Aryna Sabalenka
ଅଷ୍ଟ୍ରେଲିଆନ ଓପନ୍ ଜିତିଲେ ବେଲାରୁସର ଆରିନା ସବାଲେଙ୍କା। ଟେନିସ ସିଙ୍ଗଲ୍ସ ପ୍ରତିଯୋଗିତାରେ ପିନ୍ଧିଲେ ବିଜୟ ମୁକୁଟ। ଲଗାତାର ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲନିଆନ ଓପନ୍ ଜିତିବାରେ ସଫଳ ହୋଇଛନ୍ତି ଆରିନା।
ଆଜି ମେଲବୋର୍ଣ୍ଣରେ ଚୀନ ଓ ବେଲାରୁସ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯାଉଥିଲା। ବେଲାରୁସ ପକ୍ଷରୁ ଆରିନା ସବାଲେଙ୍କା ଖେଳୁଥିବା ବେଳେ ଅପରପକ୍ଷରେ ଥିଲେ ଚୀନର କିନୱେନ ଝାଙ୍ଗ। ସବାଲେଙ୍କା ଏହି ମ୍ୟାଚକୁ 6-3, 6-2ରେ ଜିତି ନେଇଛନ୍ତି।
ସବାଲେଙ୍କା ଆରମ୍ଭରୁ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟକୁ 6-3ରେ ଜିତିଥିଲେ। ଦ୍ୱିତୀୟ ସେଟ ଆରମ୍ଭରେ ଝାଙ୍ଗ କିଛିସମୟ ପାଇଁ ଭଲ ଖେଳିଥିଲେ, କିନ୍ତୁ ସେ ସବାଲେଙ୍କାଙ୍କ ସହ ଅଧିକ ସମୟ ପ୍ରତିଦ୍ୱନ୍ଦ୍ୱିତା କରିପାରିନଥିଲେ। ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିବାର ଚାପ ଝାଙ୍ଗଙ୍କ ଚେହେରାରେ ସ୍ପଷ୍ଟ ଭାବେ ବାରିହୋଇ ପଡୁଥିଲା।
ଦ୍ୱିତୀୟ ସେଟରେ 2-6 ବ୍ୟବଧାନରେ ପରାସ୍ତ ହୋଇଥିଲେ ଝାଙ୍ଗ। ଏହି ବିଜୟ ସହ ଲଗାତାର ଦ୍ୱିତୀୟ ଥର ଲାଗି ଅଷ୍ଟ୍ରେଲିଆନ ଓପନ୍ ଜିତି ଯାଇଛନ୍ତି ସବାଲେଙ୍କା। 25 ବର୍ଷୀୟ ଏହି ତାରକା ପ୍ରଥମ ମହିଳା ଖେଳାଳି ଭାବରେ 2013 ପରଠାରୁ ଲଗାତାର ଭାବେ ଅଷ୍ଟ୍ରେଲିଆନ ଓପନ ଜିତିବାରେ ସଫଳ ହୋଇଛନ୍ତି। ଏହାପୂର୍ବରୁ ବେଲାରୁସର ଭିକ୍ଟୋରିଆ ଆଜାରେଙ୍କା 2012 ଏବଂ 2013ରେ ଅଷ୍ଟ୍ରେଲିଆନ ଓପନ୍ ବିଜୟୀ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us