Advertisment

ଏସୀୟ କ୍ରୀଡ଼ା ଷ୍ଟିପଲଚେଜରେ ଭାରତର ସ୍ୱର୍ଣ୍ଣ ବିଜୟ

ଏସୀୟ କ୍ରୀଡାରେ ଭାରତର ଆଉ ଏକ ସ୍ୱର୍ଣ୍ଣ ବିଜୟ। ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଲା ଭାରତ।

ଅଦ୍ୟତନ ହୋଇଛି
Avinash Sable

Avinash Sable

Advertisment

ଏସୀୟ କ୍ରୀଡାରେ ଭାରତର ଆଉ ଏକ ସ୍ୱର୍ଣ୍ଣ ବିଜୟ। ପ୍ରଥମ କରି ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛି ଭାରତ। 3 ହଜାର ମିଟର ଷ୍ଟିପଲଚେଜରେ ଅବିନାଶ ସାବଲ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି। ଏଥିସହ ଷ୍ଟିପଲଚେଜ ପ୍ରତିଯୋଗିତାରେ ଏସିଆନ୍ ଗେମ୍ସ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

Advertisment

ସର୍ବାଧିକ 8 ମିନିଟ୍ 19.50 ସେକେଣ୍ଡ ଧାର୍ଯ୍ୟ ଟାର୍ଗେଟ ପୂରଣ କରି ପୂର୍ବର ସବୁ ରେକର୍ଡ ଅତିକ୍ରମ କରିଛନ୍ତି ସାବଲ। ପୂର୍ବରୁ ଇରାନର ହୁସେନ କିହାନିଙ୍କ 8 ମିନିଟ୍ 22.79 ସେକେଣ୍ଡରେ ଧାର୍ଯ୍ୟ ଟାର୍ଗେଟ ହାସଲ କରିଥିଲେ। କିନ୍ତୁ ସାବଲ ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେହିପରି 19ତମ ଏସୀୟ କ୍ରୀଡା ଷ୍ଟିପଲଚେଜ ପ୍ରତିଯୋଗିତାରେ ମଧ୍ୟ ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ବିଜୟୀ ହେବାର ଗୌରବ ହାସଲ କରିଛନ୍ତି।

Advertisment

ଚୀନ ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡାରେ ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖିଛନ୍ତି। ପ୍ରତିଯୋଗିତାର ଆଜି ଅଷ୍ଟମ ଦିନ ମଧ୍ୟରେ ଭାରତକୁ ଏଯାବତ୍ 44ଟି ପଦକ ମିଳି ସାରିଲାଣି। ଏଥିରେ 12 ସ୍ୱର୍ଣ୍ଣ, 16 ରୌପ୍ୟ ଏବଂ 16 ବ୍ରୋଞ୍ଜ ପଦକ ରହିଛି। ସେପଟେ ସୁଟିଂ ପ୍ରତିଯୋଗୀ ସେମାନଙ୍କ ଚଳିତ ସଂସ୍କରଣର ଏସୀୟ କ୍ରୀଡା ଯାତ୍ରା ଶେଷ କରିଛନ୍ତି। ମୋଟ ମେଡାଲ ମଧ୍ୟରେ ସୁଟିଂ ପ୍ରତିଯୋଗୀ ସର୍ବାଧିକ 21ଟି ପଦକ ହାସଲ କରିଛନ୍ତି। 

Steeplechase Avinash Sable India Win Gold Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe