଲା ଇଣ୍ଡୋନେସିଆର ଦିଆନନ୍ଦା ଓ ଆରିଫଙ୍କ ସହ ହୋଇଥିଲା।

Advertisment

ପ୍ରଥମ ରାଉଣ୍ଡକୁ ଭାରତ ୩୭-୩୬ରେ ଜିତିଥିବା ବେଳେ ଦ୍ୱିତୀୟ ସେଟ ୩୮-୩୮ରେ ଶେଷ ହୋଇଥିଲା। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଥିଲା। ଦ୍ୱିତୀୟ ରାଉଣ୍ଡ ଶେଷ ହେବା ବେଳକୁ ଭାରତ ୩ ପଏଣ୍ଟ ଓ ଇଣ୍ଡୋନେସିଆ ୧ ପଏଣ୍ଟ ପାଇଥିଲା।

୪ର୍ଥ ସେଟରେ ଅଙ୍କିତା କ୍ରମାଗତ ୧୦ ପଏଣ୍ଟ ହିଟ୍‌ କରିଥିଲେ। ଧୀରଜ ମଧ୍ୟ ୯ରୁ କମ ପଏଣ୍ଟ ହାସଲ କରି ନଥିଲେ। ଶେଷରେ ଏହି ସେଟକୁ ଭାରତୀୟ ଯୋଡ଼ି ୩୮-୩୭ରେ ଜିତି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲା। ଏବେ କ୍ୱାର୍ଟର ଫାଇନାଲରେ ଭାରତର ମୁକାବିଲା ସ୍ପେନ ସହ ହେବ।

Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe