Advertisment

ପଦକ ଜିତିବାରୁ ଅଳ୍ପକେ ରହିଗଲେ ଅର୍ଜୁନ

ଭାରତ ପାଇଁ ବନ୍ଧୁକ ଚାଳନାରେ ପଦକ ଜିତିବାର ଅତି ନିକଟକୁ ଆସି ନିରାଶ କରିଛନ୍ତି ଅର୍ଜୁନ ବବୁତା।

author-image
Hemant Lenka
arjun

arjun

ମନୁ ଭାକରଙ୍କ ପରେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବନ୍ଧୁକ ଚାଳନାରେ ପଦକ ଜିତିବାର ଅତି ନିକଟକୁ ଆସି ନିରାଶ କରିଛନ୍ତି ଅର୍ଜୁନ ବବୁତା। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦେଶ ପାଇଁ ପଦକ ଜିତିବାର ଆଶା ସୃଷ୍ଟି କରିଥିଲେ। 

Advertisment

ଏପରି କି ଫାଇନାଲ ଇଭେଣ୍ଟର ୧୮ମ ଶଟ ଯାଏ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ହେଲେ ୧୯ତମ ଶଟ ସବୁ କିଛି ଓଲଟ ପାଲଟ କରି ଦେଇଥିଲା। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ରହିଥିବା ଅର୍ଜୁନ ସିଧା ୪ର୍ଥକୁ ଖସି ଆସିଥିଲେ। ଏହାପରେ ୨୦ତମ ଶଟରେ ମଧ୍ୟ ସେ ସ୍ୱିଜରଲ୍ୟାଣ୍ଡ ଖେଳାଳିଙ୍କ ଠାରୁ କମ ସ୍କୋର କରିଥିଲେ। ଏଥିଯୋଗୁ ୨୦ତମ ଶଟ ପରେ ତାଙ୍କୁ ବାହାରର ରାସ୍ଥା ଦେଖିବାକୁ ପଡ଼ିଥିଲା। ଅର୍ଜୁନ ମୋଟ ୨୦୮.୪ ପଏଣ୍ଟ ସ୍କୋର କରିଛନ୍ତି। 

ଯୋଗ୍ୟତା ପର୍ଯ୍ୟାୟରେ ୪ର୍ଥ ସ୍ଥାନରେ ରହି ଫାଇନାଲକୁ ଯାଇଥିବା ଅର୍ଜୁନ ଆରମ୍ଭରୁ ନିଜର ଦମ ଦେଖାଇଥିଲେ। ସେ କ୍ରମାଗତ ଭାବେ ୧୦ ଇନର ପଏଣ୍ଟ ହାସଲ କରି ଚାଲିଥିଲେ। 

Advertisment

୧୩ତମ ଶଟ ଯାଏ ସେ ମାତ୍ର ୦.୧ ପଏଣ୍ଟ କମ ବଳରେ ୧ନଂରେ ଥିବା ଚାଇନା ଖେଳାଳିଙ୍କ ପଛରେ ଥିଲେ। କିନ୍ତୁ ୧୪ତମ ଶଟ ସେ ୯.୯ ସ୍କୋର କରିଥିଲେ। ହେଲେ ଚାଇନାର ସେଙ୍ଗ ୧୦ ଇନର ପଏଣ୍ଟ ହାସଲ କରି ଅର୍ଜୁନ ଠାରୁ ଆଗେଇ ଯାଇଥିଲେ।

ତାଙ୍କୁ ଅତିକ୍ରମ କରିବାକୁ ଅର୍ଜୁନ ଚେଷ୍ଟା କରିଥିଲେ ହେଁ ସେ ସିଧା ୪ର୍ଥକୁ ଖସି ଆସିଥିଲେ। ଏହି ଇଭେଣ୍ଟରେ ଚାଇନାର ସେଙ୍ଗ ସ୍ୱର୍ଣ୍ଣ ଜିତିଥିବା ବେଳେ ସ୍ୱିଜରଲ୍ୟାଣ୍ଡର ଖେଳାଳି ରୌପ୍ୟ ଓ କ୍ରୋଏସିଆ ଖେଳାଳିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। 

ଶନିବାର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଭାବେ ଦେଶ ପାଇଁ ଅଲିମ୍ପିକ୍ସର ବନ୍ଧୁକ ଚାଳନାରେ ବ୍ରୋଞ୍ଜ ପଦକ ଜିତିଥିଲେ। 

Olympics Paris Olympics 2024 Paris Olympics Olympics 2024