ଅର୍ଜୁନ ପୁରସ୍କାରପ୍ରାପ୍ତ ବକ୍ସର କୁଲ୍‌ଫି ବିକୁଛନ୍ତି

ନୂଆଦିଲ୍ଲୀ: ହରିୟାଣାର ଅନେକ ବକ୍ସର ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ବିଜେନ୍ଦର ସିଂହ ଓ ସୁଶୀଲ କୁମାରଙ୍କ ଭଳି ବକ୍ସର ଭାରତୀୟ ବକ୍ସିଂକୁ ନୂଆ ପରିଚୟ ଦେଇଛନ୍ତି। ତେବେ ବକ୍ସିଂ ଜଗତରେ ଅନେକ ଖେଳାଳି ଉଭୟ ନାଁ ଓ ଅର୍ଥ ଉପାର୍ଜନ କରିଥିବା ବେଳେ ଆଉ ଅନେକ ସମୟ ସ୍ରୋତରେ ହଜି ଯାଇଛନ୍ତି। ସେମାନଙ୍କୁ ଲୋକେ ଭୁଲି ଯାଇଛନ୍ତି। ସେହିଭଳି ଜଣେ ବକ୍ସର ହେଉଛନ୍ତି ଦିନେଶ କୁମାର। ଅନ୍ତର୍ଜାତୀୟ ବକ୍ସର ତଥା ଅର୍ଜୁନ ପୁରସ୍କାର […]

dinesh

dinesh

Rakesh Mallick
  • Published: Monday, 29 October 2018
  • Updated: 29 October 2018, 02:32 PM IST

Sports

Latest News

ନୂଆଦିଲ୍ଲୀ: ହରିୟାଣାର ଅନେକ ବକ୍ସର ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ବିଜେନ୍ଦର ସିଂହ ଓ ସୁଶୀଲ କୁମାରଙ୍କ ଭଳି ବକ୍ସର ଭାରତୀୟ ବକ୍ସିଂକୁ ନୂଆ ପରିଚୟ ଦେଇଛନ୍ତି। ତେବେ ବକ୍ସିଂ ଜଗତରେ ଅନେକ ଖେଳାଳି ଉଭୟ ନାଁ ଓ ଅର୍ଥ ଉପାର୍ଜନ କରିଥିବା ବେଳେ ଆଉ ଅନେକ ସମୟ ସ୍ରୋତରେ ହଜି ଯାଇଛନ୍ତି। ସେମାନଙ୍କୁ ଲୋକେ ଭୁଲି ଯାଇଛନ୍ତି। ସେହିଭଳି ଜଣେ ବକ୍ସର ହେଉଛନ୍ତି ଦିନେଶ କୁମାର।

ଅନ୍ତର୍ଜାତୀୟ ବକ୍ସର ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଦିନେଶ ବିଭିନ୍ନ ପ୍ରତିଯୋଗିତାରେ ୧୭ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ଓ ଋଣ ଶୁଝିବା ପାଇଁ ୩୦ ବର୍ଷୀୟ ଏହି ପୂର୍ବତନ ବକ୍ସିଂ ତାରକା ଭିବାନୀରେ ରାସ୍ତାରେ ବୁଲି ବୁଲି କୁଲ୍‌ଫି (ଏକ ପ୍ରକାର ଆଇସ୍‌କ୍ରିମ୍‌) ବିକ୍ରି କରୁଛନ୍ତି।

ଦିନେଶ ୧୭ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଖେଳାଇବା ପାଇଁ ତାଙ୍କ ବାପା ଋଣ କରିଥିଲେ। ଏହି ଋଣ ପରିଶୋଧ ହୋଇ ନଥିବା ବେଳେ ଦିନେଶ ଦୁର୍ଘଟଣାରେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କ ବାପା ପୁଣି ଋଣ କରିଥିଲେ। ଋଣ ଅର୍ଥ ଶୁଝିବା ପାଇଁ ତାଙ୍କ ପାଖରେ କି ତାଙ୍କ ବାପାଙ୍କ ପାଖରେ ଅର୍ଥ ନାହିଁ। ତେଣୁ ଦିନେଶ ଏବେ ବାପାଙ୍କ ସହ ମିଶି କୁଲ୍‌ଫି ବିକ୍ରି କରୁଛନ୍ତି। ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିବାରୁ ଦିନେଶ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି।

[caption id="attachment_294268" align="aligncenter" width="730"]dinesh12 image credit- ndtv[/caption]

ଦିନେଶ କହିଛନ୍ତି,“ମୋ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଗତବର୍ଷ ମୁଁ ସରକାରଙ୍କୁ ସାହାଯ୍ୟ ମାଗିଥିଲି। ଏବେ ବି ମାଗୁଛି। ମୁଁ ଚାହୁଁଛି ସରକାର ମୋତେ ଗୋଟିଏ ଚାକିରି ଦିଅନ୍ତୁ। ଏହାଦ୍ୱାରା ମୋତେ ସାହାଯ୍ୟ ମିଳିବ।”

ଦିନେଶଙ୍କୁ ସାହାଯ୍ୟ କରିବାକୁ ତାଙ୍କ କୋଚ୍ ବିଷ୍ୱୁ ଭଗୱାନ୍ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଦିନେଶ ଜୁନଅର ବର୍ଗରେ ବହୁ ପଦକ ଜିତିଥିଲେ। ତେବେ ଦୁର୍ଘଟଣା ପରେ ଆଘାତ ଯୋଗୁ ସେ ଆଉ ଖେଳି ପାରି ନଥିଲେ। ଏବେ ସେ କୁଲ୍‌ଫି ବିକିବାକୁ ବାଧ୍ୟ ହୋଇଛନ୍ତି। ସରକାର ତାଙ୍କୁ ସାହାଯ୍ୟ କଲେ ସେ ଋଣମୁକ୍ତ ହୋଇପାରିବେ।

ଦିନେଶ କୁଲ୍‌ଫି ବିକ୍ରି କରୁଥିବାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos