Advertisment

ଏସିଆନ ଚାମ୍ପିୟନ୍ସ ଟ୍ରଫି: ଭାରତୀୟ ଟିମ୍‌ର ଯୋଶ ବଢ଼ାଇଲେ ଫ୍ୟାନ୍ସ, ଗାଇଲେ ‘ବନ୍ଦେ ମାତରମ୍‌’

ଭାରତୀୟ ଟିମ୍‌ର ମନୋବଳ ବଢ଼ାଇବା ନିମନ୍ତେ ଭିଡରୁ ଶୁଭୁଥିଲା ‘ବନ୍ଦେ ମାତରମ’ ।

ଅଦ୍ୟତନ ହୋଇଛି
Match

Match

Advertisment

ଭାରତୀୟ ହକି ଟିମ୍‌ ନିଜ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗତକାଲି ଏକତରଫା ଭାବେ ଧୂଳି ଚଟାଇଛି । ଚେନ୍ନାଇରେ ଆୟୋଜିତ ଏସିଆନ ଚାମ୍ପିୟନନ୍ସ ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏବେ ସେମିରେ ଜାପାନକୁ ଭେଟିବ।

Advertisment

ଚେନ୍ନାଇସ୍ଥିତ ମେୟର ରାଧାକ୍ରୀଷ୍ଣନ ଷ୍ଟାଡିୟମରେ ଏହି ଚିତ୍ତାକର୍ଷକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ର ମନୋବଳ ବଢ଼ାଇବା ନିମନ୍ତେ ଭିଡରୁ  ଶୁଭୁଥିଲା ‘ବନ୍ଦେ ମାତରମ’ ଗୀତ ।

ଚେନ୍ନାଇର ମେୟର ରାଧାକ୍ରୀଷ୍ଣନ ଷ୍ଟାଡିୟମରେ  ଗତକାଲି ଏହି ହାଇ ଭୋଲଟେଜ ମ୍ୟାଚ ଆୟୋଜିତ ହୋଇଥିବା ବେଳେ ଭିଡ ବି ଖଚାଖଚ ଥିଲା। ନିଜ ହୋମ୍‌ ଟାଉନ୍‌ରେ ପରମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଧୂଳି ଚଟାଇବାକୁ ଭାରତୀୟ ଖେଳାଳୀ ଯେପରି ଉତ୍ସୁକ ଥିଲେ, ଏହା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଭରି ରହିଥିଲା।

Advertisment

ଏପରିକି ଷ୍ଟାଡିୟମରେ ଥିବା ଅସମ୍ଭାଳ ଭିଡ ନିଜ ଟିମ୍‌କୁ ଉତ୍ସାହିତ କରିବାକୁ ତଥା ମନୋବଳ ବଢ଼ାଇବାକୁ ‘ବନ୍ଦେ ମାତରମ’ ଗାନ କରିବାକୁ ପଛାଇ ନାହାନ୍ତି। ଏହି କ୍ଷଣକୁ ସ୍ମରଣୀୟ କରିବା ନିମନ୍ତେ ମ୍ୟାଜେନମେଣ୍ଟ ଟିମ୍‌ ବି ରଙ୍ଗବେରଙ୍ଗର ଆଖି ଝଲସିବା ପରି ଲାଇଟ୍‌ ପକାଇ ଭାରତୀୟ ଟିମ୍‌କୁ ଉତ୍ସାହିତ କରିଥିଲେ।

ଫ୍ୟାନ୍ସଙ୍କ ମନୋବଳ ବୃଦ୍ଧି କରିବାର ତରିକା କାମରେ ବି ପ୍ରତିଫଳିତ ହେଲା। ଏହାପରେ ପୂରା ଯୋଶରେ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ପାକିସ୍ତାନକୁ ଧୂଳି ଚଟାଇଥିଲା। ଭାରତ ୪-୦ରେ ଆଗୁଆ ହେବା ସହ ମ୍ୟାଚ୍‌କୁ କବଜା କରି ନେଇଥିଲା।

ଭାରତ ଏବେ ସେମିରେ ଜାପାନକୁ ଭେଟିବ। ପ୍ରଥମ ସେମିରେ ମାଲେସିୟାର ମୁକାବିଲା କୋରିଆ ସହ ହେବ। ପାକିସ୍ତାନ ୫ମ ସ୍ଥାନ ପାଇ ଚାଇନା ସହ ଖେଳିବ।

Tamilnadu Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe