Advertisment

Ashwin in BBL: ଭାରତର ପ୍ରଥମ ପୁରୁଷ ଖେଳାଳି ଭାବେ ବିଗ ବାଶ ଲିଗ ଖେଳିବେ ଅଶ୍ୱିନ: ଏହି ଟିମ ସହ କଲେ ଚୁକ୍ତି

ଭାରତ ପାଇଁ ୨୮୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଅଶ୍ୱିନ ୭୬୫ଟି ୱିକେଟ ଦଖଲ କରିଛନ୍ତି। କେବଳ ଟେଷ୍ଟରେ ତାଙ୍କ ୱିକେଟ ସଂଖ୍ୟା ୫୩୭। ୨୦୧୧ ଦିନିକିଆ ଜିତିଥିବା ବିଶ୍ୱକପ ଟିମ ଓ ୨୦୧୩ ଚାମ୍ପିୟନଶିପ ଟ୍ରଫି ହାତେଇ ଥିବା ଭାରତୀୟ ଦଳରେ ଅଶ୍ୱିନ ରହିଥିଲେ।

Aswin

ଅଶ୍ୱିନ

Advertisment

ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲରୁ ଅବସର ଘୋଷଣା କରିଥିବା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ(Ravichandran Ashwin) ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଭାରତର ପ୍ରଥମ ପୁରୁଷ କ୍ରିକେଟର ଭାବେ ବିଗ ବାଶ ଲିଗ ବା ବିବିଏଲ ଖେଳିବେ। 

Advertisment

ବିବିଏଲ ୧୫ ପାଇଁ ଅଶ୍ୱିନ ସିଡନୀ ଥଣ୍ଡର ସହ ଚୁକ୍ତିବଦ୍ଧ ହୋଇଛନ୍ତି। ଅଶ୍ୱିନଙ୍କ ପୂର୍ବରୁ କୌଣସି ଭାରତୀୟ ପୁରୁଷ କ୍ରିକେଟର ବିବିଏଲ ଖେଳି ନାହାନ୍ତି। କିନ୍ତୁ ଗତବର୍ଷ ଅବସର ଘୋଷଣା କରିଥିବା ୩୯ ବର୍ଷୀୟ ଅଶ୍ୱିନ ଥଣ୍ଡର ସହ ଜାନୁଆରୀରେ ଯୋଡ଼ି ହେବାକୁ ଯାଉଛନ୍ତି। 

ବିବିଏଲ(Cricket) ଆରମ୍ଭ ହେବା ପରେ ଥଣ୍ଡର ପ୍ରଥମଥର ପାଇଁ ଏତେ ବଡ଼ ବିଦେଶୀ ଖେଳାଳିଙ୍କ ସହ ଚୁକ୍ତି କରିଛି। ଅଶ୍ୱିନ ମଧ୍ୟ ଥଣ୍ଡର ପାଇଁ ବିଗ ବାଶ ଲିଗ ଖେଳିବାକୁ ବେଶ ଉତ୍ସାହିତ। ସେ କହିଛନ୍ତି ଯେ “ସେମାନେ ମୋତେ କେମିତି ବ୍ୟବହାର କରିବେ, ସେକଥା ସ୍ପଷ୍ଟ କରିସାରିଛନ୍ତି। ସେମାନେ ବେଶ ସାହାସର ମୋତେ ସମର୍ଥନ କରିଛନ୍ତି। ନେତୃବୃନ୍ଦଙ୍କ ସହ ମୋର କଥାବାର୍ତ୍ତା ବେଶ ଚମତ୍କାର ଥିଲା।

Advertisment

ଆମେ ସମସ୍ତେ ମୋ ଭୂମିକା ସମ୍ପର୍କରେ ଭଲ ଭାବେ ଅବଗତ ରହିଛୁ। ଡାଭିଡ ୱାର୍ଣ୍ଣରଙ୍କ ଖେଳକୁ ମୁଁ ବେଶ ପସନ୍ଦ କରେ। ଆପଣଙ୍କ ମାନସିକତା ସମ୍ପର୍କରେ ନେତୃତ୍ୱ ନେଉଥିବା ଖେଳାଳି ବୁଝିବା ସବୁବେଳେ ଆନନ୍ଦ ଦେଇଥାଏ। ଥଣ୍ଡର ପାଇଁ ପ୍ରଦର୍ଶନ କରିବାକୁ ଆଉ ମୁଁ ଅପେକ୍ଷା କରିପାରୁ ନାହିଁ।” 

ଅଶ୍ୱିନ ସିଡ୍‌ନୀ ଥଣ୍ଡରକୁ ଚୟନ କରିଥିବାରୁ ଏହାର ଜେନେରାଲ ମ୍ୟାନେଜର ଟ୍ରେଣ୍ଟ କୋପେଲେଣ୍ଡ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।  ‌ଅଶ୍ୱିନ ସିଡନୀ ଥଣ୍ଡରର ସମସ୍ତ ସଦସ୍ୟଙ୍କୁ ପ୍ରଭାବିତ କରିପାରିଛନ୍ତି। ସେ ତାଙ୍କ ଅଭିଜ୍ଞତାକୁ ଏଠାରେ ବେଶ ଭଲ ଭାବେ ବ୍ୟବହାର କରି ଯୁବ ତାରକାଙ୍କୁ ଅନୁପ୍ରାଣିତ କରିପାରିବେ ବୋଲି କୋପେଲେଣ୍ତ କହିଛନ୍ତି। 

ଭାରତ ପାଇଁ ୨୮୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଅଶ୍ୱିନ ୭୬୫ଟି ୱିକେଟ ଦଖଲ କରିଛନ୍ତି। କେବଳ ଟେଷ୍ଟ କ୍ରିକେଟ((Cricket) ରେ ତାଙ୍କ ୱିକେଟ ସଂଖ୍ୟା ୫୩୭। ୨୦୧୧ ଦିନିକିଆ ଜିତିଥିବା ବିଶ୍ୱକପ ଟିମ ଓ ୨୦୧୩ ଚାମ୍ପିୟନଶିପ ଟ୍ରଫି ହାତେଇ ଥିବା ଭାରତୀୟ ଦଳରେ ଅଶ୍ୱିନ ରହିଥିଲେ। ଆଇପିଏଲରେ ୫ଟି ଦଳ ପାଇଁ ୨୨୧ଟି ମ୍ୟାଚ ଖେଳି ଅଶ୍ୱିନ ୧୮୭ଟି ୱିକେଟ ଦଖଲ କରିଛନ୍ତି। 

Cricket Ravichandran Ashwin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe