Advertisment

ନିରାଶ କଲେ ସୁଶୀଲ୍ କୁମାର୍, ୭୪ କେଜି ବର୍ଗ କୁସ୍ତିର ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିଲେ

ଓଡ଼ିଶା ରିପୋର୍ଟର୍: ୬୫ କେଜି ଫ୍ରି ଷ୍ଟାଇଲ୍‌ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତି ବଜରଙ୍ଗ୍ ପୁନିଆ ଦେଶ ପାଇଁ ଗୌରବ ଆଣିଥିବାବେଳେ ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ୍‌ କୁମାର୍ କିନ୍ତୁ ୭୪ କେଜି ବର୍ଗରେ ନିରାଶ କରିଛନ୍ତି। ଲଣ୍ଡନ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ସୁଶୀଲ୍ କୁମାର୍ ବାହାରିନ୍‌ର ଆଡାମ୍ ବାଟିରଭ୍‌ଙ୍କ ଠାରୁ ୩-୫ ସେଟ୍‌ରେ ଅପ୍ରତ୍ୟାଶିତ ଭାବେ ହାରିଯାଇ ଏହି ବର୍ଗର ପଦକ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁଶୀଲ୍ […]

ଅଦ୍ୟତନ ହୋଇଛି
ନିରାଶ କଲେ ସୁଶୀଲ୍ କୁମାର୍, ୭୪ କେଜି ବର୍ଗ କୁସ୍ତିର ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିଲେ

SUSHIL1

Advertisment

ଓଡ଼ିଶା ରିପୋର୍ଟର୍: ୬୫ କେଜି ଫ୍ରି ଷ୍ଟାଇଲ୍‌ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତି ବଜରଙ୍ଗ୍ ପୁନିଆ ଦେଶ ପାଇଁ ଗୌରବ ଆଣିଥିବାବେଳେ ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ୍‌ କୁମାର୍ କିନ୍ତୁ ୭୪ କେଜି ବର୍ଗରେ ନିରାଶ କରିଛନ୍ତି।

Advertisment

ଲଣ୍ଡନ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ସୁଶୀଲ୍ କୁମାର୍ ବାହାରିନ୍‌ର ଆଡାମ୍ ବାଟିରଭ୍‌ଙ୍କ ଠାରୁ ୩-୫ ସେଟ୍‌ରେ ଅପ୍ରତ୍ୟାଶିତ ଭାବେ ହାରିଯାଇ ଏହି ବର୍ଗର ପଦକ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

publive-image

ପ୍ରଥମ ପର୍ଯ୍ୟାୟରେ ସୁଶୀଲ୍ କୁମାର୍ ୨-୧ ସେଟ୍‌ରେ ଆଗୁଆ ଥିଲେ ହେଁ ବାଟିରଭ୍ ଅଚାନକ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ କବ୍‌ଜା କରି ନେଇଥିଲେ।

Advertisment

ମ୍ୟାଚ୍‌ର ଫଳାଫଳ ପରେ ଏସିଆନ୍ ଗେମ୍‌ସ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ୍‌ରେ ସେ କରିଥିବା କିଛି ତ୍ରୁଟିକୁ ସୁଶୀଲ୍ କୁମାର୍ ସ୍ୱୀକାର କରିଛନ୍ତି। ସୁଶୀଲ୍ କହିଛନ୍ତି ଯେ ସେ ଥକି ପଡ଼ି ନାହାନ୍ତି, ବରଂ ଏସିଆନ୍ ଗେମ୍‌ସ୍‌ରେ କରିଥିବା ତ୍ରୁଟିଗୁଡ଼ିକୁ ଆଗକୁ ଆସୁଥିବା ବିଶ୍ୱ ଚାମ୍ପିଅନ୍‌ସିପ୍ ବେଳକୁ ସୁଧାରିବା ପାଇଁ ସେ ଚେଷ୍ଟା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe