Advertisment

ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍‌, ନିଖତ୍‌ଙ୍କ ପରେ ଲଭଲିନା ମାରିଲେ ଗୋଲ୍ଡେନ୍ ପଞ୍ଚ

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ଟି ସ୍ୱର୍ଣ୍ଣ।

ଅଦ୍ୟତନ ହୋଇଛି
Nikhat & Lovlina

Nikhat & Lovlina

Advertisment

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ଟି ସ୍ୱର୍ଣ୍ଣ। ପ୍ରଥମେ ନୀତୁ ଘଂଘାସ ଓ ସ୍ୱିଟି ବୋରା ନୂଆ ବିଶ୍ୱ ବିଜୟିନୀ ହୋଇ ଇତିହାସ ରଚିଥିବା ବେଳେ, ଗତକାଲି ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି ଆଉ ୨  ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ନିଖତ ଜରିନ୍ ଓ ଲଭଲିନା ବୋର୍ଗୋହେନ୍।

Advertisment

ପ୍ରଥମେ ନିଖତ ଜରିନ୍ ଓ ତା’ପରେ ଲଭଲିନା ମାରିଛନ୍ତି ଗୋଲ୍ଡେନ୍ ପଞ୍ଚ। ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଛନ୍ତି। ଲଭଲିନା ୭୫ କେଜି ବର୍ଗରେ ୫-୨ରେ ହରାଇଛନ୍ତି ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ। 

ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ପ୍ରତିଯୋଗିତାରେ ଗତକାଲି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ନୀତୁ ଘଂଘାସ ଓ ସ୍ୱି୍ୱଟି ବୋରା। ସେ ୪୮ କେଜି ଓଜନ ବର୍ଗ ଫାଇନାଲରେ ମଙ୍ଗୋଲିଆ ପ୍ରତିପକ୍ଷଙ୍କୁ ୫-୦ରେ ଧରାଶାୟୀ କରି ସ୍ୱ୍ୱର୍ଣ୍ଣ ପଦକ ହାସଲ କରିଥିଲେ ନୀତୁ। 

Advertisment

୮୧ କେଜି ବର୍ଗରେ ଚୀନର ୱାଙ୍ଗ ଲିନାଙ୍କୁ ୪-୩ରେ ପରାସ୍ତ କରି ଗୋଲ୍ଡ ମେଡାଲ୍ ହାସଲ କରିଥିଲେ ସ୍ୱି୍ୱଟି। ସ୍ୱିଟି ବାହାଘରର ମାତ୍ର ୧୦ ଦିନ ପରେ ଏହି ଚାମ୍ପିୟନଶିପ ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ। ପୂର୍ବରୁ ସେ ୨୦୧୪ ବିଶ୍ୱ ମହିଳା ବକ୍ସିଂ ପ୍ରତିଯୋଗିତାରେ  ରୌପ୍ୟ ପଦକ ଜିତିଥିଲେ।

World Boxing Championship
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe