Advertisment

ଅନୁରାଗ ମାମଲାର ରୋଚକ ମୋଡ଼: ସନ୍ଦିଗ୍ଧ ବୁକି କରନ ସହିତ ଧୋନି ଓ ଯୁବରାଜ ବି ଉଠାଇଛନ୍ତି ଫଟୋ

ନୂଆଦିଲ୍ଲୀ: ସନ୍ଦିଗ୍ଧ ବୁକି କରନ ଗିଲହୋତ୍ରା ସହିତ ଭାରତୀୟ କ୍ରିକେଟ ବୋର୍ଡ ସଂପାଦକ ଅନୁରାଗ ଠାକୁରଙ୍କ ସଂପର୍କକୁ ନେଇ ବିସିସିଆଇ ଓ ଆଇସିସି ମଧ୍ୟରେ ଶୀତଳ ଯୁଦ୍ଧ ଗତକାଲି ତିକ୍ତତା ଆଡ଼କୁ ମୋଡ଼ ବଦଳାଇଥିଲା। ଭାରତର ସମସ୍ତ ସନ୍ଦିଗ୍ଧ ବୁକିମାନଙ୍କର ତାଲିକା ତାଙ୍କୁ ଦେବାକୁ ଅନୁରୋଧ କରି ଅନୁରାଗ ଠାକୁର ଆଇସିସି ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଏହି ତାଲିକା ପାଇଲେ ସେ ସେମାନଙ୍କଠାରୁ ଦୂରେଇ ରହିବେ ବୋଲି କହିଥିଲେ। ତା’ସହିତ ବୁକିମାନଙ୍କର […]

ଅନୁରାଗ ମାମଲାର ରୋଚକ ମୋଡ଼: ସନ୍ଦିଗ୍ଧ ବୁକି କରନ ସହିତ ଧୋନି ଓ ଯୁବରାଜ ବି ଉଠାଇଛନ୍ତି ଫଟୋ

yuvrajgilhotr

Advertisment

ନୂଆଦିଲ୍ଲୀ: ସନ୍ଦିଗ୍ଧ ବୁକି କରନ ଗିଲହୋତ୍ରା ସହିତ ଭାରତୀୟ କ୍ରିକେଟ ବୋର୍ଡ ସଂପାଦକ ଅନୁରାଗ ଠାକୁରଙ୍କ ସଂପର୍କକୁ ନେଇ ବିସିସିଆଇ ଓ ଆଇସିସି ମଧ୍ୟରେ ଶୀତଳ ଯୁଦ୍ଧ ଗତକାଲି ତିକ୍ତତା ଆଡ଼କୁ ମୋଡ଼ ବଦଳାଇଥିଲା। ଭାରତର ସମସ୍ତ ସନ୍ଦିଗ୍ଧ ବୁକିମାନଙ୍କର ତାଲିକା ତାଙ୍କୁ ଦେବାକୁ ଅନୁରୋଧ କରି ଅନୁରାଗ ଠାକୁର ଆଇସିସି ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଏହି ତାଲିକା ପାଇଲେ ସେ ସେମାନଙ୍କଠାରୁ ଦୂରେଇ ରହିବେ ବୋଲି କହିଥିଲେ। ତା’ସହିତ ବୁକିମାନଙ୍କର ଏକ ତାଲିକା ଶ୍ରୀନିବାସନ ତାଙ୍କ ନିଜ ପରିବାର ଲୋକଙ୍କୁ ବି ଦେଇ ଦେବା ଉଚିତ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। କାରଣ ତାଙ୍କ ପରିବାର ଲୋକ ବେଟିଂ କରୁଥିବା ନେଇ ପ୍ରମାଣିତ ହୋଇସାରିଛି। ସେ ବିସିସିଆଇର ସଂପାଦକ ହୋଇଯିବା କଥାକୁ ଶ୍ରୀନି ଗ୍ରହଣ ନକରିପାରି ତାଙ୍କ ବିରୁଦ୍ଧରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ଅନୁରାଗ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ଓ ଟ୍ୱିଟ୍ କରିଥିଲେ।

