Advertisment

ସେରେନା ୱିଲିୟମ୍ସଙ୍କ ୧୧ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହେଲେ ସବାଲେଙ୍କା

ଏହା ସବାଲାଙ୍କାଙ୍କ ଟେନିସ କ୍ୟାରିୟରର ୪ର୍ଥ ଗ୍ରାଣ୍ଡସ୍ଲାମ। ସେ ଦୁଇ ଥର ୟୁଏସ୍‌ ଓପନ ଓ ୨ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି।

author-image
Hemant Lenka
Sabalenka

Sabalenka

ଷ୍ଟାର ଟେନିସ ଖେଳାଳି ଆର୍ଯ୍ୟନା ସବାଲେଙ୍କା ବେଶ ସଫଳତାର ସହ ନିଜର ୟୁଏସ୍‌ ଓପନ କ୍ରାଉନକୁ ଡିଫେଣ୍ଡ କରିପାରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ୟୁଏସ୍‌ ଓପନର ମହିଳା ଏକକ ବର୍ଗର ଫାଇନାଲରେ ସବାଲେଙ୍କା ବେଶ ଚମତ୍କାର ଢଙ୍ଗରେ ଅନ୍ୟତମ ଷ୍ଟାର ଅମାନ୍ଦା ଅନିସିମୋଭାଙ୍କୁ ହରାଇ ଦେଇଛନ୍ତି। ଫାଇନାଲ ଜିତିବାକୁ ସବାଲେଙ୍କାଙ୍କୁ କେବଳ ୧ ଘଣ୍ଟା ୩୪ ମିନିଟର ସମୟ ଲାଗିଥିଲା।

Advertisment

ସେ ୬-୩, ୭-୬(୩) ସେଟରେ ଅନିସିମୋଭାଙ୍କୁ ପରାସ୍ତ କରି ଦେଇଛନ୍ତି। ଏହା ତାଙ୍କ ଟେନିସ କ୍ୟାରିୟରର ୪ର୍ଥ ଗ୍ରାଣ୍ଡସ୍ଲାମ। ସେ ଦୁଇ ଥର ୟୁଏସ୍‌ ଓପନ ଓ ୨ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୦୨୩ ଓ ୨୦୨୪ରେ ସବାଲେଙ୍କା ପ୍ରଥମେ ଅଷ୍ଟ୍ରେଲିଆ ଓପନ ଜିତିଥିଲେ। ଏହାପରେ ସେହି ୨୦୨୪ରେ ୟୁଏସ୍‌ ଓପନ ଟାଇଟଲ ହାତେଇଥିଲେ। ଏବେ ୨୦୨୫ରେ ମଧ୍ୟ ସେ ୟୁଏସ୍‌ ଓପନ ଟାଇଟଲକୁ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି। 

ଏହି ବିଜୟ ସହ ସବାଲେଙ୍କା କିମ୍ବଦନ୍ତୀ ଟେନିସ ଖେଳାଳି ସେରେନା ୱିଲିୟମ୍ସଙ୍କ ୧୧ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହୋଇଛନ୍ତି। ୨୦୧୪ରେ ସେରେନା ନିଜର ୟୁଏସ୍‌ ଓପନ କ୍ରାଉନକୁ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଥିଲେ। ସମାନ ସଫଳତା ସବାଲେଙ୍କା ମଧ୍ୟ ନିଜ ନାଁରେ କରିଛନ୍ତି। ଉଭୟ ୱିମ୍ବେଲଡନ ଓ ଫ୍ରେଞ୍ଚ ଓପନରେ ସବାଲେଙ୍କାଙ୍କୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ହେଲେ ଏଥର ସେ ଫାଇନାଲରେ ଟାଇଟଲ ଜିତି ପାରିଛନ୍ତି। ଏଥିସହ ବେଲାରୁଷର ଏହି ସୁନ୍ଦୀର ଜଣଙ୍କ ୱିମ୍ବିଲଡନ ସେମି ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଅନିସିମୋଭାଙ୍କ ଠାରୁ ନେଇଛନ୍ତି।

Advertisment

ଆମେରିକାର ୨୪ ବର୍ଷୀୟ ଅନିସିମୋଭା ଦ୍ୱିତୀୟ ଥର ପାଇଁ ଚଳିତ ବର୍ଷ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପରାସ୍ତ ହୋଇଛନ୍ତି। ଏହାପୂର୍ବରୁ ସେ ୱିମ୍ବେଲଡନ ଫାଇନାରେ ଇଗା ସ୍ୱିଏତେକଙ୍କ ଠାରୁ ପରାସ୍ତ ହୋଇଥିଲେ ପରାଜୟ ସତ୍ତ୍ୱେ ଅନିସିମୋଭା WTA ରାଙ୍କିଙ୍ଗର ୪ନଂ ସ୍ଥାନକୁ ଉଠିଥିଲେ। ଏବେ ତାଙ୍କୁ ୟୁଏସ୍‌ ଓପନ ଫାଇନାଲରେ ସବାଲେଙ୍କାଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଛି।

ଫାଇନାଲ କଥା ବିଚାରକୁ ନେଲେ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ସବାଲେଙ୍କାଙ୍କୁ ଆରମ୍ଭରୁ ଅନିସିମୋଭା ବ୍ୟାକଫୁଟକୁ ଠେଲି ଦେଇଥିଲେ। ହେଲେ ଠିକଣା ସମୟରେ ସେ କମବ୍ୟାକ କରି ଟାଇଟଲ କରାୟତ କରିଛନ୍ତି।

US Open Aryna Sabalenka serena-williams