ଏସିଆ କପ୍‌ରୁ ବଛା ହେବେ ଟିମ୍‌ ଇଣ୍ଡିଆର ନମ୍ବର ୪ ବ୍ୟାଟ୍ସମ୍ୟାନ୍ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିନିକିଆ କଥା ଆସିଲେ ଟିମ୍‌ ଇଣ୍ଡିଆର ଟପ୍‌ ୩ ଜଣ ଖେଳାଳିଙ୍କୁ ନେଇ କୌଣସି ସମସ୍ୟା ହୋଇନଥାଏ। କିନ୍ତୁ ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡର ବଦଳିବା ଅନେକ ଥର ଦେଖିବାକୁ ମିଳିଛି। ନମ୍ବର ୪ ସ୍ଥାନରେ କିଏ ଆସିବେ ଏବଂ ମିଡିଲ୍‌ ଅର୍ଡର ଦାୟିତ୍ୱ କିଏ ନେବେ, ତାକୁ ନେଇ ଟିମ୍‌ ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟ୍‌ ସର୍ବଦା ଦ୍ୱନ୍ଦ୍ୱରେ ରହୁଛି। ନିକଟରେ ଇଂଲଣ୍ଡ ସିରିଜ୍‌ ବେଳେ ମିଡିଲ୍‌ ଅର୍ଡରରେ ଟିମ୍‌ ଇଣ୍ଡିଆ ଏକାଧିକ ପରିବର୍ତ୍ତନ କରିଥିଲା। […]

as

as

Sampad Mahapatra
  • Published: Monday, 17 September 2018
  • Updated: 17 September 2018, 11:53 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିନିକିଆ କଥା ଆସିଲେ ଟିମ୍‌ ଇଣ୍ଡିଆର ଟପ୍‌ ୩ ଜଣ ଖେଳାଳିଙ୍କୁ ନେଇ କୌଣସି ସମସ୍ୟା ହୋଇନଥାଏ। କିନ୍ତୁ ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡର ବଦଳିବା ଅନେକ ଥର ଦେଖିବାକୁ ମିଳିଛି। ନମ୍ବର ୪ ସ୍ଥାନରେ କିଏ ଆସିବେ ଏବଂ ମିଡିଲ୍‌ ଅର୍ଡର ଦାୟିତ୍ୱ କିଏ ନେବେ, ତାକୁ ନେଇ ଟିମ୍‌ ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟ୍‌ ସର୍ବଦା ଦ୍ୱନ୍ଦ୍ୱରେ ରହୁଛି।

ନିକଟରେ ଇଂଲଣ୍ଡ ସିରିଜ୍‌ ବେଳେ ମିଡିଲ୍‌ ଅର୍ଡରରେ ଟିମ୍‌ ଇଣ୍ଡିଆ ଏକାଧିକ ପରିବର୍ତ୍ତନ କରିଥିଲା। ତା’ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ଏକାଧିକ ପରୀକ୍ଷାନିରୀକ୍ଷା ହୋଇଥିଲା।

ତଥାପି ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡର ବିଶେଷ କରି ୪ ନଂ ସ୍ଥାନରେ କାହାକୁ ସୁଯୋଗ ମିଳିବ, ତାକୁ ନେଇ ସ୍ଥିରତା ଆସିପାରି ନାହିଁ। ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ଶିଖର ଧୱନ ଓ ରୋହିତ ଶର୍ମା ନିଜ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଅଧିନାୟକ ବିରାଟ୍‌ କୋହଲି ୩ନଂ ସ୍ଥାନରେ ବ୍ୟାଟିଂ କରିବେ। କିନ୍ତୁ ଏମାନଙ୍କ ପରେ ଟିମ୍‌ର ମଧ୍ୟ୍ୟକ୍ରମ କେଉଁମାନେ ସମ୍ଭାଳିବେ, ତାକୁ ନେଇ ସମସ୍ୟା ଦେଖାଯାଇଛି।

ବିଶ୍ୱକପ୍‌କୁ ଆଉ ମାତ୍ର ୯ ମାସବାକି ଥିବା ବେଳେ ଏବେ ଟିମ୍‌ ଇଣ୍ଡିଆ ଏସିଆ କପ୍‌ ପାଇଁ ମଇଦାନକୁ ଓହ୍ଲାଇଛି। ସମ୍ଭବତଃ ଏସିଆ କପ୍‌ରେ ହିଁ ଟିମ୍‌ ଇଣ୍ଡିଆର ୪ ନଂ ସ୍ଥାନ ପାଇଁ ଜଣେ ନିର୍ଭରଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ବଛାହେବେ। ସେହିପରି ଏସିଆ କପ୍‌ରୁ ବାଦ୍‌ ପଡ଼ିଥିବା ଶ୍ରେୟସ ଆୟର, ଅଜିଙ୍କ୍ୟ ରାହଣେ ଓ ଭେଟରାନ୍‌ ସୁରେଶ ରାଇନା ମଧ୍ୟ ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡରରେ ଖେଳିବାର କ୍ଷମତା ରଖିଛନ୍ତି। ହେଲେ ଏମାନଙ୍କୁ ଖରାପ ଫର୍ମ ପାଇଁ ଏସିଆ କପ୍‌ ସ୍କ୍ୱାଡ୍‌ରେ ସାମିଲ କରାଯାଇନାହିଁ।

ତେବେ ଏହି ସ୍ଥାନ ପାଇଁ ଦାବିଦାରମାନଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା:

୧:ଅମ୍ବାତି ରାୟିଡୁ:୫୦.୨୩ ରନ ହାରରେ ବ୍ୟାଟିଂ କରୁଥିବା ଅମ୍ବାତି ରାୟିଡୁଙ୍କ ପାଖରେ ଟ୍ୟାଲେଣ୍ଟ୍‌ର କୌଣସି ଅଭାବ ନାହିଁ। କିନ୍ତୁ ରାୟିଡୁଙ୍କ ବୟସ ୩୨। ୩୨ ବର୍ଷ ବୟସରେ ରାୟିଡୁ ମାତ୍ର ୩୪ଟି ଦିନିକିଆ ଖେଳି ପାରିଛନ୍ତି। ‍ଫିଟ୍‌ନେସ୍‌ ସମସ୍ୟା ଯୋଗୁ ସେ ଟିମ୍‌ର ଚୂଡ଼ାନ୍ତ ଏକାଦଶରୁ ବାରମ୍ବାର ବାହାରେ ରହୁଛନ୍ତି। ୨୦୧୪ ଶ୍ରୀଲଙ୍କା ସିରିଜ୍‌ ବେଳେ ଅଧିନାୟକ ବିରାଟ୍‌ କୋହଲି ୩ ନଂ ସ୍ଥାନରେ ନ ଆସି ରାୟିଡୁଙ୍କୁ ସୁଯୋଗ ଦେଇଥିଲେ। କିନ୍ତୁ ୨୦୧୬ରେ ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ସେ ପାଖାପାଖି ଗୋଟିଏ ବର୍ଷ ଟିମ୍‌ ବାହାରେ ରହିଲେ। ତେବେ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପକ୍ଷରୁ ଖେଳୁଥିବା ରାୟିଡୁ ୪୩ ହାରରେ ୬୦୨ ରନ୍‌ କରିବାରୁ ତାଙ୍କୁ ଏସିଆ କପ୍‌ରେ ସାମିଲ କରାଯାଇଛି। ସେ ଏସିଆ କପ୍‌ରେ କି ଭଳି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ।

[caption id="attachment_277033" align="aligncenter" width="953"] ଅମ୍ବାତି ରାୟିଡୁ[/caption]

୨: କେଦାର ଯାଦବ: ବହୁ ବିଳମ୍ବରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ମହାରାଷ୍ଟ୍ରର ଏହି ବ୍ୟାଟସ୍‌ମ୍ୟାନ୍‌ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ମାଇକ୍‌ ହସିଙ୍କୁ ନିଜର ଆଦର୍ଶ ମାନିଥାଆନ୍ତି। ହସି ଯେମିତି ବହୁ ବିଳମ୍ବରେ ସୁଯୋଗ ପାଇଁ ଦୀର୍ଘଦିନ ଯାଏ ଟିମ୍‌ରେ ରହିଥିଲେ, କେଦାର ଯାଦବ ମଧ୍ୟ ଅନୁରୂପ ଲକ୍ଷ୍ୟରେ ରହିଛନ୍ତି। ଏହି ୩୩ ବର୍ଷୀୟ ବ୍ୟାଟସ୍‌ମ୍ୟାନ୍‌ ୨୦୧୭ ଇଂଲଣ୍ଡ ବିପକ୍ଷରେ ମାତ୍ର ୭୬ ବଲ୍‌ରେ ବିସ୍ଫୋରକ ୧୨୦ ରନ୍‌ର ଇନିଂସ୍‌ ଖେଳି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବ୍ୟାଟ୍‌ର ଯାଦୁ ଦେଖିବାକୁ ମିଳି ନଥିଲା। ତଥାପି ତାଙ୍କୁ ବାରମ୍ବାର ସୁଯୋଗ ମିଳିଛି। ଆଇପିଏଲ୍‌ରେ ଚେନ୍ନାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କେଦାର ପ୍ରଥମ ମ୍ୟାଚ୍‌ରେ ଛକା ମାରି ଦଳକୁ ଜିତାଇଥିଲେ। ହେଲେ ଆହତ ସମସ୍ୟା ଯୋଗୁ ସେ ବାକି ଆଇପିଏଲ୍‌ ମ୍ୟାଚରୁ ବାହାରେ ଥିଲେ। ସେ ଏସିଆ କପ୍‌ରେ କେମିତି ପ୍ରଦର୍ଶନ କରୁଛନ୍ତି, ତା ଉପରେ ସମସ୍ତଙ୍କର ନଜର ରହିବ।

[caption id="attachment_277034" align="aligncenter" width="902"] କେଦାର ଯାଦବ[/caption]

୩: ମନୀଷ ପାଣ୍ଡେ: ୨୦୧୬ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଦିନିକିଆରେ ଯେତେବେଳେ ମନୀଷ ପାଣ୍ଡେ ୮୧ ବଲ୍‌ରେ ୧୦୪ ରନ୍‌ କରି ଟିମ୍‌ ଇଣ୍ଡିଆକୁ ଜିତାଇଥିଲେ, ସେତେବେଳେ ସେ ଟିମ୍‌ରେ ସୁରକ୍ଷିତ ଭାବେ ରହିବେ ବୋଲି ସମସ୍ତେ ଆଶା କରିଥିଲେ। ଏହାପରେ ମନୀଷ ୧୮ଟି ଦିନିକିଆ ଖେଳିଥିଲେ ହେଁ ସେମିତି ଆଖିଦୃଶିଆ ବ୍ୟାଟିଂ କରିପାରି ନଥିଲେ। ୨୦୧୮ରୁ କ୍ରମାଗତ ଭାବେ ଟିମ୍‌ରୁ ବାହାରେ ରହୁଥିବା ମନୀଷ ଏସିଆ କପ୍‌ରେ ଟିମକୁ କମ୍‌ବ୍ୟାକ୍‌ କରିଛନ୍ତି। ହେଲେ ଏଠି କେମିତି ସେ ପ୍ରଦର୍ଶନ କରିବେ, ତାହା ତାଙ୍କ କ୍ରିକେଟ୍‌ ଭବିଷ୍ୟତ ନିର୍ଣ୍ଣୟ କରିବ।

[caption id="attachment_277035" align="aligncenter" width="953"] ମନୀଷ ପାଣ୍ଡେ[/caption]

୪: ଦିନେଶ କାର୍ତ୍ତିକ: ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ ହୋଇଥିବା ଦିନେଶ କାର୍ତ୍ତିକ ଯେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ, ତା’ର ଆଶା କାହାର ନାହିଁ। କାରଣ ଟିମ୍‌ ଇଣ୍ଡିଆରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଥିଲା ଯାଏ ଦିନେଶ ଟିମ୍‌ରେ ସ୍ଥାନ ପାଇବେ ନାହିଁ। ଟେଷ୍ଟ୍‌ କ୍ରିକେଟ୍‌ରେ ଦିନେଶଙ୍କୁ ସାମିଲ କରାଯାଇଥିଲା, ହେଲେ ସେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କଲେ। ଫଳରେ ଏବେ ଦିନେଶଙ୍କ କ୍ରିକେଟ୍‌ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

[caption id="attachment_277039" align="aligncenter" width="951"] ଦିନେଶ କାର୍ତ୍ତିକ[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story