khan
ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପେସ୍ ବୋଲର୍ ଜାହିର ଖାନ୍। ସେ ଆଜି ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ବିଧିବଦ୍ଧ ଘୋଷଣା କରିଛନ୍ତି। ଜାହିର ୯୨ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୩୧୧ଟି ୱିକେଟ୍ ଓ ୨ ଶହ ଏକଦିବସୀୟ ଖେଳି ୨୮୨ ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୧୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ଜ୍ୟାକ୍ ନାଁରେ ପରିଚିତ ଜାହିର ଖାନ୍ ଶେଷ ଥର ପାଇଁ ୨୦୧୪ ଫେବୃୟାରୀରେ ବେଲିଂଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ। କାନ୍ଧର ଆଘାତ ଯୋଗୁ ମୁମ୍ୱାଇରେ ଖେଳାଯାଇଥିବା ୨୦୧୪ ଓ ୨୦୧୫ ରଣଜୀ ଟ୍ରଫିରୁ ମଧ୍ୟ ବାଦ୍ ପଡିଥିଲେ। ଆସନ୍ତା ଆଇପିଏଲ୍ ଜାହିରଙ୍କ ଶେଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/khan_.jpg)