Advertisment

୨୮ ବର୍ଷ ସାନ ବୁଲବୁଲଙ୍କୁ ବିବାହ କରିବେ ୬୬ ବର୍ଷୀୟ ପୂର୍ବତନ କ୍ରିକେଟର ଅରୁଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ୬୬ ବର୍ଷୀୟ ଅରୁଣ ଲାଲ ଦ୍ୱିତୀୟ ବିବାହ କରିବେ। ସେ ତାଙ୍କ ବୟସ ଠାରୁ ୨୮ ବର୍ଷ ସାନ ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଯୁବତୀଙ୍କ ନାମ ବୁଲବୁଲ ସାହା। ବୟସ ୩୮ ବର୍ଷ। ଅରୁଣ ଲାଲ ତାଙ୍କ କ୍ରିକେଟ କ୍ୟାରିୟରେ ଭାରତୀୟ ଟିମ ନିମନ୍ତେ ୧୬ଟି ଟେଷ୍ଟ ଓ ୧୩ଟି ଏକଦିବସୀୟ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ […]

ଅଦ୍ୟତନ ହୋଇଛି
୨୮ ବର୍ଷ ସାନ ବୁଲବୁଲଙ୍କୁ ବିବାହ କରିବେ ୬୬ ବର୍ଷୀୟ ପୂର୍ବତନ କ୍ରିକେଟର ଅରୁଣ

aruna

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ୬୬ ବର୍ଷୀୟ ଅରୁଣ ଲାଲ ଦ୍ୱିତୀୟ ବିବାହ କରିବେ। ସେ ତାଙ୍କ ବୟସ ଠାରୁ ୨୮ ବର୍ଷ ସାନ ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଯୁବତୀଙ୍କ ନାମ ବୁଲବୁଲ ସାହା। ବୟସ ୩୮ ବର୍ଷ। ଅରୁଣ ଲାଲ ତାଙ୍କ କ୍ରିକେଟ କ୍ୟାରିୟରେ ଭାରତୀୟ ଟିମ ନିମନ୍ତେ ୧୬ଟି ଟେଷ୍ଟ ଓ ୧୩ଟି ଏକଦିବସୀୟ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୭୨୯ ରନ୍ ଓ ଏକଦିବସୀୟରେ ୧୨୨ ରନ କରିଥିଲେ।

Advertisment

ଏହି ଯୁବତୀଙ୍କ ସହ ତାଙ୍କର ଖୁବ୍ ଘନିଷ୍ଟତା ଓ ବନ୍ଧୁତା ରହିଥିଲା। ସେ ବିବାହ ନିମନ୍ତେ କାର୍ଡ ଛାପିବା ସହ ବାଣ୍ଟିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। କୋଲକାତାର ପିୟରଲେସ ଇନ୍ ହୋଟେଲରେ ଆସନ୍ତା ମାସ ୨ ତାରିଖରେ ତାଙ୍କ ବିହାଘର ହେବ। ବଡ ଧରଣର ଭୋଜିଭାତ ହେବ। ବଙ୍ଗଳା କ୍ରିକେଟ ଆସୋସିଏସନର ବହୁ ଅଧିକାରୀଙ୍କୁ ସେ ତାଙ୍କ ହାଘରକୁ ନିମନ୍ତ୍ରଣ ଦେଇଛନ୍ତି।

ଉକ୍ତ ଯୁବତୀଙ୍କ ସହ ଅରୁଣଙ୍କ ମାସେ ତଳେ ନିର୍ବନ୍ଧ ହୋଇସାରିଛି। ପ୍ରଥମ ପତ୍ନୀଙ୍କ ଅନୁମତି କ୍ରମେ ସେ ଏହି ଦ୍ୱିତୀୟ ବିବାହ କରୁଛନ୍ତି। ସେ ପ୍ରଥମେ ରିନାଙ୍କୁ ବିବାହ କରିଥିଲେ। ତାଙ୍କ ଦେହ ବହୁ ଦିନ ପର୍ଯ୍ୟନ୍ତ ଖରାପ ରହି ଆସୁଛି।

Advertisment

ଅରୁଣ ଉତ୍ତରପ୍ରଦେଶର ମୁରାଦାବାଦରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ ନିମନ୍ତେ କ୍ରିକେଟ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। ତାଙ୍କୁ ୨୦୧୬ ମସିହାରେ କ୍ୟାନ୍ସର ହୋଇଥିଲା। ଯାହା ପରେ ସେ କମେଡି କାର୍ଯ୍ୟକୁ ମଧ୍ୟ ଛାଡି ଦେଇଥିଲେ। ଏହା ପରେ ସେ ଏହି ଭୟଙ୍କର ରୋଗରୁ ମୁକ୍ତି ପାଇଥିଲେ ଏବଂ ବେଙ୍ଗଲ ଟିମର କୋଚିଂ ଦାୟିତ୍ୱ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe