Advertisment

ରେସଲର ଅନ୍ତିମ ପଙ୍ଘଲଙ୍କୁ ଶକ୍ତ ଝଟକା, ୩ ବର୍ଷ ପାଇଁ ଲାଗିଲା ବ୍ୟାନ୍‌!

ପ୍ୟାରିସ ଅଲିମ୍ପିକ୍ସରେ ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କୁ ୩ ବର୍ଷ ପାଇଁ ଆଇଓଏ ବ୍ୟାନ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ପ୍ୟାରିସରୁ ମଧ୍ୟ ଅନ୍ତିମ ଓ ତାଙ୍କ କୋଚିଂ ଟିମକୁ ପୁଲିସ୍‌ ବିଦା କରିବ ବୋଲି ଖବର ମିଳିଛି।

Antim Panghal

Antim Panghal

Advertisment

ଭାରତର ମହିଳା ରେସଲର ଅନ୍ତିମ ପଙ୍ଘଲଙ୍କୁ ଲାଗିଛି ଶକ୍ତ ଝଟକ। ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ରାଉଣ୍ଡରୁ ହାରି ବିଦାୟ ନେଇଥିବା ଅନ୍ତିମଙ୍କ ବିରୋଧରେ ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କୁ ୩ ବର୍ଷ ପାଇଁ ଆଇଓଏ ବ୍ୟାନ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ପ୍ୟାରିସରୁ ମଧ୍ୟ ଅନ୍ତିମ ଓ ତାଙ୍କ କୋଚିଂ ଟିମକୁ ପୁଲିସ୍‌ ବିଦା କରିବ ବୋଲି ଖବର ମିଳିଛି।

୫୩ କେଜି ବର୍ଗରେ କୁସ୍ତି ଲଢ଼ିଥିବା ଅନ୍ତିମ ପ୍ରଥମ ରାଉଣ୍ଡରେ ହାରି ଯାଇଥିଲା। ମ୍ୟାଚ୍‌ ହାରିବା ପରେ ସେ ହୋଟେଲକୁ ଚାଲି ଯାଇଥିଲେ। ହେଲେ ସେ ନିଜର ଅନୁବନ୍ଧିତ ପରିଚୟପତ୍ରକୁ ତାଙ୍କ ଭଉଣୀଙ୍କୁ ଦେଇଥିଲେ। ସେ ଏହାକୁ ବ୍ୟବହାର କରି ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଥିଲେ।

Advertisment

ସୁରକ୍ଷାକର୍ମୀମାନେ ତାଙ୍କୁ ଧରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଅନ୍ତିମ ଏପରି ଆଚରଣ ଭାରତୀୟ କଣ୍ଟିଜେଣ୍ଟର ମୁଣ୍ଡକୁ ତଳକୁ କରି ଦେଇଥିବାରୁ ତାଙ୍କ ବିରୋଧରେ ଆଇଓଏ କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି। 

ମିଳିଥିବା ସୂଚନା ଅନୁସାରେ, ଅନ୍ତିମଙ୍କ ପରିଚୟପତ୍ର ଧରି ତାଙ୍କ ଭଉଣୀ ନିଶା କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଥିଲେ। ସେଠାରୁ ସେ ଅନ୍ତିମଙ୍କ ଜିନିଷପତ୍ର ଧରି ବାହାରୁଥିବା ବେଳେ ଫ୍ରାନ୍ସ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ପୁଲିସ୍‌ ତାଙ୍କୁ ଥାନାକୁ ନେବା ସହ ସେଠାରେ ତାଙ୍କର ବୟାନ ରେକର୍ଡ କରିଥିଲା। ଏହାପରେ ସେଠାରେ ଅନ୍ତିମ ପହଞ୍ଚିଥିଲେ।

ସେଠାରେ ଲେଖାପଢ଼ା ପରେ ପୁଲିସ୍‌ ଉଭୟଙ୍କୁ ଛାଡ଼ିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାକୁ ଅନ୍ତିମ ଖଣ୍ଡନ କରିଛନ୍ତି। ନିଶା ଗିରଫ ହେବା ଖବରରେ କୌଣସି ସତ୍ୟତା ନାହିଁ। ପୁଲିସ୍‌ କେବଳ ତାଙ୍କର ପ୍ରକୃତ ପରିଚୟ ଜାଣିବା ପାଇଁ ଥାନାକୁ ନେଇଥିବା ଅନ୍ତିମ ସଫେଇ ଦେଇଛନ୍ତି।

ଅନ୍ତିମ କହିଛନ୍ତି ଯେ ମ୍ୟାଚ୍‌ ହାରିବା ପରେ ଅସୁସ୍ଥ ଅନୁଭବ ହୋଇଥିଲା। ତେଣୁ ସେ ତାଙ୍କ ଭଉଣୀଙ୍କ ହୋଟେଲକୁ ଚାଲି ଯାଇଥିଲେ। ତେବେ ସେ କ୍ରୀଡ଼ାଗ୍ରାମରେ କିଛି ଜିନିଷ ଛାଡ଼ି ଆସିଥିବାରୁ ଭଉଣୀ ନିଶାଙ୍କୁ ସେଠାକୁ ପଠାଇଥିଲେ। ଏହାପରେ ହିଁ ସବୁ ବିବାଦ ଆରମ୍ଭ ହୋଇଛି।

ସେ କହିଛନ୍ତି, “ଗତକାଲି ମୋ ଦିନ ନଥିଲା। ମୁଁ ମୋ ମ୍ୟାଚ୍‌ ହାରିଥିଲି। କିନ୍ତୁ ମୁଁ ହାରିବା ପରଠାରୁ କୁହାଯାଉଛି ଯେ ମୋ ଭଉଣୀଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏଥିସହ ମୁଁ ମଧ୍ୟ ଗିରଫ ହୋଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ସେମିତି କିଛି ବି ହୋଇନି।

ବାଉଟ ହାରିବା ପରେ ମୋତେ ଜ୍ୱର ହୋଇ ଯାଇଥିଲା। ତେଣୁ କୋଚଙ୍କ ଅନୁମତିକ୍ରମେ ମୁଁ ମୋ ଭଉଣୀଙ୍କ ହୋଟେଲକୁ ଚାଲି ଯାଇଥିଲି। ହେଲେ ମୋର କିଛି ଜିନିଷ କ୍ରୀଡ଼ାଗ୍ରାମରେ ରହି ଯାଇଥିଲା। ମୁଁ ଅସୁସ୍ଥ ଥିବାରୁ ମୋ ଭଉଣୀ ମୋ ପରିଚୟପତ୍ର ଧରି କ୍ରୀଡ଼ାଗ୍ରାମକୁ ଯାଇଥିଲେ।

ସେ ଅଧିକାରୀମାନଙ୍କୁ ମୋ ଜିନିଷ ଆଣିବା ପାଇଁ ଅନୁମତି ମାଗିଥିଲେ। ଅଧିକାରୀମାନେ ମୋ ପରିଚୟପତ୍ର ତାଙ୍କ ଠାରୁ ନେଇଯିବା ସହ ତାଙ୍କୁ ପୁଲିସ ଷ୍ଟେସନ ନେଇଯାଇଥିଲେ। ଭେରିଫିକେସନ ପାଇଁ ତାଙ୍କୁ ନିଆ ଯାଇଥିଲା। ମୋତେ ପୁଲିସ ଷ୍ଟେସନ ନିଆଯାଇ ନଥିଲା।”

ଅନ୍ତିମଙ୍କ କହିବା କଥା ଯେ ଭେରିଫିକେସନ ପରେ ନିଶାଙ୍କୁ ତୁରନ୍ତ ପୁଲିସ୍‌ ଛାଡ଼ି ଦିଆଯାଇଥିଲା। ପରିଚୟପତ୍ର ମଧ୍ୟ ତାଙ୍କ ହାତରେ ଦିଆଯାଇଥିଲା।

ଅନ୍ୟପକ୍ଷରେ ଅନ୍ତିମଙ୍କ ଦୁଇ ଜଣ କୋଚ୍ ମଧ୍ୟ ନିଶାସକ୍ତ ଅବସ୍ଥାରେ ଜଣେ କ୍ୟାବ ଡ୍ରାଇଭରଙ୍କ ସହ ପାଟିତୁଣ୍ଡ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ମଧ୍ୟ ଅନ୍ତିମ ଖଣ୍ଡନ କରିଛନ୍ତି।

Olympics Paris Olympics 2024 Paris Olympics Olympics 2024 Antim Panghal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe