Advertisment

ଏସିଆନ୍ ଚାମ୍ପିଆନସିପ:ଭାରତୀୟ ଜିମ୍ନାଷ୍ଟିକ ଦୀପା କର୍ମକାରଙ୍କୁ ବ୍ରୋଞ୍ଚ

ନୂଆଦିଲ୍ଲୀ : ସୋମବାର ଜାପାନର ହିରୋସୀମାରେ ଅନୁଷ୍ଠିତ ଏସିଆନ ଚାମ୍ପିଆନସିପରେ ବ୍ରୋଞ୍ଚ ପଦକ ହାତେଇଛନ୍ତି ଭାରତୀୟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଦୀପା କର୍ମକାର। ୧୪.୭୨୫ ପଏଣ୍ଟ ହାସଲ କରି ସେ ତୃତୀୟ ସ୍ଥାନ ଅଧିକାର କରିବା ସହ ଏହି ପଦକ ହାସଲ କରିଛନ୍ତି। ଚୀନର ୟାଙ୍ଗ ୱାଙ୍ଗ ୧୪.୯୮୮ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ହାତେଇ ସ୍ୱର୍ଣ୍ଣ ପଦକ ଜିତିଥିବା ଜାପାନର ସେଇ ମାୟାକାୱା ୧୪.୮୧୨ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ […]

author-image
Rakesh Mallick
ଏସିଆନ୍ ଚାମ୍ପିଆନସିପ:ଭାରତୀୟ ଜିମ୍ନାଷ୍ଟିକ ଦୀପା କର୍ମକାରଙ୍କୁ ବ୍ରୋଞ୍ଚ

dipa karmakar

ନୂଆଦିଲ୍ଲୀ : ସୋମବାର ଜାପାନର ହିରୋସୀମାରେ ଅନୁଷ୍ଠିତ ଏସିଆନ ଚାମ୍ପିଆନସିପରେ ବ୍ରୋଞ୍ଚ ପଦକ ହାତେଇଛନ୍ତି ଭାରତୀୟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଦୀପା କର୍ମକାର। ୧୪.୭୨୫ ପଏଣ୍ଟ ହାସଲ କରି ସେ ତୃତୀୟ ସ୍ଥାନ ଅଧିକାର କରିବା ସହ ଏହି ପଦକ ହାସଲ କରିଛନ୍ତି। ଚୀନର ୟାଙ୍ଗ ୱାଙ୍ଗ ୧୪.୯୮୮ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ହାତେଇ ସ୍ୱର୍ଣ୍ଣ ପଦକ ଜିତିଥିବା ଜାପାନର ସେଇ ମାୟାକାୱା ୧୪.୮୧୨ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ତ୍ରିପୁରା ଅଗରତାଲାରୁ ଜାପାନ ଯାଇଥିବା ଏହି ଜିମ୍ନାଷ୍ଟିକ ଜଣକ ଆସନ୍ତା ୯ ତାରିଖରେ ୨୨ ବର୍ଷରେ ପାଦ ଦେବାକୁ ଯାଉଛନ୍ତି। ଜାପାନରେ ବ୍ରୋଞ୍ଚ ପଦକ ଜିତିବା ନେଇ ଭାରତୀୟ କ୍ରୀଡା ପ୍ରାଧୀକରଣ ଟ୍ୱିଟରରେ ଏହି କଥା ଜଣାଇଛନ୍ତି।

Advertisment

ସୂଚନାଯୋଗ୍ୟ କେରଳରେ ଅନୁଷ୍ଠିତ ୩୫ ତମ ଜାତୀୟ ଗେମରେ ୫ଟି ସ୍ୱର୍ଣ୍ଣ ପଦକ ହାତେଇ ଥିବାବେଳେ ୨୦୧୪ ଗ୍ଲାସଗୋ ଏସିଆନ୍ ଗେମ୍ସରେ ମଧ୍ୟ ଆଖିଦୃର୍ଶିଆ ପ୍ରଦର୍ଶନ କରିଥିଲେ।

Asian Championships Dipa Karmakar Indian Artistic