ପାରାଅଲିମ୍ପିକ୍ସ: ବିଶ୍ୱ ରେକର୍ଡ ଅଳ୍ପକେ ମିସ୍‌ କଲେ ଭାରତର ହାତ ନଥିବା ତୀରନ୍ଦାଜ

ଶୀତଲ ୭୦୩ ପଏଣ୍ଟ ସ୍କୋର କରି ପ୍ରଥମେ ପାରା ଗେମ୍ସ ଓ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଥିଲେ।

Sheetal

ଶୀତଲ ଦେବୀ (ଫାଇଲ ଫଟୋ)

Hemant Lenka
  • Published: Thursday, 29 August 2024
  • Updated: 29 August 2024, 09:14 PM IST

Sports

Latest News

ଭାରତର ତଥା ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ବିଶ୍ୱ ରେକର୍ଡକୁ ଅଳ୍ପକେ ମିସ୍‌ କରି ଯାଇଛନ୍ତି। ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଶୀତଲ କମାଲ କରିଥିଲେ ହେଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ରାଙ୍କିଙ୍ଗ ରାଉଣ୍ଡରେ ଭାଗ ନେଇଥିବା ଶୀତଲ ୭୦୩ ପଏଣ୍ଟ ସ୍କୋର କରି ପ୍ରଥମେ ପାରା ଗେମ୍ସ ଓ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଥିଲେ। କିନ୍ତୁ ସମାନ ପ୍ରତିଯୋଗିତାରେ ଭାଗ ନେଇଥିବା ତାଙ୍କ ପ୍ରତିପକ୍ଷ ଖେଳାଳି କିଛି ମିନିଟ ମଧ୍ୟରେ ନିଜର ଶେଷ ଶଟ୍‌ରେ ଶୀତଲଙ୍କୁ ପଛରେ ପକାଇ ଦେଇଥିଲେ।

ତୁର୍କୀର ଓଜନୁର ଗ୍ରୀଡି କ୍ୟୁରେ ୭୦୪ ପଏଣ୍ଟ ସ୍କୋର କରି ବିଶ୍ୱ ରେକର୍ଡକୁ ନିଜ ନାଁରେ କରି ନେଇଛନ୍ତି। ପୂର୍ବରୁ ପାର ଗେମ୍ସର ରେକର୍ଡ ଜେସିକା ଷ୍ଟେରେଟନ (୬୯୪) ଓ ବିଶ୍ୱ ରେକର୍ଡ ଫୋଇବା ପାଟେରସନ(୬୯୮)ଙ୍କ ନାଁରେ ଥିଲା। ହେଲେ ଉଭୟ ଶୀତଲ ଓ ଓଜନୁର ଆଜି ଏହାକୁ ରାଉଣ୍ଡ ଅଫ ୩୨ରେ ଭାଙ୍ଗି ଦେଇଛନ୍ତି।

ରାଙ୍କିଙ୍ଗ ରାଉଣ୍ଡ ଆରମ୍ଭରୁ ଶୀତଲ ନିଜର ଦବଦବା ଦେଖାଇଥିଲେ। ଦ୍ୱିତୀୟ ଭାଗରେ ତାଙ୍କର ଲକ୍ଷ୍ୟ ଅଧିକ ଶାଣିତ ହୋଇଥିଲା। ସେ ବ୍ରାଜିଲର କର୍ଲା ଗୋଗେଲ ଓ ତୁର୍କୀର ଓଜନୁରଙ୍କୁ ଅତିକ୍ରମ କରି ଯାଇଥିଲେ। ସେ ଶୀର୍ଷରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ପ୍ରୟାସରେ ସେ ୯ ପଏଣ୍ଟକୁ ହିଟ କରିଥିଲେ। ଫଳରେ ତାଙ୍କର ପଏଣ୍ଟ ସଂଖ୍ୟା ୭୦୩ରେ ରହି ଯାଇଥିଲା। 

Also Read

ଓଜନୁର ଶେଷ ପ୍ରାୟସରେ ୧୦ ପଏଣ୍ଟକୁ ହିଟ କରିବାରୁ ତାଙ୍କ ସ୍କୋର ୭୦୪ ହୋଇଯାଇଥିଲା। ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଖେଳାଳିଙ୍କ ତୁଳନାରେ ଓଜନୁର ଓ ଶୀତଲ ଯଥେଷ୍ଟ ଆଗରେ ରହିଛନ୍ତି। ଫତେମା ହେମାତି ୬୯୬ ପଏଣ୍ଟ ସହ ତୃତୀୟ ଓ ଜୋଡିଇ ଗ୍ରୀନହାମ ୬୯୪ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି।

