Advertisment

ଏସୀୟ କ୍ରୀଡ଼ା: ପୁରୁଷ-ମହିଳା ସ୍କେଟିଂରେ ଭାରତକୁ ବ୍ରୋଞ୍ଜ

୩୦୦୦ ମିଟର ସ୍ପିଡ୍ ସ୍କେଟିଂର ଉଭୟ ପୁରୁଷ ଓ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅଦ୍ୟତନ ହୋଇଛି
Winning Player

Winning Player

Advertisment

ଏସୀୟ କ୍ରୀଡ଼ାର ସ୍କେଟିଂରେ ଭାରତକୁ ମିଳିଲା ଆଉ ଦୁଇ ପଦକ। ୩୦୦୦ ମିଟର ସ୍ପିଡ୍ ସ୍କେଟିଂର ଉଭୟ ପୁରୁଷ ଓ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ଟିମରେ ଆନନ୍ଦକୁମାର ବେଲକୁମାର, ବିକ୍ରମ ରାଜେନ୍ଦ୍ର ଇନଗାଲେ ଏବଂ ସିଦ୍ଧାନ୍ତ ରାହୁଲ କୁମ୍ବଲରେ ଏହି ସଫଳତା ହାସଲ କରିଛନ୍ତି।

Advertisment

ସେହିପରି ମହିଳା ସ୍ପିଡ୍ ସ୍କେଟିଂ ଟିମରେ କାର୍ତ୍ତିକା ଜଗଦେଶସ୍ୱରନ, ହୀରଲା ସାଧୁ ଏବଂ ଆରଥ୍ୟା କସ୍ତୁରୀ ରାଜ୍ ବ୍ରୋଞ୍ଜ ଜିତିଛନ୍ତି। ଭାରତୀୟ ପ୍ରତିଯୋଗୀଙ୍କ ଏହି ସଫଳତାରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

Advertisment

ସ୍କେଟିଂ ଖେଳ ସୁଦ୍ଧା ଭାରତକୁ ମିଳିଛି ୫୫ ପଦକ। ଏଥିରେ ୧୩ଟି ସ୍ୱର୍ଣ୍ଣ, ୨୧ ରୌପ୍ୟ ଏବଂ ୨୧ଟି ବ୍ରୋଞ୍ଜ ପଦକ ରହିଛି। ଆଜି ପ୍ରତିଯୋଗିତାର ନବମ ଦିନ। ସର୍ବାଧିକ ୨୨ ପଦକ ସହ ଶୁଟିଂ ପ୍ରତିଯୋଗୀ ଏସିଆନ୍ ଗେମ୍ସ ଯାତ୍ରା ଶେଷ କରିଛନ୍ତି। ଆଗକୁ ଆଉ ୬ ଦିନ ପ୍ରତିଯୋଗିତା ବାକି ରହିଛି। ସେପ୍ଟେମ୍ବର ୨୩ରେ ଚୀନର ହାଙ୍ଗଝୌରେ ୧୯ତମ ଏସୀୟ କ୍ରୀଡା ଆରମ୍ଭ ହୋଇଛି। 

Anurag Thakur Sports Asian Games Asian Games 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe