Advertisment

ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ପଦକ, ପୋତଚାଳନାରେ ମିଳିଲା ରୌପ୍ୟ

ପୋତଚାଳନାରେ ନେହା ଠାକୁର ଆଣିଲେ ରୌପ୍ୟ।

author-image
Debibandita Barick
ଅଦ୍ୟତନ ହୋଇଛି
Neha Thakur

Neha Thakur

ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସୀୟ କ୍ରୀଡାରେ ଭାରତକୁ ମିଳିଲା ଆଉ ଏକ ପଦକ। ପୋତଚାଳନାରେ ନେହା ଠାକୁର ପ୍ରଥମ କରି ଭେଟି ଦେଲେ ରୌପ୍ୟ। ପ୍ରତିଯୋଗିତାର ତୃତୀୟ ଦିନରେ ଭାରତର ପଦକ ସଂଖ୍ୟା 12କୁ ବୃଦ୍ଧି ପାଇଛି। ଗତକାଲି ଗୋଟିଏ ଦିନରେ ଭାରତ ଜିତିଥିଲା ଦୁଇଟି ସୂର୍ଣ୍ଣ ପଦକ। 

Advertisment

ଡିଙ୍ଗି ILCA-4 ମୋଟ 11 ରେସର ଏକ ପ୍ରତିଯୋଗିତା ଥିଲା। ଏଥିରେ ନେହା ମୋଟ 32 ପଏଣ୍ଟ ହାସଲ କରି ରୋପ୍ୟ ପଦକ ଜିତିଛନ୍ତି। ଚଳିଚ ସଂସ୍କରଣରେ ଏପର୍ଯ୍ୟନ୍ତ ପୋତଚାଳନାରେ କୌଣସି ପଦକ ଆସିନଥିଲା। ନେହା ପ୍ରଥମ କରି ରୌପ୍ୟ ଭେଟି ଦେଇଛନ୍ତି। ତାଙ୍କ ବିଜୟରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଏସୀୟ କ୍ରୀଡାର 19ତମ ସଂସ୍କରଣରେ ଭାରତ ଏପର୍ଯ୍ୟନ୍ତ 12ଟି ପଦକ ହାସଲ କରିଛି। ଏଥିରେ 2 ଟି ସ୍ୱର୍ଣ୍ଣ, 4 ଟି ରୌପ୍ୟ ଏବଂ 6 ଟି ବ୍ରୋଞ୍ଜ ପଦକ ରହିଛି। ଗତକାଲି ମହିଳା କ୍ରିକେଟ ଏବଂ ସୁଟିଂରେ ଦୁଇଟି ସୂର୍ଣ୍ଣ ସମେତ 6 ଟି ପଦକ ଜିତିଥିଲା ଭାରତ। ଆଜିର ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ହକି ଟିମ୍। 

Asian Games Asian Games Update Asian Games Sailing