Advertisment

୬୬ ବର୍ଷରେ ବର ସାଜିଲେ ପୂର୍ବତନ କ୍ରିକେଟର ଅରୁଣ ଲାଲ

ନୂଆଦିଲ୍ଲୀ: ୬୬ ବର୍ଷରେ ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଅରୁଣ ଲାଲ । ୩୮ ବର୍ଷୀୟା ବୁଲବୁଲ ସାହାଙ୍କ ସହ ପଡ଼ିଲା ହାତଗଣ୍ଠି । ସାତ ଜନମର ସାଥୀ ହେଲେ ଅରୁଣ ଲାଲ ଓ ବୁଲବୁଲ ସାହା । କୋଲକତାସ୍ଥିତ ହୋଟେଲ ପିୟରଲେସ୍‌ ଇନ୍‌ରେ ଗତ ରାତିରେ ଏକ ହାଇ ପ୍ରୋଫାଇଲ ରିସେପସନ ପାର୍ଟିରେ ଅତିଥିଙ୍କୁ ଆପାୟିତ କରିଛନ୍ତି ନବ ଦମ୍ପତି । ଉଭୟ ଅରୁଣ ଲାଲ ଓ ବୁଲବୁଲ […]

author-image
Niharika Rout
ଅଦ୍ୟତନ ହୋଇଛି
୬୬ ବର୍ଷରେ ବର ସାଜିଲେ ପୂର୍ବତନ କ୍ରିକେଟର ଅରୁଣ ଲାଲ

arun-lal

ନୂଆଦିଲ୍ଲୀ: ୬୬ ବର୍ଷରେ ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଅରୁଣ ଲାଲ । ୩୮ ବର୍ଷୀୟା ବୁଲବୁଲ ସାହାଙ୍କ ସହ ପଡ଼ିଲା ହାତଗଣ୍ଠି । ସାତ ଜନମର ସାଥୀ ହେଲେ ଅରୁଣ ଲାଲ ଓ ବୁଲବୁଲ ସାହା । କୋଲକତାସ୍ଥିତ ହୋଟେଲ ପିୟରଲେସ୍‌ ଇନ୍‌ରେ ଗତ ରାତିରେ ଏକ ହାଇ ପ୍ରୋଫାଇଲ ରିସେପସନ ପାର୍ଟିରେ ଅତିଥିଙ୍କୁ ଆପାୟିତ କରିଛନ୍ତି ନବ ଦମ୍ପତି ।

Advertisment

ଉଭୟ ଅରୁଣ ଲାଲ ଓ ବୁଲବୁଲ ମ୍ୟାଚିଂ ଆଉଟଫିଟ୍‌ରେ ବେଶ୍‌ କ୍ୟୁଟ୍‌ କପଲ ଲାଗୁଥିଲେ। ବୁଲବୁଲ ଏକ କ୍ରିମ୍‌ କଲର ଶାଢି ପିନ୍ଧିଥିବା ବେଳେ ତାହାକୁ ମ୍ୟାଚ କରି ଅରୁଣ ଲାଲ ଏକ ସେରୱାନୀ ସହ ଓଭରକୋଟ କ୍ୟାରି କରିଥିଲେ।  ଉଭୟ ସାଥୀ ହୋଇ କେକ୍‌ କଟିଂ ସେରିମନି କରିବା ସହ ଫଟୋ ପୋଜ ଦେଇଥିଲେ ।

[caption id="attachment_731736" align="aligncenter" width="650"]arun-lal- ବିବାହ ବନ୍ଧନରେ ଅରୁଣ ଲାଲ ଓ ବୁଲବୁଲ ।[/caption]

Advertisment

କୋଲକତାସ୍ଥିତ ହୋଟେଲ ପିୟରଲେସ୍‌ରେ ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନି ଆୟୋଜିତ ହୋଇଥିବା ବେଳେ ଏଥିରେ ବହୁ ହାଇପ୍ରୋଫାଇଲ ଗେଷ୍ଟ ସାମିଲ ହୋଇଥିଲେ। ଅରୁଣ ଲାଲଙ୍କ ମ୍ୟାରେଜ ସେରିମନିରେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ସମେତ  ତୃଣମୂଳ ସାଂସଦ ଡେରେକ ଓ ବ୍ରାୟନ ଓ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ। ଅତିଥିମାନଙ୍କୁ ସ୍ୱାଦିଷ୍ଟ ବେଙ୍ଗଲି ଖାଦ୍ୟ ପରସା ଯାଇଥିଲା।  ସ୍ଥାନୀୟ ଏକ ସ୍କୁଲରେ ଟିଚର ଥିବା ବୁଲବୁଲ ଏବେ ଅରୁଣ ଲାଲଙ୍କ ଲାଇଫ ପାର୍ଟନର ପାଲଟି ଯାଇଛନ୍ତି।

[caption id="attachment_731737" align="aligncenter" width="650"]arun lal ବୁଲବୁଲଙ୍କ ସିନ୍ଥିରେ ସିନ୍ଦୂର ଭରୁଛନ୍ତି ଅରୁଣ ଲାଲ ।[/caption]

ଅରୁଣ ଲାଲ ପୂର୍ବରୁ ମଧ୍ୟ ବିବାହିତ ଥିବା ବେଳେ ତାଙ୍କ ପ୍ରଥମ ପତ୍ନୀ ରିନା ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମ ପତ୍ନୀଙ୍କ  ଅନୁମତି କ୍ରମେ  ଦ୍ୱିତୀୟ ଥର ପାଇଁ ବର ସାଜିଲେ ଅରୁଣ ଲାଲ ।  ସୋଶାଲ ମିଡିଆରେ ଉଭୟଙ୍କ ଫଟୋ ବେଶ୍‌ ଭାଇରାଲ ହେଉଥିବା ବେଳେ ନବ ଦମ୍ପତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

[caption id="attachment_731738" align="aligncenter" width="650"]arun-lal ଅରୁଣ ଲାଲ ଓ ବୁଲବୁଲଙ୍କ ହଳଦି ସେରିମନି ।[/caption]

ଅରୁଣ ଉତ୍ତରପ୍ରଦେଶର ମୁରାଦାବାଦରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ ନିମନ୍ତେ କ୍ରିକେଟ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। ତାଙ୍କୁ ୨୦୧୬ ମସିହାରେ କ୍ୟାନ୍ସର ହୋଇଥିଲା।  ଏହା ପରେ ଦୀର୍ଘ ଦିନ ଚିକିତ୍ସାରେ ରହି ସେ ଏହି ଭୟଙ୍କର ରୋଗରୁ ମୁକ୍ତି ପାଇଥିଲେ ଏବଂ ବେଙ୍ଗଲ ଟିମ୍‌ର କୋଚିଂ ଦାୟିତ୍ୱ ନେଇଥିଲେ।

Indian Cricket Team