ବିଶ୍ୱ ରେକର୍ଡଧାରୀ ପାଟେରନ ସହ ରାଙ୍କି ରାଉଣ୍ଡରେ ୬୮୮ ପଏଣ୍ଟ ସ୍କୋର କରି ୭ମ ସ୍ଥାନରେ ଅଛନ୍ତି। ଏହାକୁ ସିଜିନ ବେଷ୍ଟ।

ଶୀତଲ ଦେବୀଙ୍କ ଯାତ୍ରା

ବର୍ତ୍ତମାନ ସମୟରେ ଶୀତଲ ହାତ ନଥିବା ଏକମାତ୍ର ଅନ୍ତର୍ଜାତୀୟ ମହିଳା ତୀରନ୍ଦାଜ। ସେ ନିଜର ଗୋଡ଼ର ଯାଦୁ ସାହାଯ୍ୟରେ ଐତିହାସିକ ସଫଳତା ଆଣି ଦେଇଛନ୍ତି।

ଜମ୍ମୁ-କଶ୍ମୀରର କିଶତୱାର ଜିଲ୍ଲାର ଛୋଟିଆ ଗାଁ ଲୋଇ ଧରରେ ଜନ୍ମ ଗ୍ରହଣ କରିଥିବା ଶୀତଲ ପିଲାଟି ବେଳରୁ ହିଁ ନିଜର ଦୁଇ ହାତ ହରାଇଥିଲେ। ଶୀତଲଙ୍କ କ୍ରୀଡ଼ା ଯାତ୍ରା ୨୦୧୯ ଆରମ୍ଭ ହୋଇଥିଲା। କିଶତୱାରରେ ଆୟୋଜିତ ଯୁବ କ୍ରୀଡ଼ା ଇଭେଣ୍ଟରେ ଭାରତୀୟ ସେନାର ନଜର ଶୀତଲଙ୍କ ଉପରେ ପଡ଼ିଥିଲା। ପ୍ରଥମେ ତାଙ୍କ ଶରୀରରେ କୃତ୍ରିମ ହାତ ଲଗାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଥିରୁ କିଛି ବି ଲାଭ ମିଳି ନଥିଲା।

ଏହାପରେ ତାଙ୍କୁ ତୀରନ୍ଦାଜି ଶିକ୍ଷା ଦିଆଯାଇଥିଲା। ପ୍ରାଥମିକ ଅବସ୍ଥାରେ ସେ ଗୋଡ଼ରେ ଲକ୍ଷ୍ୟ ଭେଦ କରିବାରେ ବହୁତ ସମସ୍ୟା ଭୋଗିଥିଲେ। ତେବେ ବାରମ୍ବାର ଅଭ୍ୟାସ ପରେ ସେ ଗୋଡ଼ରେ ଧନୁ ଉଠାଇବାକୁ ସକ୍ଷମ ହୋଇଥିଲେ।

୨୦୨୨ରେ ସେ ତୀର ଠିକ ଭାବେ ଚଳାଇବା ସହ ଜାତୀୟ ଚାମ୍ପିୟନଶିପରେ ନିଜ ଜଲୱା ଦେଖାଇଥିଲେ। ଏହି ଚାମ୍ପିୟନଶିପ ପରେ ସେ ପାରା କ୍ରୀଡ଼ାରେ ଆଗକୁ ବଢ଼ିବା ଆରମ୍ଭ କରିଥିଲେ।

୨୦୨୩ରେ ଶୀତଲ ପାରା ତୀରନ୍ଦାଜି ବିଶ୍ୱ ଚାମ୍ପିୟନଶିପରେ ଦେଶ ପାଇଁ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ। ସେ ଏସିଆନ ପାରା ଗେମ୍ସରେ ଦେଶ ପାଇଁ କମାଲ କରିଛନ୍ତି। ଏବେ ତାଙ୍କ ଠାରୁ ଦେଶ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଅପେକ୍ଷାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story