Advertisment

ଅପରପକ୍ଷରେ ଆଜି ଜଣାପଡ଼ିଛି ଯେ ଏହି ସନ୍ଦିଗ୍ଧ ବୁକି କରନ ଗିଲହୋତ୍ରା କେବଳ ଅନୁରାଗ ଠାକୁରଙ୍କ ସହିତ ଫଟୋ ଉଠାଇ ନାହିଁ। ଯୁବରାଜ ସିଂହ ଓ ବଲିଉଡ ଷ୍ଟାର ସଲମାନ ଖାନଙ୍କ ସହିତ ବି ସେ ଉଠାଇଛି ଫଟୋ। ଏହା ବ୍ୟତୀତ କରନ ଗିଲହୋତ୍ରାକୁ ଅନେକ ବୁ୍ୟରୋକ୍ରାଟ୍ସ, ବଲିଉଡ ଷ୍ଟା ଓ କ୍ରିକେଟରଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ସେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଳାମିଶା କରିଥାଏ। ଯୁବରାଜଙ୍କ ଭଳି ସଚୀନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ବି ଫଟୋ ଉଠାଇଛି କରନ ଗିଲହୋତ୍ରା। ଏହି ପରିପ୍ରେକ୍ଷୀରେ କରନ ସହିତ ଅନୁରାଗ ଗୋଟିଏ ଫଟୋରେ ଥିବା ନେଇ ଆଇସିସିର ଯେଉଁ ଆପତ୍ତି ଉଠାଇଥିଲା ତଥା ବୁକିମାନଙ୍କ ସହିତ ଅନୁରାଗଙ୍କ ସମ୍ଭାବ୍ୟ ସଂପର୍କ ଉପରେ ଯେଉଁ ପ୍ରଶ୍ନ ଉଠାଇଥିଲା ତାହା ରୋଚକ ମୋଡ଼ ନେଇଛି। ଯୁବରାଜ, ଧୋନି ଓ ତେନ୍ଦୁଲକରଙ୍କ ଉପରେ ନଜର ରଖିବା ପାଇଁ ଆଇସିସି ବିସିସିଆଇକୁ ଚିଠି ଲେଖିବ ନା ନାହିଁ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

କରନ ଗିଲହୋତ୍ରା ସହିତ ତାଙ୍କ ଫଟୋକୁ ନେଇ ଠାକୁର ଗତକାଲି କହିଥିଲେ ଯେ ସେ ଉକ୍ତ ବ୍ୟକ୍ତି ଜାଣନ୍ତି। ସେ ପଞ୍ଜାବ ରାଜନୀତି ଓ କ୍ରିକେଟ କାର୍ଯ୍ୟକ୍ରମଗୁଡ଼ିକ ସହିତ ଜଡ଼ିତ ଅଛନ୍ତି। ତେବେ ସେ ସନ୍ଦିଗ୍ଧ ବୁକି ତାଲିକାରେ ଥିବା ନେଇ ତାଙ୍କର କୌଣସି ଜ୍ଞାନ ନ ଥିଲା। ସେହିପରି କରନ ଗିଲହୋତ୍ରା କହିଛି ଯେ ସେ ଅନୁରାଗଙ୍କୁ ୧୦ ବର୍ଷ ହେଲା ଜାଣିଛନ୍ତି । କେବଳ ତାଙ୍କୁ ନୁହେଁ, କ୍ରିକେଟ ଓ ବଲିଉଡର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସେ ମିଳାମିଶା କରିଛନ୍ତି। କାହା ସହିତ ମିଳାମିଶା କରିବା ଅର୍ଥ ନୁହେଁ ଯେ ଆପଣ କିଛି ଭୁଲ କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe