Advertisment

ଏସୀୟ କ୍ରୀଡ଼ା: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଅଭିଷେକ, ଓଜସ ଓ ପ୍ରଥମେଶ

ଭାରତ ଏଯାବତ ମୋଟ ୮୪ଟି ପଦକ ଜିତିସାରିଲାଣି।

ଅଦ୍ୟତନ ହୋଇଛି
Archery

Archery

Advertisment

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା (Asian Games)ରେ ଭାରତ ଜିତିଛି ଆଉ ଏକ ସ୍ୱର୍ଣ୍ଣ। ତୀରନ୍ଦାଜୀରୁ ଆସିଛି ଏହି ସ୍ୱର୍ଣ୍ଣ।

Advertisment

ତୀରନ୍ଦାଜୀର ପୁରୁଷ କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ଆଜି ଭାରତ ପାଇଁ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଭିଷେକ ବର୍ମା, ଓଜସ ପ୍ରବୀଣ ଦେଓତାଲେ ଓ ପ୍ରଥମେଶ ଜାୱକର। ଦକ୍ଷିଣ କୋରିଆକୁ ୨୩୫-୨୩୦ରେ ହରାଇ ସେମାନେ ଏହି ପଦକ ଜିତିଛନ୍ତି।

ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ୨୧ତମ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଭାରତ ଏଯାବତ ମୋଟ ୮୪ଟି ପଦକ ଜିତିସାରିଲାଣି। ତା’ମଧ୍ୟରେ ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକ ଅଛି।

Advertisment

ଅଭିଷେକ ବର୍ମା, ଓଜସ ଦେଓତାଲେ ଓ ପ୍ରଥମେଶଙ୍କ ପୂର୍ବରୁ ଆଜି ସ୍କ୍ୱାଶ୍‌ର ମିକ୍ସଡ ଡବଲ୍ସରେ ଦୀପିକା ପାଲିକଲ ଓ ହରିନ୍ଦରପାଲ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ତୀରନ୍ଦାଜୀର ମହିଳା କମ୍ପାଉଣ୍ଡ ଟିମ୍‌ ଫାଇନାଲରେ ଭାରତର ଜ୍ୟୋତି, ଅଦିତି ଓ ପରନୀତ ଚାଇନିଜ ତାଇପେଇକୁ ୨୩୦-୨୨୮ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Asian Games Asian Games 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe