Manu Bhaker, Esha Singh and Rhythm Sangwan
ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ଚୀନର ହାଙ୍ଗଝୌରେ ଆୟୋଜିତ 19ତମ ଏସିଆନ୍ ଗେମ୍ସରେ ଭାରତକୁ ମିଳିଛି ଚତୁର୍ଥ ସ୍ୱର୍ଣ୍ଣ ପଦକ। ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟ ଫାଇନାଲରେରେ ବିଜୟୀ ହୋଇ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି।
🏆 Triumph Beyond Measure! 🇮🇳🔫
In the 25-meter Pistol Women's Team event, the formidable trio of @realmanubhaker, Sangwan Rhythm, and @singhesha10 secures India's pride with a GOLD medal finish! 🥇🔥
Their exceptional precision and teamwork deserve a standing ovation! 🌟👏… pic.twitter.com/lh7q3t8inx
— SAI Media (@Media_SAI) September 27, 2023
ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍ ଆୟୋଜକ ଟିମ୍ ଚୀନକୁ ହରାଇ ଭାରତକୁ ଏହି ସ୍ୱର୍ଣ୍ଣ ଭେଟି ଦେଇଛନ୍ତି। ସେହିପରି ଚଳିତ ଏସୀୟ କ୍ରୀଡାରେ ଆଜି ଭାରତକୁ ଆଉ ଏକ ପଦକ ମିଳିଛି। ମହିଳା 50 ମିଟର ରାଇଫଲ 3 ପୋଜିସନ୍ ଟିମ୍ ରୌପ୍ୟ ବିଜୟୀ ହୋଇଥନ୍ତି। ସିଫ୍ତ କୌର ସାମ୍ରା, ଆଶି ଚୌକଶି ଓ ମାନିନୀ କୌଶିକ ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି।
ଏହି ବିଜୟ ସହ ଭାରତ ପଦକ ସଂଖ୍ୟା 16ରେ ପହଞ୍ଚିଛି। ଏଥିସହ ପଦକ ତାଲିକାର ସପ୍ତମରେ ରହିଛି ଭାରତ। ବର୍ତ୍ତମାନ ସୁଦ୍ଧା ଦେଶକୁ 4 ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ 7ଟି କାଂସ୍ୟ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
