Advertisment

ଅର୍ଜୁନ୍ ପୁରସ୍କାର ପାଇଁ ଜିତୁଙ୍କ ସମେତ ୩ ଜଣଙ୍କ ନାଁ ସୁପାରିଶ କଲା ରାଇଫଲ ସଂଘ

ନୂଆଦିଲ୍ଲୀ: ଚଳିତ ବର୍ଷ  ସମ୍ମାନଜନକ ଅର୍ଜୁନ୍ ପୁରସ୍କାର ପାଇଁ ସୁଟର ଜିତୁ ରାୟ, ରାହି ସରଣୋବତ ଓ ପିଏନ୍ ପ୍ରକାଶଙ୍କ ନାମ ସୁପାରିଶ କରିଛି ନ୍ୟାସନାଲ ରାଇଫଲ୍ ଅସୋସିଏସନ୍ ଅଫ୍ ଇଣ୍ଡିଆ (ଏନ୍ଆରଏଆଇ )। ୨୮ ବର୍ଷୀୟ ଜିତୁ  ଗତ ବର୍ଷ ଜୁନରୁ ଏଯାବତ ରେକର୍ଡ ସଂଖ୍ୟକ ୭ଟି ମେଡାଲ ଜିତି ସାରିଲେଣି। ଏଇ ନିକଟରେ ସେ ସାଉଥ କୋରିଆରେ ଅନୁଷ୍ଠିତ ହୋଇଥିବା ଆଇଏସଏସଏଫ୍ ବିଶ୍ୱକପରେ ୧୦ ମିଟର ଏୟାର ପିସ୍ତଲ ଚାଳନାରେ ବ୍ରୋଞ୍ଜ ପଦକ ଜିତି […]

ଅଦ୍ୟତନ ହୋଇଛି
ଅର୍ଜୁନ୍ ପୁରସ୍କାର ପାଇଁ ଜିତୁଙ୍କ ସମେତ ୩ ଜଣଙ୍କ ନାଁ ସୁପାରିଶ କଲା ରାଇଫଲ ସଂଘ

jitu rai

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ  ସମ୍ମାନଜନକ ଅର୍ଜୁନ୍ ପୁରସ୍କାର ପାଇଁ ସୁଟର ଜିତୁ ରାୟ, ରାହି ସରଣୋବତ ଓ ପିଏନ୍ ପ୍ରକାଶଙ୍କ ନାମ ସୁପାରିଶ କରିଛି ନ୍ୟାସନାଲ ରାଇଫଲ୍ ଅସୋସିଏସନ୍ ଅଫ୍ ଇଣ୍ଡିଆ (ଏନ୍ଆରଏଆଇ )।

Advertisment

୨୮ ବର୍ଷୀୟ ଜିତୁ  ଗତ ବର୍ଷ ଜୁନରୁ ଏଯାବତ ରେକର୍ଡ ସଂଖ୍ୟକ ୭ଟି ମେଡାଲ ଜିତି ସାରିଲେଣି। ଏଇ ନିକଟରେ ସେ ସାଉଥ କୋରିଆରେ ଅନୁଷ୍ଠିତ ହୋଇଥିବା ଆଇଏସଏସଏଫ୍ ବିଶ୍ୱକପରେ ୧୦ ମିଟର ଏୟାର ପିସ୍ତଲ ଚାଳନାରେ ବ୍ରୋଞ୍ଜ ପଦକ ଜିତି ଥିଲେ। ଗୋର୍ଖ ରେଜିମେଣ୍ଟର ୧୧ର ବାଟାଲିୟନରେ ନିଯୁକ୍ତ ହୋଇଥିବା ଜିତୁ ରାୟ ୨୦୧୪ ରାଜ୍ୟଗୋଷ୍ଠୀ ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ସ୍ପେନରେ ଅନୁଷ୍ଠିତ ଆଇଏସଏସଏଫ ୱାଲର୍ଡ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ। ଆଉ ଏହା ତାଙ୍କୁ ଆସନ୍ତା ରିଓ ଅଲମ୍ପିକ ଗେମ୍ସରେ ଖେଳିବାକୁ ସିଧାସଳଖ ସୁଯୋଗ ପ୍ରଦାନ କରିଛି।

ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଓ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ସରଣୋବତଙ୍କ ନାମ ବି ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ଏନ୍ଆରଏଆଇ।

Advertisment

ବେଙ୍ଗଲୁରୁର ପିଏନ୍ ପ୍ରକାଶ ଗତ ବର୍ଷ ଗ୍ଲାସଗୋ ଗେମ୍ସରେ ରୌପ୍ୟ ପଦକ ହାତେଇ ଥିଲେ। ସେହିପରି ଗତବର୍ଷ ପୁନେରେ ଅନୁଷ୍ଠିତ ହୋଇଥିବା ୫୮ ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ ହୋଇଥିଲେ। ୨୦୧୩ ବିଶ୍ୱକପରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତି ଥିଲେ। ଏହି ସମାନ ଟୁର୍ନାମେଣ୍ଟରେ ସରଣୋବତ ଏକ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ପିସ୍ତଲ ସୁଟର ଭାବେ ଏକ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe