ଏସିଆନ ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଘୋଷଣା; ଓଡ଼ିଶାରୁ ଶ୍ରାବଣୀ ଓ ପୂର୍ଣ୍ଣିମା ସାମିଲ

shrabanee

shrabanee

Rakesh Mallick
  • Published: Thursday, 14 May 2015
  • Updated: 14 May 2015, 04:37 PM IST

ନୂଆଦିଲ୍ଲୀ: ଏସିଆନ ଆଥଲେଟିକ୍ସ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ। ୧୦୦ ଓ ୨୦୦ ମିଟର ଦୌଡ଼ ପାଇଁ ଶ୍ରାବଣୀଙ୍କୁ ଟିମରେ ସାମିଲ କରାଯାଇଛି। ସେହିପରି ପୂର୍ଣ୍ଣିମା ହେପ୍ଟାଥାଲାନ ପାଇଁ ମନୋନୀତ ହୋଇଛନ୍ତି।

ସୂଚନାଯୋଗ୍ୟ, ମେ’ ପ୍ରଥମ ସପ୍ତାହରେ କର୍ଣ୍ଣଟକର ମାଙ୍ଗାଲୋର ଠାରେ ଅନୁଷ୍ଠିତ ସିନିୟର ଆଥଲେଟିକ୍ ଚାମ୍ପିଅନସିପରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଶ୍ରାବଣୀଙ୍କୁ ମିଳିଥିଲା ଦୁଇଟି ସ୍ୱର୍ଣ୍ଣ। ସେହିଭଳି ପୂର୍ଣ୍ଣିମା ମଧ୍ୟ ଏଥିରେ ହେପ୍ଟାଥାଲାନରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos