ଭାରତୀୟ ହକି ଟିମ୍ ନିଜ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗତକାଲି ଏକତରଫା ଭାବେ ଧୂଳି ଚଟାଇଛି । ଚେନ୍ନାଇରେ ଆୟୋଜିତ ଏସିଆନ ଚାମ୍ପିୟନନ୍ସ ଟ୍ରଫିର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏବେ ସେମିରେ ଜାପାନକୁ ଭେଟିବ।
ଚେନ୍ନାଇସ୍ଥିତ ମେୟର ରାଧାକ୍ରୀଷ୍ଣନ ଷ୍ଟାଡିୟମରେ ଏହି ଚିତ୍ତାକର୍ଷକ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍ର ମନୋବଳ ବଢ଼ାଇବା ନିମନ୍ତେ ଭିଡରୁ ଶୁଭୁଥିଲା ‘ବନ୍ଦେ ମାତରମ’ ଗୀତ ।
ଚେନ୍ନାଇର ମେୟର ରାଧାକ୍ରୀଷ୍ଣନ ଷ୍ଟାଡିୟମରେ ଗତକାଲି ଏହି ହାଇ ଭୋଲଟେଜ ମ୍ୟାଚ ଆୟୋଜିତ ହୋଇଥିବା ବେଳେ ଭିଡ ବି ଖଚାଖଚ ଥିଲା। ନିଜ ହୋମ୍ ଟାଉନ୍ରେ ପରମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଧୂଳି ଚଟାଇବାକୁ ଭାରତୀୟ ଖେଳାଳୀ ଯେପରି ଉତ୍ସୁକ ଥିଲେ, ଏହା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଭରି ରହିଥିଲା।
ଏପରିକି ଷ୍ଟାଡିୟମରେ ଥିବା ଅସମ୍ଭାଳ ଭିଡ ନିଜ ଟିମ୍କୁ ଉତ୍ସାହିତ କରିବାକୁ ତଥା ମନୋବଳ ବଢ଼ାଇବାକୁ ‘ବନ୍ଦେ ମାତରମ’ ଗାନ କରିବାକୁ ପଛାଇ ନାହାନ୍ତି। ଏହି କ୍ଷଣକୁ ସ୍ମରଣୀୟ କରିବା ନିମନ୍ତେ ମ୍ୟାଜେନମେଣ୍ଟ ଟିମ୍ ବି ରଙ୍ଗବେରଙ୍ଗର ଆଖି ଝଲସିବା ପରି ଲାଇଟ୍ ପକାଇ ଭାରତୀୟ ଟିମ୍କୁ ଉତ୍ସାହିତ କରିଥିଲେ।
ଫ୍ୟାନ୍ସଙ୍କ ମନୋବଳ ବୃଦ୍ଧି କରିବାର ତରିକା କାମରେ ବି ପ୍ରତିଫଳିତ ହେଲା। ଏହାପରେ ପୂରା ଯୋଶରେ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍ ପାକିସ୍ତାନକୁ ଧୂଳି ଚଟାଇଥିଲା। ଭାରତ ୪-୦ରେ ଆଗୁଆ ହେବା ସହ ମ୍ୟାଚ୍କୁ କବଜା କରି ନେଇଥିଲା।
ଭାରତ ଏବେ ସେମିରେ ଜାପାନକୁ ଭେଟିବ। ପ୍ରଥମ ସେମିରେ ମାଲେସିୟାର ମୁକାବିଲା କୋରିଆ ସହ ହେବ। ପାକିସ୍ତାନ ୫ମ ସ୍ଥାନ ପାଇ ଚାଇନା ସହ ଖେଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।