Advertisment

ଅରୁଣାଚଳ ଖେଳାଳିଙ୍କୁ ଭିସା ଦେଲାନି ଚାଇନା, ବେଜିଂ ଗସ୍ତ ବାତିଲ କଲେ କେନ୍ଦ୍ରମନ୍ତ୍ରୀ

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଅରୁଣାଚଳ ପ୍ରଦେଶର ୩ ଜଣ ଖେଳାଳି ଚାଇନା ଯିବାର ଥିଲା। ତେବେ ଚାଇନା ସେମାନଙ୍କୁ ଭିସା ଦେବାକୁ ବାରଣ କରିବା ସହ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି।

Anurag Thakur

Anurag Thakur

Advertisment

ଚାଇନା ଗସ୍ତ ବାତିଲ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ସେପ୍ଟେମ୍ବର ୨୩ରୁ ଚାଇନାରେ ଏସିଆ ଗେମ୍ସର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଠାକୁର ସେଠାକୁ ଯିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଛି। ଏହା ପଛରେ ଚାଇନାର ବହପ ରହିଛି।

Advertisment

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଅରୁଣାଚଳ ପ୍ରଦେଶର ୩ ଜଣ ଖେଳାଳି ଚାଇନା ଯିବାର ଥିଲା। ତେବେ ଚାଇନା ସେମାନଙ୍କୁ ଭିସା ଦେବାକୁ ବାରଣ କରିବା ସହ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗସ୍ତ ବାତିଲ କରିଥିବା କୁହାଯାଉଉଛି।

ତେବେ ଅଲିମ୍ପିକ କାଉନସିଲ ଅଫ ଏସିଆର ଅଧ୍ୟକ୍ଷ ଓଲଟା କଥା କହିଛନ୍ତି। ତାଙ୍କ କହିବା କଥା ଯେ ଭାରତୀୟ ଆଥଲେଟିକ୍ସମାନଙ୍କୁ ଚାଇନାରେ ପ୍ରବେଶ ପାଇଁ ଭିସା ଦିଆଯାଇଛି। ବେଜିଂ କୌଣସି ବି ଭିସାକୁ ମନା କରିନାହିଁ। ଯେଉଁ ୩ ଖେଳାଳିଙ୍କ କଥା କୁହାଯାଉଛି, ସେମାନଙ୍କୁ ମଧ୍ୟ ଭିସା ମିଳିଛି।

Advertisment

ହେଲେ ଦୁର୍ଭାଗ୍ୟବଶତଃ ସେମାନେ ଭିସାକୁ ଗ୍ରହଣ କରି ନାହାନ୍ତି। ଏହା ଓସିଏର ସମସ୍ୟା ନୁହେଁ। କାରଣ ଚାଇନା ସବୁ ଯୋଗ୍ୟ ଖେଳାଳିଙ୍କୁ ଭିସା ଦେବ ବୋଲି ଚୁକ୍ତି କରିଛି। ଏହା ହିଁ ସତ ଓ ସ୍ପଷ୍ଟ। ଭିସା ଦିଆଯାଇ ସାରିଛି ବୋଲି ସେ ଦୋହରାଇଛନ୍ତି।

ଓସିଏର କାର୍ଯ୍ୟକାରୀ ସଭାପତି ରଣଧୀର ସିଂହ କହିଛନ୍ତି, “ୱାର୍କିଂ ଗ୍ରୁପ ସହ ଆମେ ଗୁରୁବାର ବୈଠକ କରିଛୁ ଓ ଏହି ପ୍ରସଙ୍ଗ ଉଠିଛୁ। ସେମାନେ ତାଙ୍କ ସରକାରଙ୍କ ସହ ଓ ଆମେ ମଧ୍ୟ ଆମ ସରକାରଙ୍କ ସହ ଏବିଷୟରେ କଥା ହୋଇଛୁ।” ତେବେ ଏନେଇ ଚାଇନା ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ।

ଚାଇନା ସବୁବେଳେ ଅରୁଣାଚଳ ପ୍ରଦେଶକୁ ନିଜର କହି ଆସିଛି। ଭାରତ ଏହାକୁ ଅଗ୍ରାହ୍ୟ କରୁଥିବାରୁ ବିବାଦ ଦେଖାଯାଇଛି। ଏବେ ଚାଇନିଜ ସରକାର ଅରୁଣାଚଳର ୩ ଖେଳାଳିଙ୍କୁ ଭିସା ନ ଦେବାକୁ ନୂଆ ବିବାଦର ଆଶଙ୍କା ପ୍ରକାଶ ପାଇଛି।

China India Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe