Advertisment

ସ୍ୱିଡିସ ଗ୍ରାଣ୍ଡ ପ୍ରିଁ: ଅପୂର୍ବୀଙ୍କୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ସୁଟର ଅପୂର୍ବୀ ଚାନ୍ଦିଲା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସ୍ୱିଡିସ ଗ୍ରାଣ୍ଡ ପ୍ରିଁରେ ସେ ପୁଣି ଏକ ସ୍ୱର୍ଣ୍ଣ  ହାସଲ କରିଛନ୍ତି। ମହିଳା ବର୍ଗ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଚାନ୍ଦିଲା ଏହି ସଫଳତା ହାସଲ କରିଛନ୍ତି। ୨୦୮ ଦଶମିକ ୯ ପଏଣ୍ଟ ହାସଲ କରି ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ସେ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ସେ ‘ସୁଟର ଅଫ ଦି ଟୁର୍ନାମେଣ୍ଟ’ ମଧ୍ୟ ବିବେଚିତ ହୋଇଛନ୍ତି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ୱିଡିସ ଗ୍ରାଣ୍ଡ ପ୍ରିଁ: ଅପୂର୍ବୀଙ୍କୁ ଆଉ ଏକ ସ୍ୱର୍ଣ୍ଣ

apurivi_chadela

ନୂଆଦିଲ୍ଲୀ: ଭାରତୀୟ ସୁଟର ଅପୂର୍ବୀ ଚାନ୍ଦିଲା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସ୍ୱିଡିସ ଗ୍ରାଣ୍ଡ ପ୍ରିଁରେ ସେ ପୁଣି ଏକ ସ୍ୱର୍ଣ୍ଣ  ହାସଲ କରିଛନ୍ତି। ମହିଳା ବର୍ଗ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଚାନ୍ଦିଲା ଏହି ସଫଳତା ହାସଲ କରିଛନ୍ତି।

Advertisment

୨୦୮ ଦଶମିକ ୯ ପଏଣ୍ଟ ହାସଲ କରି ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ସେ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ସେ 'ସୁଟର ଅଫ ଦି ଟୁର୍ନାମେଣ୍ଟ' ମଧ୍ୟ ବିବେଚିତ ହୋଇଛନ୍ତି।

ପୂର୍ବରୁ ଏହି ଚାମ୍ପିୟାନସିପରେ ଚାନ୍ଦିଲା ୧୦ ମିଟର ଏୟାର ରାଇଫଲ ଉଭେଣ୍ଟରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୧୧ ଦଶମିକ ୨ ପଏଣ୍ଟ ସହ ସେ ଏହି ରେକର୍ଡ କରିଥିଲେ। ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସାରିଥିବା ଚାନ୍ଦିଲା ପୂର୍ବରୁ ଡିସେମ୍ୱରରେ ହୋଇଥିବା ଜାତୀୟ ଚାମ୍ପିୟାନସିପରେ ସ୍ୱର୍ଣ ପଦକ ଜିତିଥିଲେ।

Advertisment