Wining Team
ଚଳିତ ଏସୀୟ କ୍ରୀଡ଼ା ସଂସ୍କରଣରେ ଚମକୁଛନ୍ତି ଭାରତୀୟ ଖେଳାଳି। ଗତକାଲିର ରୋମାଞ୍ଚକର ପ୍ରତିଯୋଗିତା ପରେ ଆଜି ତୀରନ୍ଦାଜରେ ମିଳିଛି ସ୍ୱର୍ଣ୍ଣ। ମହିଳା ଟିମ୍ ଇଭେଣ୍ଟ ଫାଇନାଲରେ ବାଜି ମାରି ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ଭାରତୀୟ ପ୍ରତିଯୋଗୀ।
ଅଦିତି, ଜ୍ୟୋତି ଓ ପରନୀତ କୌର ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଛନ୍ତି। ଏହି ବିଜୟ ସହ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିଛି। ଏଥିରେ ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ ଏବଂ ୩୨ ବ୍ରୋଞ୍ଜ ରହିଛି। ଚୀନର ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଭାରତୀୟ ପ୍ରତିଯୋଗୀ ରୋମାଞ୍ଚକର ପ୍ରଦର୍ଶନ ଜାରି ରଖିଛନ୍ତି। 2018 ପରଠାରୁ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି। ଇଭେଣ୍ଟକୁ ଆଉ 4 ଦିନ ବାକିଥିବାରୁ ଏଥର ପଦକ ସଂଖ୍ୟା ଶତକ ଡେଇଁପାରେ।
ଗତକାଲି ଟୁର୍ଣ୍ଣାମେଣ୍ଟର ୧୦ମ ଦିନରେ ଭାରତ ୧୨ଟି ପଦକ ଜିତିଥିଲା। ଏଥିରେ ସର୍ବାଧିକ ପଦକ ଦୌଡ଼କୁଦରୁ ମିଳିଛି। ଗତକାଲି ମିଳିଥିବା ୧୨ ପଦକ ମଧ୍ୟରେ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଜାଭେଲିନରେ ନୀରଜ ଚୋପ୍ରା ଏବଂ ଓଡିଆ ପୁଅ କିଶୋର ଜେନା ସ୍ୱର୍ଣ୍ଣ ରୌପ୍ୟ ଭେଟି ଦେଇଛନ୍ତି। ଏହି ପ୍ରତିଯୋଗିତାରେ କିଶୋର ନିଜ ରେକର୍ଡ ନିଜେ ଭାଙ୍ଗି ଡାଇରେକ୍ଟ ଅଲିମ୍ପିକ୍ସ ପାଇଁ ସିଲେକ୍ଟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us